ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରାକ୍ ମୌସୁମୀ ବର୍ଷା ଫଳରେ ନର୍ଲାବ୍ଲକ ଅଞ୍ଚଳରେ ଖରିଫ ଫସଲ ପାଇଁ କ୍ଷେତ୍ର ପ୍ରସ୍ତୁତିରେ ଚାଷୀ କୁଳ ଚଳଚଞ୍ଚଳ

ଗତବର୍ଷର ପ୍ରଧାନମନ୍ତ୍ରୀ ଫସଲ ବୀମା ସହାୟତା ରାଶି ମିଳିନଥିବାରୁ ଚାଷୀ ଅସନ୍ତୋଷ

ରୁପ୍ରା, (ମନିସ ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଅଧିନ ରୁପ୍ରା, ମୁସ୍କୁଟି, କର୍ମେଗାଁ, ଗିଗିନା, ଭୀମକେଲା, ଟକର୍ଲା, ଘୋଡାବନ୍ଧ ଓ ଭାନପୁର ପଞ୍ଚାୟତ ଅନ୍ତର୍ଗତ ପ୍ରାୟ ସମସ୍ତ ଅଞ୍ଚଳରେ ପ୍ରାକ୍ ମୌସୁମୀ ବର୍ଷା ଫଳରେ ଚଳିତ ବର୍ଷର ଖରିଫ୍ ଚାଷପାଇଁ କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡିଛନ୍ତି ପୁରା ଚାଷୀ ପରିବାର। ଏହିସବୁ ଅଞ୍ଚଳକୁ ଜଳସେଚନର କୌଣସି ବ୍ୟବସ୍ଥା ନଥିବାରୁ ଦେବରାଜ ଇନ୍ଦ୍ରଙ୍କ ଭରସାରେ ଚାଷ ହୋଇଥାଏ। ସୂଚନାଯୋଗ୍ୟ ଗତବର୍ଷ ନିଅଣ୍ଟିଆ ବୃଷ୍ଟିପାତ ଫଳରେ ଏହି ସବୁ ଅଞ୍ଚଳରେ ଭୟଙ୍କର ମରୁଡି ପରିସ୍ଥିତି ଦେଖାଦେଇଥିବା ବେଳେ ଚାଷୀ ମାନେ ବିଭିନ୍ନ ସରକାରୀ ଓ ବେସରକାରୀ ସଂସ୍ଥା ରୁ ଋଣ କରି ଚାଷ କରିଥିଲେ, ମାତ୍ର ନିଅଣ୍ଟିଆ ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଥିଲା। ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଚାଷୀ ମାନେ ଲକ୍ଷ ଲକ୍ଷ ଟଙ୍କା ବୀମାକିସ୍ତି ଜମା କରିଥିଲେ, ଆଶା ଥିଲା ବୀମା ସହାୟତା ରାଶି ପାଇଲେ ବନ୍ଧକ ଥିବା ସୁନା ଗହଣା ମୁକୁଳାଇବା ସହ ପୁଅଝିଅଙ୍କ ପାଠ ପଢିବା ଖର୍ଚ୍ଚ ଓ ଚଳିତ ବର୍ଷର ଖରିଫ୍ ଚାଷପାଇଁ ସାର ବିହନ କିଣିଥାନ୍ତେ। ମାତ୍ର ଚାଷୀଙ୍କ ସବୁ ଆଶା ପାଣିରେ ମିଳେଇଗଲା। ବୀମା କିସ୍ତି ଜମା କରି ମଧ୍ୟ ସହାୟତା ମିଳି ପାରିଲା ନାହିଁ। ଏଥିପାଇଁ ପ୍ରସାଶନ ମଧ୍ୟ ଚୁପ୍ ହୋଇ ବସିଛି।

ଏହି ପରିପ୍ରେକ୍ଷୀରେ ପୁଣି ଚଳିତ ଖରିଫ୍ ଋତୁ ଆରମ୍ଭ ହୋଇଥିବା ଓ ଚାଷୀର ଆଖିରୁ ଲୁହରଧାର ଶୁଖି ନଥିବା ବେଳେ ପ୍ରାକ୍ ମୌସୁମୀ ବର୍ଷା ହୋଇଥିବାରୁ କ୍ଷେତ୍ର ପ୍ରସ୍ତୁତିରେ ଲାଗିପଡିଛନ୍ତି। ଅର୍ଥକାରୀ ଫସଲ ଭାବରେ ଏହି ସବୁ ଅଞ୍ଚଳରେ ଧଳା ସୁନାର ଚାଷ ପାଇଁ କ୍ଷେତ୍ର ପ୍ରସ୍ତୁତି ଚାଲିଛି। ଧଳାସୁନା ବା କପା ଚାଷ ପାଇଁ ଗୋବର ଖତ ଓ ଡିଏପି ସାର ବ୍ୟବହାର ହେଉଥିବା ବେଳେ ଡିଏପି ସାର ମଧ୍ୟ ଠିକ୍ ଭାବରେ ମିଳୁନଥିବା ଚାଷୀ ମାନେ ପ୍ରକାଶ କରିଛନ୍ତି। ଫଳରେ ଚଢା ଦରରେ ସାର କିଣୁଥିବା ଜଣାପଡିଛି। ଏହି ଜମି ପ୍ରସ୍ତୁତି ସରିଯିବା ପରେ ଭଲ ବର୍ଷା ହେଲେ ମଞ୍ଜି ରୋପଣ କରାଯିବ ବୋଲି ଚାଷୀ ମାନେ କହିଛନ୍ତି, କପା ଫସଲରେ ମିଶ୍ରିତ ଚାଷ ଭାବରେ ହରଡ (କାନ୍ଦୁଲ୍ ), ମକା, ଭେଣ୍ଡି ଓ ପନିପରିବା ଚାଷ ମଧ୍ୟ ହେଉଥିବା ଗିଗିନା ଗ୍ରାମର ଜଣେ ମହିଳା ଚାଷୀ ନଳିନୀ ସୂନା ପ୍ରକାଶ କରିଛନ୍ତି ।ଏହା ବ୍ୟତୀତ ଏହି ସବୁ ଅଞ୍ଚଳରେ ଧାନ ବୁଣାବୁଣି ମଧ୍ଯ ଆରମ୍ଭ ହୋଇଥିବା ଜଣାପଡିଛି। ଦେଖିବାକୁ ବାକି ରହିଲା ଚଳିତ ଖରିଫ୍ ଚାଷ ପାଇଁ ଚାଷ ଅନୁକୂଳ ବର୍ଷା ହେଉଛି ନା ନାହିଁ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ଧର୍ମଗଡ ଶ୍ରୀଜଗନ୍ନାଥ ମନ୍ଦିର ରେ ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ

Sunil Chandra Nayak

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ସ୍ୱାର୍ଥପର

Sunil Chandra Nayak

ସନରାଇଜର୍ସ କପ ଟ୍ବୋଣ୍ଟି ଟ୍ବୋଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!