ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁଟେନ ଗାଁ ରେ ମକ ଡ୍ରିଲ କାର୍ଯ୍ୟକ୍ରମ

 ଚିଲିଗୁଡା ( ମ ନି ସ )  କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ବଣି ଜରା ଗ୍ରାମ ପଞ୍ଚାୟତ ଅଧିନସ୍ଥ କୁଟେନ ଗାଁ ବନ୍ୟା ଆଶ୍ରୟ ସ୍ଥଳ ଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ମକ ଡ୍ରିଲ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପ୍ରତି ବର୍ଷ ବିଭାଗ ପକ୍ଷରୁ ବର୍ଷା ଋତୁ ସମୟରେ ବନ୍ୟା ରୁ ରକ୍ଷା କରିବା ପାଇଁ ଏବଂ ବନ୍ୟା ସମୟରେ କିପରି ଭାବରେ ଲୋକଙ୍କୁ ଉଦ୍ଧାର କରାଯିବ ସେ ବିଷୟରେ କୁଟେନ ଗ୍ରାମ ବାସୀଙ୍କୁ ସଚେତନତା ବାର୍ତା ପ୍ରଦାନ କରିବା ସହ ସାମୁହିକ ଅଭ୍ୟାସ କରିଥିଲେ । ବନ୍ୟା ରୁ କିପରି ଭାବରେ ନିଜକୁ ରକ୍ଷା କରିବେ ସେଥି ପାଇଁ ଗାଁ ରେ ଏକ ବିରାଟ ବନ୍ୟା ଆଶ୍ରୟସ୍ଥଳୀ ନିର୍ମାଣ କରାଯାଇଛି ।ବନ୍ୟା ହେଲେ ଗ୍ରାମ ବାସୀ ଏହି ଆଶ୍ରୟ ସ୍ଥଳୀ ରେ ଆଶ୍ରୟ ନେଇଥାନ୍ତି ।ଆଜିର ମକ ଡ୍ରିଲ ବା ଅଭ୍ୟାସ କାର୍ଯ୍ୟକ୍ରମ ରେ ଜୁନାଗଡ଼ ବି ଡି ଓ ,ତହସିଲଦାର ,ପ୍ରାଣୀ ସମ୍ପଦ ବିଭ।ଗ ,ସ୍ଵାସ୍ତ୍ୟ କର୍ମଚାରୀ ,ଅଗ୍ନିଶମ ବିଭାଗ , ସ୍ଥାନୀୟ ସରପଞ୍ଚ ସମେତ ଗ୍ରାମର ଲୋକମାନେ ବହୁ ସଂଖ୍ୟାରେ ଯୋଗଦାନ କରି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ । ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଜୁନାଗଡ଼ ସବୁମଣ୍ଡପରେ ମା ଦୁର୍ଗାଙ୍କ ପୂଜା ଆରମ୍ଭ

Sunil Chandra Nayak

ଟ୍ରାନ୍ସଫର୍ମର ଚୋରୀ ଅଭିଯୋଗରେ ଜଣେ ଗିରଫ

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଯୋଗ ନବାକ୍ଷରୀ

Sunil Chandra Nayak

Leave a Comment

error: Content is protected !!