ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବେଣୁଧର ସୂତାର ଙ୍କ କବିତା ଆମ ମାତୃଭାଷା

ଆମ ମାତୃଭାଷା

 

ବେଣୁଧର ସୂତାର

 

ଜାତି ଆଶା ଜାତି ଭାଷା ବଇଭବ

ମାତୃଭାଷା ପ୍ରୀତି ହୃଦେ ଜଗାଅ

ଜାତି ଜନତାର ସୁପ୍ତ ମାନସେ

ଲୁପ୍ତ ଅତୀତ କାହାଣୀ କୁହ ।

ବର୍ଣ୍ଣିଳ ବିଭାଷା ବଭତ୍ସ ଆଦର୍ଶେ

ଏ ଜାତି ହୋଇଛି ପଶ୍ଚାତ୍ୟ ମନା

ଜାଗ୍ରତ କରାଅ ଜନ ମନ ପ୍ରାଣେ

ମାତୃଭାଷା ପ୍ରୀତି ଉନ୍ମାଦନା ।

ସ୍ବଭାଷା ଜାତିର ଚାରୁ ହସ୍ତାକ୍ଷର

ଜାତି ଗୌରବର ପରିଭାଷା

ବିଶ୍ବ ଭ୍ରାତୃତ୍ବର ମୁଗ୍ଧ କଣ୍ଠସ୍ବର

ଦେଶ ପ୍ରଗତିର ଦୀପ୍ତ ଆଶା ।

ଭାଷାସଭ୍ୟତାର ଦିବ୍ୟ ଦିଗଦର୍ଶନ

ପ୍ରଜ୍ଞା ବିଭୂତିର ପୂର୍ଣ୍ଣ ଆଧାର

ଜାତି ଐଶ୍ବର୍ଯ୍ୟର ଲଳିତ ସ୍ତବକ

ଚାରୁ ଐତିହ୍ୟ ର ଫଲ୍ଗୁଧାର ।

ଜାତି ପ୍ରାଣବିନ୍ଦୁ ଭାଷାପ୍ରେମ ସିନ୍ଧୁ

ଉତ୍ତାଳ ଆହ୍ଲାଦ ଲହରି ମାଳେ

ଭଷାର ମମତା ଭାବ ବିମୁଗ୍ଧତା

ମୃଦୁଛନ୍ଦ ତୋଳେ ଏହୃଦ ତଳେ ।

ଭାଷା ସଂପ୍ରୀତିର ଲାବଣ୍ୟମଞ୍ଜରୀ

ଭଷା ସମ୍ପର୍କର ସେତୁବନ୍ଧ

ଭାଷାବିନା କହ କେ ଜାତି ଉନ୍ନତ

ଶିକ୍ଷାଦୀକ୍ଷା ବିନା ସେଜାତି ଅନ୍ଧ ।

ଭାଷା ଚାରୁଧାରା ପ୍ରଗତି ପସରା

ଭାଷା ଜାତିପ୍ରାଣ ସଞ୍ଜିବନୀ

ଭାଷାଜ୍ଞାନଜ୍ୟୋତି ସାମାଜିକପ୍ରୀତି

ପ୍ରଜ୍ଞା ଚେତନାର ପ୍ରତିଧ୍ବନି ।

ମାତୃଭୂମି ମାତୃ ଭାଷାର ପ୍ରଗତି

ହେଉ ଜୀବନର ଶ୍ରେଷ୍ଠ ସାଧନା

ଆସ ସର୍ବେମିଳି ମୁକ୍ତ କଣ୍ଠରେ

ଗାଇବା ଭାଷାର ପୂତ ବନ୍ଦନା ।

ମାଆ ମାଟି ଆଉ ମାତୃଭାଷା ପାଇଁ

ତ୍ୟାଗ ମନ୍ତ୍ରେ ସାଜି ପୁଣ୍ୟ ଦଧିଚି

ଜାଗ କ୍ରାନ୍ତିବୀର ଭଷାରସଂଗ୍ରାମେ

ମନରେ ନରଖି ପ୍ରଶ୍ନବାଚୀ ।

କେଶଦୁରାପାଳ 

କେନ୍ଦୁଝର

 

Related posts

ଚନ୍ଦାହାଣ୍ଡି ବ୍ଲକ ଉପାଧ୍ୟକ୍ଷ ଙ୍କ ଗିରଫ ଦାବି କଲା ବିଜେପି 

Sunil Chandra Nayak

ସଦରବ୍ଲକ ସିକୁଆଁ ଗ୍ରାମ ପଂଚାୟତ ରେ ଜଳ ସଙ୍କଟ ଭୟା ଭୟ, ସୋଲାର ଅଚଳ

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ପ୍ରକୃତି ମିତ୍ର ପୁରସ୍କାର ପ୍ରଦାନ 

Leave a Comment

error: Content is protected !!