ପ୍ରୀତି ଦରଜ
ମୁଁ ସେଇ ଅକ୍ଷର
ଆମ ପ୍ରେମର , ସ୍ନେହ ,ଅନୁରାଗର…
ଆଶା ,ଅଭିପ୍ସାର
ବ୍ୟାକରଣ ଭିତରେ
ଚିହ୍ନା ଚିହ୍ନା ଶବ୍ଦ ମାନଙ୍କର
ଅସଜଡ଼ା ସ୍ବପ୍ନର ବେଳା ଭୂମିରେ
ଗଦା ଗଦା ବାଲି ତଳେ
ଯେଉଁଠି ଛୋଟ ଏକ କୁଡ଼ିଆ ଘର ….ll
ତୁମେ ସେଇଠି ସାଜିଥିଲ
ଏଇ ମେଘ , ଏଇ ଆକାଶ ,ଗଛ ଲତା
ଆଉ ମହୁମାଛିର ଗୁଞ୍ଜରଣରେ
କେଉଁ ଏକ ଅଭୁଲା ସ୍ୱର …..ll
ପୁଣି ତୁମ ନୟନର ,
ଭ୍ରୁଲତାର ଆକୁଞ୍ଚନ ରେ
ମୋ ହୃଦୟରେ ସାଜିଥିବା
ଏକ ଆଶ୍ୱାସନାର ସହର ….ll
ଏଇଠି ତ ସେ ସହର ଅଛି
ମୁଁ ଅଛି
ଅଛି ପୁଣି ଏଇ
ବତୀଖୁଣ୍ଟ ମାନଙ୍କର ଆଲୁଅରେ
ଶୋଇ ରହିଥିବା
ଯାଯାବର ମାନଙ୍କର
ଭୋକିଲା ପେଟର ଚିତ୍ର ,
ଦରଦୀ ମନର ଆଢୁଆଳରେ
ପଡି ରହିଥିବା ,
ମୋର ଏହି ଗୋଟି ଗୋଟି ପ୍ରେମପତ୍ର …
ସ୍ମୃତିର ଅତରରେ ସାଜିଥିବା
ସମ୍ଭାବନାର ଦରଜ
ଦରଜ ପୁଣି ସାରା ଜୀବନର …ll
ନବ କୁମାର ଦାସ
ସୁରଡ଼ିହା ,ବାଲିଆପାଳ ,ବାଲେଶ୍ୱର
ଶିକ୍ଷକ