ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କନ୍ଧମାଳ ନୂତନ ଜିଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ଦାୟୀତ୍ୱ ଗ୍ରହଣ

ଫୁଲବାଣୀ -୨୨/୬ କନ୍ଧମାଳ ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବୁଧବାର ଦାୟୀତ୍ୱ ଗ୍ରହଣ କରିଛନ୍ତି l ସେ ପୂର୍ବରୁ ୫ବର୍ଷ ଧରି ରହିଥିବା ଜିଲାପାଳ ଡା. ଵୃନ୍ଦା ଡିଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିଛନ୍ତି lବୃନ୍ଦା ଡିଙ୍କୁ ଓଏସଏମସି ଏଲ, ଭୁବେନଶ୍ୱରକୁ ବଦଳି ହୋଇଛି lଆଶିଷ ଈଶ୍ୱର ପାଟିଲ ଏଥି ପୂର୍ବରୁ ବାଲେଶ୍ୱର ଉପଜିଲ୍ଲାପାଳ ଏବଂ ବାଲେଶ୍ଵର ପୌରପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିଲେ l ସେ ତତ୍କାଳୀନ ଜିଲ୍ଲାପାଳ ଙ୍କ ଠାରୁ ଦାଇତ୍ୱ ଗ୍ରହଣ କରିବା ପରେ ନୂତନ ଜ଼ିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କୁ ଗଣମାଧ୍ୟମ ପ୍ରତିନିଧି ମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଜିଲ୍ଲାପାଳ ଶ୍ରୀ ପାଟିଲ ଙ୍କୁ ସାମ୍ବାଦିକ ମାନେ ପଚାରିବାରେ ଜିଲ୍ଲାର ଜନସାଧାରଣଙ୍କ ସମସ୍ୟା ସମାଧାନ କରିବା ସହ ଗ୍ରାମାଞ୍ଚଳ ସହରାଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପ୍ରତି ଅଧିକ ଦ୍ରୁଷ୍ଟି ଦେବେବୋଲି କହିଛନ୍ତି l ତତ ସହ  କନ୍ଧମାଳର ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳରେ ଯେମିତି ଉନ୍ନତି ହେବା ପାଇଁ ନୀତି ନିୟମ କାର୍ଯ୍ୟକାରୀ ହେଉଥିଲା ସେଇ କ୍ରମରେ ଚାଲୁ ରହିବ।ଆଉ ଯାହାବି କାର୍ଯ୍ୟ ହେବ ସମସ୍ତଙ୍କୁ ନେଇ ମିଳିମିଶି ସୁବିଧାରେ ବିକାଶମୁଳକ କାର୍ଯ୍ୟ ଗୁଡିକୁ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ ପାଟିଲ ପ୍ରକାଶ କରିଛନ୍ତି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ।

Related posts

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା ନନ୍ଦର ଘରେ ଆନନ୍ଦ ହସନ୍ତି କଳା ଗୋବିନ୍ଦ

Sunil Chandra Nayak

କଳାହାଣ୍ଡି ର ଇଷ୍ଟଦେବୀ ମାଣିକେଶ୍ୱରୀ ଙ୍କ ପ୍ରସିଦ୍ଧ “ଲାଖମରା ଯାତ୍ରା” ଅନୁଷ୍ଠିତ

Sunil Chandra Nayak

ଦାସୀ ଗାଁ ରେ ଲେ ଲେ ବଉଳ ଡ୍ୟାନ୍ସ ଧମାକା କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!