ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରେମଲତା ଙ୍କ କବିତା ଦୀପାବଳୀ

 ଦୀପାବଳୀ

           ପ୍ରେମଲତା

ଦୀପଜ୍ୟୋତି ପର୍ବ ଅଟେ ଦୀପାବଳୀ
     ଆଦି ଆରମ୍ଭ ର ପଥେ
ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷ ଖୁସି
    ସଂସ୍କୃତି ଜୀବନ ରଥେ। 
କାର୍ତ୍ତିକ ମାସର ଅମାବାସ୍ଯା ତିଥି
    ପବିତ୍ର ପାବନ ସୂତ୍ରେ
ମା ଶ୍ୟାମାକାଳୀ ପଦରେ ପୂଜା ବିଧି
    ଶକ୍ତି ପ୍ରଦାୟୀନି ମନ୍ତ୍ରେ। 
ବଡବଡୁଆଙ୍କୁ କାଉଁରିଆ ଜାଳି
   ଡକାଯାଏ ଆଲୁଅରେ
ଅନ୍ଧାରରେ ଆସ ଆଲୁଅରେ ଯାଅ
    ପ୍ରାର୍ଥନା ଅର୍ଘଦାନରେ। 
 ଏହିଦନ ରାମ ରାବଣ କୁ ମାରି
ଫେରିଥିଲେ ଅଯୋଧ୍ୟା ରେ
ସେଥିପାଇଁ ସଜାଦୀପରେ ଦୀପାଳୀ 
 ରାଜାରାମଙ୍କ ନାମରେ। 
ଦୀପରୋଷଣୀର କେତେ ବାଣ ଫୁଟା
 ଆନନ୍ଦ ଲହରୀ ଭରେ
ପତଙ୍ଗ ସମାଧି ଆଲୋକ ଶୀଖାରେ
   ଯେଣୁ ଚର୍ତୁମାସ୍ୟା ସରେ। 
କାର୍ତ୍ତିକ ମାସ ଟି ଧର୍ମ ଶ୍ରେଷ୍ଠ ମାସ
     ମଂଗଳ ଆରତୀ ତଳେ
ବ୍ରୁନ୍ଦାବତୀ ମୂଳେ ଆକାଶ ର ଦୀପ
   ମାସସାରା ପୂଣ୍ୟ ଢାଳେ।

Related posts

ଚିଲିଗୁଡା ସି ଏ ଚ ସି ରେ ଅଳ୍ପ ବର୍ଷାରେ ସରକାରୀ ଘର ଛାତରୁ ଝରୁଛି ପାଣି , କର୍ମଚାରୀ ଚିନ୍ତାରେ

Sunil Chandra Nayak

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ସୃଷ୍ଟିର ଅନ୍ତିମ ଗାଥା 

Sunil Chandra Nayak

ଉତ୍କଳ ସମ୍ମିଳନୀ ନବରଙ୍ଗପୁର ଶାଖାର ପ୍ରଥମ ସାଧାରଣ ପରିଷଦ ବୈଠକ

Sunil Chandra Nayak

Leave a Comment

error: Content is protected !!