Uncategorizedଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଣାଣ by Sunil Chandra NayakOctober 24, 2022090 Share0 ଜଣାଣ କଳା ବଦନକୁ ଡାକରେ ମାନସ କଳା ବଦନକୁ ଡାକ ସେଯେବେଶୁଣିବ ବୋଲାହାକ ତୋର ଚଷିବୁ ଜଗତ ଯାକ|(୦) କାଳିଆ କଷରା ବଳଦର ବଳ ଜାଣିବୁ ଯେବରେ ମନ ସଂସାରଟାସାରା କରିବୁ ଉଚ୍ଛନ୍ନ ପାଇବୁ ଅମାପ ଧନ କଳା ବଦନକୁ। (୧) ନୀଳ ଶଇଳରେ ଚରୁଛନ୍ତି ତିନି ଷାଠିଏ ପଉଟୀ ଭୋଗ ବାମରେ କାଳିଆ ଡ଼ାହାନେକସରା କଲେ କେତେ କାଳ ଭୋଗ| କଳା ବଦନ କୁ। (୨) ସେ ଅଡ଼ୁଆ ହେଲେ ସଂସାର ଉଚ୍ଛନ୍ନ ହଳୁଆ କାନ୍ଦିବ ନିତି ହୀନ ବୀର୍ଯ୍ୟ ହୋଇ ଥକି ପଡ଼ିବୁରେ ବୃଥାହେବସବୁ କୀର୍ତ୍ତି| କଳା ବଦନକୁ (୩) ବଡ଼ ଅମାନିଆ କାଳିଆ ବଳଦ ପଶେ ଏବାଡିସେ ବାଡ଼ି ବଡ଼ ଆଖିଆସେ ଟିକେକୁ ମାରଇ ସବୁଥିରେ ଯାଏ ମାଡ଼ି| କଳା ବଦନକୁ। (୪) ଶିଁଙ୍ଗ ନ ଥାଇ ସେ ବଳୁଆ ବଳଦ ବେକରେ ଦୟଣା ମାଳ ଭଲ ହଳିଆକୁ ପ୍ରଶଂସା କରଇ ପାଦରେ ଘୁଙ୍ଗୁର ମାଳ*| କଳା ବଦନକୁ। (୫) ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ବାହରା ହରି ଚନ୍ଦନ ପୁର କେନ୍ଦୁଝର