ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭ୍ରମର ବାଗ ଙ୍କ କବିତା ଖଦ୍ୟୋତିକା

ଖଦ୍ୟୋତିକା 

ପଶୁପକ୍ଷୀ

ଧନ ସମ୍ପତି କି ବିନା ଅର୍ଥରେବି
ଆମେତ ଯାଉଛୁ ବଞ୍ଚି !
କାଳ ଅପଚୟ କରି ହେ ମଣିଷ
ଧନ ପଛେ ଧାଅଁ ସଞ୍ଚି !!

ଶିଶୁ

ସମସ୍ତଙ୍କୁ ଯଦି ମୋର ହସ, କଥା,
ଲାଗିଥାଏ ଏତେ ମିଠା !
ତୁମରି ହସରେ ତୁମରି କଥାରେ
ତେବେ ଏକି କପଟତା !!

ସମୁଦ୍ର

ମୁଁ ଧନ ଭଣ୍ଡାର, ତୁମ କେତେ ଧନ ?
ସୁଖେ ନାଚେ ରାତି ଦିନ !
ଅଳପ ଧନରେ ମନରେ ତୁମର
ଏକି ଗର୍ବ ଅଭିମାନ !!

ଋତୁ

ସମୟ ସହିତ ମୁଁ ବଦଳୁ ଅଛି
ନୁହଁଇ ମୁହିଁତ ସ୍ଥାୟୀ !
ମୋହରି ପରିକା ଦୁଃଖ ଆଉ ସୁଖ
ଅଟନ୍ତି ତ କ୍ଷଣସ୍ଥାୟୀ !!

ମଶାଣି

 ଧନୀ ଜ୍ଞାନୀ ସର୍ବ କରି ମୁହିଁ ଖର୍ବ
ତଥାପି କେତେ ମୁଁ ଶାନ୍ତ !
ତୁଚ୍ଛାଟାରେ ନର କରି ରେ ରେ କାର
କରୁଥାଏ ଅଟ୍ଟହାସ୍ୟ !!

ଭ୍ରମର ବାଗ

କୋଦୋବେଡା, ସିନାପାଲି, ନୂଆପଡା

Related posts

ବିଦୁଲତା ବେହେରା ଙ୍କ କବିତା ଦେବେ କରନ୍ତି ସ୍ତୁତି ବିଘ୍ନ ନାଶହେ ଗଣପତି

Sunil Chandra Nayak

ଡିକୋଟିଙ୍ଗ ଲିଡରସିପ କାର୍ଯ୍ୟକ୍ରମ

Sunil Chandra Nayak

ନବମ ଓ ଦଶମ ଶ୍ରେଣୀ ପିଲାଙ୍କ ପାଠ୍ୟକ୍ରମରେ ସାମିଲ ହେଲା ନୂଆ ବିଷୟ

Sunil Chandra Nayak

Leave a Comment

error: Content is protected !!