ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବସୁଧା ଯୋଜନା ଠପ , ପାଣି ସଂକଟରେ ରେଙ୍ଗସାପାଳି ବାସୀ

ଗୋଳାମୁଣ୍ଡା ତା ୧୯/୫ ମସିହାନ୍ୟୁଜ,ଗ୍ରୀଷ୍ମପ୍ରବାହ ଯୋଗୁଁ ଅନେକ ସ୍ଥାନରେ ତାପମାତ୍ରା ବଢିବା ସହ ନଇଁ ନାଳ, ପୋଖରୀ, କୂଅ,ସୁଖୀ ଯିବା ସାଙ୍ଗେ ନଳକୂପର ଜଳସ୍ତର ହ୍ରାସ ପାଉଥିବାରୁ ଲୋକେ ଜଳ ପାଇଁ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି, କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକ ରେଙ୍ଗସା ପାଳି ଗ୍ରାମରେ ପାନୀୟ ଜଳର ଅଭାବ ଦେଖାଦେଇଛି । ଗ୍ରାମରେ ପ୍ରାୟ ୧୨ଟି ନଲ କୂପ ଥିଲେ ମଧ୍ୟ ତିନୋଟି ନଳ କୂପ ପିଇବା ପାଇଁ ସକ୍ଷମଥିବା ବେଳେ ବାକିତକ ଲୁହା ବାସ୍ନା ହେତୁ ନଳକୂପ ପିଇବା ପାଇଁ ଉପଯୋଗୀ ନୁହେଁ ଯାହା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ଗ୍ରାମ ରେଙ୍ଗସା ପାଲି ରେ୧୬୦୦ ଜନସଂଖ୍ୟା ବସବାସ କରନ୍ତି ହେଲେ ବସୁଧା ଯୋଜନା ଅଚଳ ହେତୁ ପାଣି ସଂକଟରେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି,ସୋଲାର ମାଧ୍ୟମରେ ବସୁଧା ସଂଯୋଗ ହୋଇ ଥିବାରୁ ଲୋକେ ହନ୍ତସନ୍ତ, ତେଣୁ ବିଦ୍ୟୁତ ଟ୍ରାନ୍ସଫର୍ମର ଯୋଗାଇ ଦିଆଯାଇଛି ହେଲେ ବିଦ୍ୟୁତ ବିଭାଗ ଲାଇନ କନେକ୍ସନ ପାଇଁ RWSS ଜେଇ ଙ୍କୁ ଅବଗତ କରାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଆସି ନାହିଁ ବୋଲି ରଙ୍ଗସାପଲି ପିଇଓ ମହାଶୟ ଫୋନ ଯୋଗେ ପ୍ରକାଶ କରିଛନ୍ତି । ବସୁଧା ଯୋଜନା ନିର୍ମାଣ ହୋଇଥିଲେ ସୁଦ୍ଧା ବିଦ୍ୟୁତ ବିଭାଗ ଓ R W S S ବିଭାଗ କନିଷ୍ଠ ଯନ୍ତ୍ରୀଙ୍କ ଅବହେଳାରୁ ପାଣି ଯୋଗାଉ ନ ଥିବା ରେଙ୍ଗସାପାଳି ସରପଞ୍ଚଙ୍କ ପ୍ରତିନିଧି ସନ୍ତୋଷ ବୁଦ୍ଧିଆ ମଧ୍ୟ ଅଭିଯୋଗ କରିଛନ୍ତି,ବିଭାଗୀୟ ଅଧିକାରୀ ଙ୍କୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ପ୍ରକାର ସହାୟତା ଯୋଗାଇଦେବାକୁ ତାଙ୍କ ପାଖରେ ସମୟ ନାହିଁ ବୋଲି କହିଛନ୍ତି, । ଏ ନେଇ ବ୍ଲକ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ବସୁଧା ଯୋଜନାରୁ ପାଣି ଯୋଗାଇ ଦେବାକୁ ସାଧାରଣରେ ଦାବି ହେଉଛି ।

ଗୋଳାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ମସିହା ପ୍ରତିନିଧି,

Related posts

ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ପଦ ଯାତ୍ରା ଅନୁଷ୍ଠିତ

Sunil Chandra Nayak

ଦାଦନ ଶ୍ରମିକ ଙ୍କ ଟ୍ରେନ ଦୃଘଟନା ରେ ମୃତ୍ୟୁ

ପ୍ରତିମା ଶତପଥି ଙ୍କ କବିତା/ଆମ ପରମ୍ପରାରେ ଲକ୍ଷ୍ମୀ ପୂଜା

Sunil Chandra Nayak

Leave a Comment

error: Content is protected !!