ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜମି ବିବାଦକୁ ନେଇ ଗୋଷ୍ଠୀ ସଂଘର୍ଷ, ୭ ଆହତ

ଲାଞ୍ଜିଗଡ଼,୧୯/୦୬(ମନିସ)- ସଂରକ୍ଷିତ ଜଙ୍ଗଲ ଜମିକୁ ଜବରଦଖଲ କରି ନିଜର ମାଲିକାନା ଜାହିର କରିବାକୁ ନେଇ ଆଜି ଦୁଇଟି ଗାଁରେ ଗୋଷ୍ଠୀ ସଂଘର୍ଷ ଘଟି ଛଅରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି ! ପୁଲିସ ସୂତ୍ରରୁ ମିଳିଥିବା ସୂଚନାନୁସାରେ, କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ବିଜେପୁର ଥାନା ଖର୍କଚୁଆଁ ନାମକ ଗାଁରେ ଥିବା ସଂରକ୍ଷିତ ଜଙ୍ଗଲ ଜମିକୁ ଜବରଦଖଲ କରିବା ସହିତ ନିଜ ନିଜର ମାଲିକାନା ଜାହିର କରିବାକୁ ନେଇ ଲାଖବାହାଲି ଗ୍ରାମପଞ୍ଚାୟତର ଥୁଆଙ୍ଗପଦର ଏବଂ ବିଜେପୁର ଗ୍ରାମପଞ୍ଚାୟତର ସିନ୍ଧିଭଟା ମଧ୍ୟରେ ବିବାଦ ଲାଗି ରହିଥିବାବେଳେ ଆଜି ଏହା ଉଗ୍ର ରୂପ ଧାରଣ କରିଥିଲା ! ଉଭୟ ଗାଁର ଲୋକେ ଏଇ ବିବାଦୀୟ ସ୍ଥାନ ନିଜ ଅକ୍ତିଆରକୁ ନେବା ଉଦ୍ଦେଶ୍ୟରେ ଆଜି ଠୂଳ ହୋଇଥିବାବେଳେ ଉଭୟପକ୍ଷଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଛି ! ଠେଙ୍ଗା, ବାଡ଼ି, ଦାଆ କଟୁରୀ ଓ ଟାଙ୍ଗିଆରେ ପରସ୍ପରକୁ ଆକ୍ରମଣ କରିବାରୁ ଏଥିରେ ସାତଜଣଙ୍କୁ ଗୁରୁତର ଭାବେ ଉଦ୍ଧାର କରି ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ! ଆହତଙ୍କ ମଧ୍ୟରେ ସିନ୍ଧିଭଟାର ବୁଡ଼ୁ ମାଝୀ, ରସିକ ମାଝୀ, ସାବି ମାଝୀ, ବୁଦୁ ମାଝୀ, ମାଲି ମାଝୀ, କର୍ଣ୍ଣ ମାଝୀ ଓ କୁମଟି ମାଝୀ ଗୁରୁତର ଆହତ ଭାବେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ! ଏନେଇ ବିଜେପୁର ଥାନାରେ କେସ୍ ନଂ ୦୭/୨୦୨୨ରେ ଏକ ମାମଲା ରୁଜୁ ହୋଇଥିବାବେଳେ ବିଜେପୁର ଥାନାଧିକାରୀ ପ୍ରଶାନ୍ତ କୋଲହାରସ ଘଟଣାସ୍ଥଳ ପରିଦର୍ଶନ କରି ଉଭୟପକ୍ଷଙ୍କୁ ଶାନ୍ତିରକ୍ଷା ପାଇଁ ଅପିଲ୍ କରିଛନ୍ତି ! ବର୍ତମାନ ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଛି ! ପୁଲିସ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ପ୍ରଚେଷ୍ଟା ଚାଲିଛି !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ।

Related posts

ଜିଲ୍ଲା ମୁଖ୍ୟ ଚିକତ୍ସାଳୟ ସଭାଗୃହରେ ରକ୍ତଦାତା ଦିବସ ପାଳିତ 

Sunil Chandra Nayak

ତନ୍ମୟ କିଶୋର ଦାସ ଙ୍କ କବିତା ଏବେକାର ବୋହୂ ବାଣୀ 

Sunil Chandra Nayak

ଅରାଜକତା ଆଡ଼କୁ ମୁହାଁଉ ଅଛି କି ଭାରତ !

Leave a Comment

error: Content is protected !!