ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ଜଣାଣ

    ଜଣାଣ

   
କଳା ବଦନକୁ ଡାକରେ ମାନସ
      କଳା ବଦନକୁ ଡାକ
ସେଯେବେଶୁଣିବ ବୋଲାହାକ ତୋର 
      ଚଷିବୁ ଜଗତ ଯାକ|(୦)
କାଳିଆ କଷରା ବଳଦର ବଳ
     ଜାଣିବୁ ଯେବରେ ମନ
ସଂସାରଟାସାରା କରିବୁ ଉଚ୍ଛନ୍ନ
     ପାଇବୁ ଅମାପ ଧନ
କଳା ବଦନକୁ। (୧)
ନୀଳ ଶଇଳରେ ଚରୁଛନ୍ତି ତିନି
       ଷାଠିଏ ପଉଟୀ ଭୋଗ
ବାମରେ କାଳିଆ ଡ଼ାହାନେକସରା
      କଲେ କେତେ କାଳ ଭୋଗ|
କଳା ବଦନ କୁ। (୨)
ସେ ଅଡ଼ୁଆ ହେଲେ ସଂସାର ଉଚ୍ଛନ୍ନ
      ହଳୁଆ କାନ୍ଦିବ ନିତି
ହୀନ ବୀର୍ଯ୍ୟ ହୋଇ ଥକି ପଡ଼ିବୁରେ
       ବୃଥାହେବସବୁ କୀର୍ତ୍ତି|
କଳା ବଦନକୁ (୩)
ବଡ଼ ଅମାନିଆ କାଳିଆ ବଳଦ
      ପଶେ ଏବାଡିସେ ବାଡ଼ି
ବଡ଼ ଆଖିଆସେ ଟିକେକୁ ମାରଇ
      ସବୁଥିରେ ଯାଏ ମାଡ଼ି|
କଳା ବଦନକୁ। (୪)
ଶିଁଙ୍ଗ ନ ଥାଇ ସେ ବଳୁଆ ବଳଦ
       ବେକରେ ଦୟଣା ମାଳ
ଭଲ ହଳିଆକୁ ପ୍ରଶଂସା କରଇ
      ପାଦରେ ଘୁଙ୍ଗୁର ମାଳ*|
କଳା ବଦନକୁ। (୫)
         

ଶ୍ରୀ ବିଦ୍ୟାଧର ମହାନ୍ତ ତମ୍ବାହରା

ହରି ଚନ୍ଦନ ପୁର କେନ୍ଦୁଝର

       

Related posts

ବିବେକାନନ୍ଦ ହଲର ଉଧ୍ଘଟାନ କଲେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା

Sunil Chandra Nayak

କଳାହାଣ୍ଡି ଜିଲ୍ଲା ଦୁଇ ଦିନିଆ ଗସ୍ତରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀ

ଶିଶୁ ମନ୍ଦିର ଠାରେ ସଂକୁଳ ସ୍ତରୀୟ ବିଦ୍ୱତ ପରିଷଦ ଆଲୋଚନା ଚକ୍ର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!