ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜନରଞ୍ଜନପ୍ରଧାନ ଙ୍କ କବିତା ନୂଆଖାଇ ହସୁଛି

ନୂଆଖାଇ ହସୁଛି

ଆଜି ନୂଆ ଖାଇ ହସୁଛି ରାଇଜ ବାଜୁଅଛି ସାହାନାଇ
ଘରେ ଘରେ ପିଠାପଣା ର ଆସର ସାହା ମାଆ ସମଲେଇ।
ଯିଏ ଯେତେ ଦୂରେ ରହିଥିଲେ ଆଜି ଘରକୁ ଆସନ୍ତି ଫେରି
ଏକାଠି ହୁଅନ୍ତି ଏକାଠି ଖାଆନ୍ତି ସତେ କି ସରଗପୁରି।
ଘର ଦୁଆର କୁ ପରିମଳ କରି ଆଙ୍କନ୍ତି ଦୁଆରେ ଝୋଟି
ସାଗର ଦୁଲଣୀ ଲକ୍ଷ୍ମୀ ଠାକୁରାଣୀ ପ୍ରବେଶ କରନ୍ତି ଆସି।
ଇଷ୍ଟଦେବତା ଙ୍କୁ ଆରାଧନା କରି ଦିଅନ୍ତି ଲାଗି ଲଗାଇ
ଗୁରୁଜନଙ୍କର ଶୁଭାଶିଷ ନେଇ ଆନନ୍ଦେ ବିହୋର ହୋଇ।
ନୂଆ ଖାଇ ଦିଏ ଅନେକ ବାରତା ସଭିଙ୍କୁ କରେ ଏକାଠି
ସ୍ବଚ୍ଛ ପରିମଳ ହୁଏ ପରିବେଶ କମଳା ହୁଅନ୍ତି ଖୁସି।

ଜନରଞ୍ଜନପ୍ରଧାନ

ଆଳୋଇ , ବାଲିପାଟଣା , ଖୋର୍ଦ୍ଧା

Related posts

କୈଳାସ ଚ଼ନ୍ଦ୍ର ପାଢ଼ୀ ଙ୍କ କବିତା ସୃଷ୍ଟିର ଅନ୍ତିମ ଗାଥା 

Sunil Chandra Nayak

ଚିଲିଗୁଡା ନୀଳମାଧଵ ହାଇ ସ୍କୁଲରେ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଗୋଲାପ

Leave a Comment

error: Content is protected !!