ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୋଟୋପାଲି ଠାରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ

ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ବୋଟୋପାଲି ଗ୍ରାମ ସ୍ଥିତ ବନ୍ୟା ଆଶ୍ରୟସ୍ଥଳୀରେ ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହୋଇଯାଇଛି। ନଦୀକୂଳରେ ଥିବା ବିଭିନ୍ନ ଗ୍ରାମବାସୀଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କରାଯିବା ନେଇ ମକଡ୍ରିଲ କରା ଯାଇଥିଲା। ଅତିରିକ୍ତ ଜିଲ୍ଲାପାଳ ଅଗସ୍ତି ପ୍ରଧାନ , ଗୀତାଞ୍ଜଳି ସା କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ନୂଆପଡା ଉପ ଜିଲ୍ଲାପାଳ ତରଣୀ ସେନ ନାଏକ,ସିନାପାଲି ବ୍ଲକ ଅଧ୍ୟକ୍ଷା ମାଧୁରୀ ମାଝୀ, ଉପାଧ୍ୟକ୍ଷା ମିନା ଘିଭେଲା ଓ ଜିଲ୍ଲା ପରିଷଦ ସଭ୍ୟ ଯାଜ୍ଞସେନି କଟା, ବରଗାଁ ସରପଞ୍ଚ ଯାଜ୍ଞସେନୀ ମାଝୀ ଯୋଗଦେଇ ବିପର୍ଯ୍ୟୟ ସମୟରେ ଅଧୈର୍ଯ୍ୟ ନହୋଇ ମୁକାବିଲା କରିବାକୁ ଲୋକଙ୍କୁ ଆହ୍ୱାନ ଦେଇଥିଲେ।ଏନ ଡି ଆର ଏଫ କମାଣ୍ଡର ବିଶ୍ୱନାଥ ଚୌଧୁରୀ ତାଲିମଦାତା ଭାବରେ ଯୋଗଦେଇ ବିପର୍ଯ୍ୟୟ ସମୟରେ କିପରି ଜୀବନ ବଂଚିହେବ ଓ ସୁରକ୍ଷିତ ଭାବରେ ଲୋକଙ୍କ ସହ ଗୃହ ପାଳିତ ପଶୁପକ୍ଷୀଙ୍କୁ ଉଦ୍ଧାର କରା ଯାଇପାରିବ ସେନେଇ ଲୋକଙ୍କୁ ତାଲିମ ପ୍ରଦାନ କରିଥିଲେ। ନୂଆପଡ଼ା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଉତ୍କେଲା ମେନରୋଡ ରେ ଷ୍ଟ୍ରିଟ ଲାଇଟ ଲଗାଇଲେ ସରପଞ୍ଚ

Sunil Chandra Nayak

କଳାହାଣ୍ଡି ସାଂସଦଙ୍କ ଦିନିକିଆ ନର୍ଲା ବ୍ଲକ୍ ଗସ୍ତ, ବୁଝିଲେ ଲୋକଙ୍କ ଦୁଃଖ ସୁଖ 

Sunil Chandra Nayak

ନବ ନିର୍ମିତ ଶିବ ମନ୍ଦିର ଉଦଘାଟିତ

Leave a Comment

error: Content is protected !!