ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

ଜଣାଣ

ମାନଗୋବିନ୍ଦ ସ୍ବାଇଁ

 

ଭଙ୍ଗା ଚାଳଘର ଆସ ଜଗନ୍ନାଥ

    ଗରିବ ଦେଖ ବ୍ୟବସ୍ଥା

ଘରେ ଦିନ ରାତି ଚନ୍ଦ୍ର ସୂର୍ଯ୍ୟ ଯାତ

      ଆକାଶ ଯାହାର ଛତା।

ପବନ ଜଣାଣ ପବନ ଆହାର

     ଦିନ ଛଡ଼ା ଦିନ ଅଧ୍ୟେ

ଦୀନ ଦୁଃଖୀକାନ୍ଦେ ଭଙ୍ଗା ଚାଳଘରେ

    ଖାଦ୍ୟ ବିନା ଶୁଏ ନିଦେ।

ଘାସର ବିଛଣା କୋମଳ ପବନ

    ଗଗନ ଝଲକ ବତୀ

ବିଶ୍ରାମ ନିଅଇ ହରିରାମ କହି

    ଘୁଙ୍ଗୁଡ଼ି ମାରଇ ଶାନ୍ତି।

ଶିଶିର କାକର ମୁଖକୁ ପଖାଳେ

    ଦର୍ଶନ ପ୍ରଭୁ ଜୁହାର

ସକାଳ ପ୍ରାର୍ଥନା ମଙ୍ଗଳ କାମନା

    ତୁମେ ପ୍ରଭୁ ମୋ ଈଶ୍ୱର।

ଆଜି ଦିନ ଯାକ ତୁମରି କାମରେ

     ଏ ଜୀବନ ଯାଉ ବିତି

ସକଳ ଜୀବନ ସଫଳ କାମନା

    ଏହା ମୁଁ କରୁଛି ସ୍ତୁତି।

ଆସିଥିଲ ପ୍ରଭୁ ଭଙ୍ଗା ମୋ କୁଡ଼ିଆ

     ଜାଣ ଦୀନ ଦୁଃଖି ଦୁଃଖ

ଜୀବନ ବିତୁଛି ଦୁଃଖରେ ସଂସାର

    କେବେ ତାକୁ ଦେବ ସୁଖ

 

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ମହାଭାରତ କଥା–୫

କୋକସରା ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଓ କିରାଣି ଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଉପଲକ୍ଷେ ନର୍ଲାରେ ସେବାକାର୍ଯ୍ୟ କଲା ଏବିଭିପି

Sunil Chandra Nayak

Leave a Comment

error: Content is protected !!