ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାଲ୍ୟ ବିବାହ ନିରୋଧ ତଥା ବେଟି ବଚାଓ ବେଟି ପଢ଼ାଓ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ

ଭବାନୀପାଟଣା ତା ୧୭.୧୧.୨୦୨୨ : ଆଜି ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ ଙ୍କ ଅଧ୍ୟକ୍ଷତା ରେ ବାଲ୍ୟ ବିବାହ ନିରୋଧ ତଥା ବେଟି ବଚାଓ ବେଟି ପଢାଓ ସମ୍ପର୍କିତ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ ହୋଇଯାଇଛି।ପ୍ରଥମେ ଜିଲ୍ଲାପାଳ ” Say no to child marriage” ର ବିଶେଷ ବାର୍ତ୍ତା ର ପ୍ଲାକାର୍ଡ ଶୁଭ ଉଦଘାଟନ କଲେ ।ଜିଲ୍ଲାରେ ୧୮ ବର୍ଷରୁ କମ୍ ଝିଅ ମାନଂକ ବିବାହ କୁ ରୋକିବା ତଥା ଜଣେ ଝିଅ ର ସ୍ବାସ୍ଥ୍ୟ, ଶିକ୍ଷା,ସୁରକ୍ଷା, ଓ ଉନ୍ନତି ଉପରେ ଏହାର ପ୍ରଭାବ କୁ ପ୍ରତିହତ କରିବା ପାଇଁ ଏହି ଅଭିଯାନର ସଫଳତା ପାଇଁ ସଂପୃକ୍ତ ଅଧିକାରୀଙ୍କୁ ଦାୟିତ୍ଵ ଦିଆଗଲା।ଜାତୀୟ ପରିବାର ଓ ସ୍ଵାସ୍ଥ୍ୟ ବିଭାଗ ସର୍ଭେ ଅନୁଯାୟୀ ଆମ ଜିଲ୍ଲାରେ ୧୬.୩ ପ୍ରତିଶତ ମହିଳା ୧୮ ବର୍ଷ ପୂର୍ବରୁ ବାହା ହୋଇଯାଉଛନ୍ତି ଏବଂ ସେଥିପାଇଁ ମମତା ଯୋଜନାରେ ବଞ୍ଚିତ ବା ଅନ୍ତର୍ଭୁକ୍ତ ହୋଇପାରୁନାହାନ୍ତି। ଜିଲ୍ଲାରେ ବାଲ୍ୟ ବିବାହ କରି ମମତା ଯୋଜନାରୁ ବଞ୍ଚିତ ହୋଇଥିବା ମହିଳାଙ୍କ ସଂଖ୍ୟା ଥୁଆମୂଲ ରାମପୁର , ଧର୍ମଗଡ, ଜୟପାଟଣା ଓ ଭବାନୀପାଟଣା( ଗ୍ରାମ୍ୟ) ତଥା ଜୁନାଗଡ ରେ ସର୍ବାଧିକ ରହିଛି।ବାଲ୍ୟ ବିବାହ ରୋକିବାରେ VHSND,ADVIKA, ଏସ୍ ଏମ ସି,କିଶୋରୀ ସ୍ବାସ୍ଥ୍ୟ ମେଳା, ଏନ୍ ଏସ୍ ଏସ୍,ଭାରତ ସ୍କାଉଟ୍, ଗାଇଡ, ଏନ୍ ସି ସି,ନେହେରୁ ଯୁବ କେନ୍ଦ୍ର, ଶିଶୁ ହେଲ୍ପ ଲାଇନ, ସ୍ଵୟଂ ସହାୟକ ଗୋଷ୍ଠୀ,ଧାର୍ମିକ ଅନୁଷ୍ଠାନ, ଟେଣ୍ଟ ହାଉସ ପ୍ରଭୃତି ଙ୍କୁ ଅନ୍ତର୍ଭୁକ୍ତ କରି ବିଶେଷ ସଚେତନତା ଅଭିଯାନ କରାଯିବ।ଜିଲ୍ଲାପାଳ ପ୍ରତ୍ୟେକ ବ୍ଲକରେ ବର୍ତ୍ତମାନ ବାଲ୍ୟ ବିବାହ ର ସର୍ଭେ, ସ୍କୁଲ୍ ମାନଙ୍କରେ ନବମ ଓ ଦଶମ ଶ୍ରେଣୀ ଝିଅ ମାନଂକ ପାଇଁ ବିଶେଷ କାର୍ଯ୍ୟକ୍ରମ,ଗ୍ରାମପଞ୍ଚାୟତ ରେ ଅଙ୍ଗନବାଡ଼ି ଓ ସ୍ଵାସ୍ଥ୍ୟ କର୍ମୀ ଙ୍କୁ ନେଇ କାର୍ଯ୍ୟକ୍ରମ ଉପରେ କହିଥିଲେ।ସେଭଳି ବାଲ୍ୟ ବିବାହ କୁ ରୋକିବା ନିମନ୍ତେ ଯେଉଁ ଟାସ୍କ ଫୋର୍ସ ଗଠନ କରାଯାଇଛି ସେଥିରେ ଏସ୍ ପି,ସି ଡ଼ି ଏମ ଓ, ଡି ଏସ ଡବ୍ଲୁ ଓ , ଡି ଡବ୍ଲୁ ଓ, ସି ଡ଼ି ଓ ,ଜିଲ୍ଲା ପରିଷଦ, ଡି ଇ ଓ, ଡି ଆଈ ପି ଆର୍ ଓ, ୟୁନିସେଫ କର୍ଡିନେଟର, ଡି ପି ସି ,ମିସନଶକ୍ତି , ଡି ପି ଏମ୍, ଏନ୍ ଏଚ ଏମ୍, ଡି ଏଲ୍ ଓ, ସି ଡବ୍ଲୁ ସି, ଡି ଏଲ୍ ଏସ୍ ଏ, ସ୍କିଲ ଓଡ଼ିଶାକୁ ବିଭିନ୍ନ ଦାୟିତ୍ଵ ଦିଆଗଲା ।ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ଜିଲ୍ଲାପାଳ,ଧର୍ମଗଡ ଶ୍ରୀ ବେଦ ଭୂଷଣ, ସି ଡ଼ି ଏମ ଓ ଡ ରଞ୍ଜନ ମିତ୍ର, ସି ଡବ୍ଲୁ ସି ଅଧ୍ୟକ୍ଷ ଶ୍ରୀ ରାକେଶ କୁମାର ନାୟକ, ଭାରପ୍ରାପ୍ତ ଡି ସି ପି ଓ ଶ୍ରୀ ପ୍ରମୋଦ ଖିଲୋ ଓ ଅନ୍ୟାନ୍ୟ ଟାସ୍କ ଫୋର୍ସ ଅଧିକାରୀ ଉପସ୍ଥିତ ଥିଲେ। ଶ୍ରୀ ଅଂଶୁମାନ ବାବୁ ସଭା ପରିଚାଳନା କରିଥିଲେ।

Related posts

ଛିଲିପl ପଞ୍ଚlୟତ ଉଚ୍ଚ ବିଦ୍ୟାଳୟ ରେ ବନ ମହୋସ‌ଵ

କୃପାସିନ୍ଧୁ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

Sunil Chandra Nayak

କବିତା ସାହୁ  ଙ୍କ କବିତା ଧନ୍ଯ ହେଲି ପ୍ରଭୂ

Sunil Chandra Nayak

Leave a Comment

error: Content is protected !!