ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହିଳା ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଦ୍ବାରା ଉଦ୍ଧାର

   ଫୁଲବାଣୀ -: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଫୁଲବାଣୀ ସହର ନିକଟସ୍ଥ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ର ପଛ ପାର୍ଶ୍ୱ ଏକ ଗଛରେ ଜଣେ ମହିଳା ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ସେହି ଶିଳ୍ପ ତାଲିମ କେନ୍ଦ୍ର ପଛପଟ ଶିଳ୍ପ ତାଲିମ କେନ୍ଦ୍ରର ରଷେୟା କୌଣସି କାମରେ ଯାଉଥିବା ବେଳେ ମହିଳା ର ମୃତ ଦେହ ଗଛରେ ଝୁଲୁଥିବା ଦେଖି ଅଞ୍ଚଳ ବାସୀ ଙ୍କୁ କହିଥିବା ବେଳେ ଘଟଣା ସମ୍ପର୍କରେ ସଦର ଥାନା କୁ ଖବର ଦେଇଥିଲେ। ସଦର ଥାନା ପୋଲିସ କେହି ଜଣେ ମହିଳା ର ମୃତ ଶରୀର ଗଛରେ ଝୁଲୁଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ସଦର ଥାନା ଏସ ଆଇ ଲକ୍ଷ୍ମୀ ଖୁଣ୍ଟିଆ ତଦନ୍ତ ଅଧିକାରୀ ଦାୟିତ୍ୱ ଗ୍ରହଣ କରି ସଦର ଥାନା କେସ ନଂ ୭/୨୦୨୨ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ବେଳେ ଘଟଣା ର ସତ୍ୟତା ଜାଣିବା ନିମନ୍ତେ ତଦନ୍ତ ଜାରି ରଖିଥିବା ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ପୋଲିସ ମୃତ ମହିଳା ର ଶବ ଉଦ୍ଧାର କରିବା ପରେ ମୃତା ମହିଳା ଜଣଙ୍କ ସେହି ଶିଳ୍ପ କେନ୍ଦ୍ର ନିକଟରେ ଘର କରି ବହୁ ବର୍ଷ ଧରି ରହୁଥିବା ପ୍ରତାପ କଁହର ଝିଅ ବୋଲି ପରିବାର ଲୋକ ଚିହ୍ନଟ କରିଥିବା ଜଣାପଡିଛି । ଗତ ଗୁରୁବାର ରାତିରୁ ଝିଅ ନିଖୋଜ ଥିବା ମୃତ ମହିଳା ର ବାପା ପ୍ରତାପ କଁହର ପୋଲିସ କୁ କହିଥିବା ଜଣାପଡିଛି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।

Related posts

ଆତ୍ମା ପକ୍ଷରୁ ମତ୍ସ୍ୟ ଚାଷୀଙ୍କୁ ତାଲିମ ଶିବିର

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା – ଶ୍ରୀରାମ ନବମୀ

Sunil Chandra Nayak

ମହାଭାରତ କଥା……..୮

Leave a Comment

error: Content is protected !!