ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମଲିକମୁଣ୍ଡା ଠାରେ ବଜ୍ରାଘାତ ରେ ବାପା ପୁଅ  ସମେତ  ୪ ଜଣଙ୍କ ମୃତ୍ୟୁ, ଦୁଇ ଜଣ ଗୁରୁତର

ନୂଆପଡା ଜିଲ୍ଲା କୋମନା ବ୍ଲକ ଦେଓଦରା ଗ୍ରାମପଂଚାୟତ ମଲିକମୁଣ୍ଡା ଠାରେ ଆଜି ବଜ୍ରାଘାତ ରେ ବାପା ପୁଅ ସମେତ ଦୁଇ ସମ୍ପର୍କୀୟ ମିଶାଇ ୪ ଜଣଙ୍କ ମୃତ୍ୟୁ ହୋଇଅଛି। ଦୁଇ ଜଣ ଗୁରୁତ୍ବର ଆହତ ହୋଇଛନ୍ତି। ଆହତଙ୍କୁ ଅଗ୍ନିଶମ ବିଭାଗ ଉଦ୍ଧାର କରି କୋମନା ଗୋଷ୍ଠି ସ୍ବାସ୍ଥ୍ୟକେନ୍ଦ୍ର ରେ ଭର୍ତି କରିଛି। ଆହତ ମଧ୍ୟ ରେ ଜଣେ ମହିଳା ଏବଂ ଜଣେ ପୁରୁଷ। ଆଜି ମଲ୍ଲିକମୁଣ୍ଡା ଗ୍ରାମ ରେ ନିଜ ଘର ଖପରଘର ସଜାଡି ଆଜବେଷ୍ଟର ଲଗାଉ ଥିବା ବେଳେ ହଠାତ ବର୍ଷା ଏବଂ ବିଜୁଳି ମାରିଥିଲା। ଘଟଣା ସ୍ଥଳରେ ବଜ୍ରଘାତ ରେ ୪ ପୁରୁଷଙ୍କ ମୃତ୍ୟୁ ହୋଇଅଛି।ମୃତ୍ୟୁ ମଧ୍ୟରେ ବାପା ତୀର୍ଥ ନାଗ ୬୦ବର୍ଷ , ପୁଅ ଚୁଡାମଣି ନାଗ ୨୩ ବର୍ଷ ,ମୃତ୍ୟୁ ହୋଇଥିବା ବେଳେ ଦୁଇ ସମ୍ପର୍କୀୟ ଗୁସାଗର ନାଗ ୧୫ ବର୍ଷ ଏବଂ ଲକ୍ଷ୍ମଣ ନାଗ ୨୮ ବର୍ଷ ମଧ୍ୟ ବ୍ରଜଘାତ ରେ ମୃତ୍ୟୁ ହୋଇଅଛି। ଗୁରୁତର ମହିଳା ହେଲେ ମିଥିଲା ନାଗ। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶପଥ ନେବା ସହିତ ଦାୟିତ୍ୱ ଗ୍ରହଣ କଲେ  ଲାଞ୍ଜିଗଡ଼ର ନବନିର୍ବାଚିତ ସରପଞ୍ଚ ସରସ୍ୱତୀ ମୁଣ୍ଡା 

Sunil Chandra Nayak

ସର୍ପାଘାତରେ ଅଙ୍ଗନବାଡ଼ି ଶିକ୍ଷୟିତ୍ରୀଙ୍କ ମୃତ୍ୟୁ

Sunil Chandra Nayak

ବୋଡ଼େନ ସରପଞ୍ଚ ସଂଘ ଗଠିତ

Sunil Chandra Nayak

Leave a Comment

error: Content is protected !!