ମାଗୁ ଅଛି ପ୍ରଭୁ ଶରଣ
ଉପେନ୍ଦ୍ର କୁମାର ବସ୍ତିଆ
ଯେତେ ଦୁଃଖ ଅଛି ଦିଅମୋତେ ପ୍ରଭୁ
ସହିବାକୁ ଦିଅ ଶକତି ମନେ
ମୁଖେ ଫୁଟୁ ଥାଉ ବିପଦେରେ ହସ
ଲୁହ ପଛେ ବୋହୁ ଥାଉ ନୟନେ।
ହୃଦୟରେ ଭରି ଦିଅନ୍ତୁ ଭକତି
ପଥର ତରଳି ବହିବ ପାଣି
ଭକତି ଭାବରେ ତୁମକୁ କନ୍ଦେଇ
ମନକୁ ତୁମ୍ଭର ପାରିବି ଜିଣି ।
ମନ ମୋର କେବେ ବିମୁଖ ନ ହେଉ
ତୁମ ଠାରୁ ଏଇ ଜୀବନେ ଆଉ
ଯେତେ ଝଡଝ୍ଞ୍ଜା ଆସୁ ଥାଉ ପଛେ
ଶ୍ରୀ ରଙ୍ଗା ଚରଣେ ମୋ ମନ ଥାଉ ।
ଜୀବନରେ କେବେ ନ ଆସୁ ମୋହର
ପରପାଇଁ ମନେ ମନ୍ଦ ଭାବନା
ଚାଲିଗଲେ ପଛେ ଯାଉ ଏ ପରାଣ
ଭକତିରେ ତୁମ ନ ହେଉ ଊଣା ।
କୁବେର ଭଣ୍ଡାର ଲୋଡା ନାହିଁ ମୋର
ମାଗୁଅଛି ଖାଲି ଶରଣ ପାଦେ
ଜୀବ ଛାଡ଼ିଯାଉ ତୁମ ନାମ ଜପି
ଯମ ଦଣ୍ଡ ଆଉ ନ ଲାଗୁ ମୋତେ ।
ରାଉରକେଲା