ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ବାରା ପୋଷ୍ୟ ସନ୍ତାନ ପାଳନ ସମ୍ପର୍କିତ ରଥର ଶୁଭାରମ୍ଭ 

ଭବାନୀପାଟଣା ତା ୧୭.୧୧.୨୦୨୨: ଗତକାଲି ୧୬.୧୧.୨୦୨୨ ରିଖ ଦିନ ସକାଳ ୯ ଘଣ୍ଟା ସମୟରେ ଗୋଟିଏ ପୋଷ୍ୟ ସନ୍ତାନ ସଚେତନତା ରଥ ର ଶୁଭାରମ୍ଭ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ କରାଯାଇ ଥିଲା । ଏହି ରଥ ଜିଲ୍ଲା ସାରା ବୁଲି ଲୋକ ମାନଙ୍କୁ ପୋଷ୍ୟ ସନ୍ତାନ ଗ୍ରହଣ ଉପରେ ସଚେତନତା ସୃଷ୍ଟି କରିବ । ଏହି ରଥ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ରୁ ଶୁଭାରମ୍ଭ କରା ଯାଇଥିଲା । ଏହି ଅବସରରେ ମୁଖ୍ୟ ଅତିଥିଭାବରେ ଜିଲ୍ଲାପାଳ,କଳାହାଣ୍ଡି ପି. ଅନ୍ୱେଷା ରେଡ୍ଡୀ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଉଦ୍ ଘାଟନ ଉତ୍ସବରେ ଜିଲ୍ଲା ଶିଶୁ ମଙ୍ଗଳ ଅଧ୍ୟକ୍ଷ ରାଜେଶ ନାୟକ, ଜିଲ୍ଲା ଶିକ୍ଷା ଅଧିକାରୀ, ସୁଶାନ୍ତ ବୋଇଦାର, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ଅଣ ଆନୁଷ୍ଠାନିକ ସୁରକ୍ଷା ଅଧିକାରୀ, ରାଜ ଲକ୍ଷ୍ମୀ ଦାସ ଓ ବାଲ ଗୋପାଲ ସେବା ନିକେତନର ସମ୍ପାଦକ ହେମନ୍ତ ମୁଣ୍ଡ ଉପସ୍ଥିତ ଥିଲେ । ଉତ୍ସବରେ ବାଲ ଗୋପାଲ ସେବା ନିକେତନର ଅନ୍ତେବାସୀ ମାନେ ଘୁମୁରା ବାଦ୍ୟ ପରିବେଷଣ କରି ରଥକୁ ସ୍ଵାଗତ କରିଥିଲେ । ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟର ସମସ୍ତ କର୍ମକର୍ତ୍ତା ଯଥା ଅଂଶୁମାନ ବାବୁ , ଶୁଭାଶିଷ ପାଣିଗ୍ରାହୀ, ପ୍ରତୀକ ପଟ୍ଟନାୟକ, ସୁଧାଂଶୁ ଶେଖର ମହାପାତ୍ର, ଅବିନାଶ ତ୍ରୀପାଠୀ, ମଣ୍ଟୁ ନାୟକ ଯୋଗ ଦେଇ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିଥିଲେ ।

Related posts

ଡ. ଶ୍ୟାମ ପ୍ରସାଦ ମୁଖାର୍ଜୀ ଙ୍କ ଜନ୍ମ ଦିବସ ପାଳନ

ପ୍ରେମଲତା ଙ୍କ କବିତା ଶୀତ

Sunil Chandra Nayak

ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ପ୍ରଜାପତି ବ୍ରହ୍ମକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ, ରାଇରଙ୍ଗପୁରରେ ରାଜଯୋଗ ଏବଂ ତପସ୍ୟା ଭଟ୍ଟି

Sunil Chandra Nayak

Leave a Comment

error: Content is protected !!