ଫୁଲବାଣୀ -: କନ୍ଧମାଳ ଜିଲ୍ଲା ଫୁଲବାଣୀ ସଦର ଥାନା ଅନ୍ତର୍ଗତ ଫୁଲବାଣୀ ସହର ନିକଟସ୍ଥ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ର ପଛ ପାର୍ଶ୍ୱ ଏକ ଗଛରେ ଜଣେ ମହିଳା ର ମୃତ ଦେହ ଝୁଲନ୍ତା ଅବସ୍ଥାରେ ପୋଲିସ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ଯୋଗ୍ୟ ସେହି ଶିଳ୍ପ ତାଲିମ କେନ୍ଦ୍ର ପଛପଟ ଶିଳ୍ପ ତାଲିମ କେନ୍ଦ୍ରର ରଷେୟା କୌଣସି କାମରେ ଯାଉଥିବା ବେଳେ ମହିଳା ର ମୃତ ଦେହ ଗଛରେ ଝୁଲୁଥିବା ଦେଖି ଅଞ୍ଚଳ ବାସୀ ଙ୍କୁ କହିଥିବା ବେଳେ ଘଟଣା ସମ୍ପର୍କରେ ସଦର ଥାନା କୁ ଖବର ଦେଇଥିଲେ। ସଦର ଥାନା ପୋଲିସ କେହି ଜଣେ ମହିଳା ର ମୃତ ଶରୀର ଗଛରେ ଝୁଲୁଥିବା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରି ସଦର ଥାନା ଏସ ଆଇ ଲକ୍ଷ୍ମୀ ଖୁଣ୍ଟିଆ ତଦନ୍ତ ଅଧିକାରୀ ଦାୟିତ୍ୱ ଗ୍ରହଣ କରି ସଦର ଥାନା କେସ ନଂ ୭/୨୦୨୨ ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟ କୁ ପଠାଇଥିବା ବେଳେ ଘଟଣା ର ସତ୍ୟତା ଜାଣିବା ନିମନ୍ତେ ତଦନ୍ତ ଜାରି ରଖିଥିବା ସଦର ଥାନା ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଗଣମାଧ୍ୟମ କୁ ସୂଚନା ଦେଇଥିଲେ। ପୋଲିସ ମୃତ ମହିଳା ର ଶବ ଉଦ୍ଧାର କରିବା ପରେ ମୃତା ମହିଳା ଜଣଙ୍କ ସେହି ଶିଳ୍ପ କେନ୍ଦ୍ର ନିକଟରେ ଘର କରି ବହୁ ବର୍ଷ ଧରି ରହୁଥିବା ପ୍ରତାପ କଁହର ଝିଅ ବୋଲି ପରିବାର ଲୋକ ଚିହ୍ନଟ କରିଥିବା ଜଣାପଡିଛି । ଗତ ଗୁରୁବାର ରାତିରୁ ଝିଅ ନିଖୋଜ ଥିବା ମୃତ ମହିଳା ର ବାପା ପ୍ରତାପ କଁହର ପୋଲିସ କୁ କହିଥିବା ଜଣାପଡିଛି।
ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।