ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଭାଜପା ଦଳ ପକ୍ଷରୁ ହର ଘର ତ୍ରିରଙ୍ଗା ଘର ଘର ତ୍ରିରଙ୍ଗା ସଚେତନତା କାର୍ଯ୍ୟକ୍ରମ

କୋକସରା,୧୨/୮-  ,( ମ ନି ସ) କେନ୍ଦ୍ର ସରକାରଙ୍କ ପକ୍ଷରୁ ୭୫ ବର୍ଷ ପୂର୍ତ୍ତି ଅବସରରେ ଆସନ୍ତା ସ୍ୱାଧୀନତା ଦିବସକୁ ଆଜାଦି କି ଅମୃତ ମହୋତ୍ସବ ଭାବେ ପାଳନ କରିବାକୁ ସମସ୍ତ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଜରିଆରେ ଜନସାଧାରଣଙ୍କୁ ବାର୍ତ୍ତା ଦେବାପାଇଁ ଗୁରୁବାର କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଭାଜପାର କର୍ମକର୍ତ୍ତା ମାନେ କୋକସରା ବ୍ଲକ ସଦର ମହକୁମା ଠାରେ ଏକ ଶୋଭାଯାତ୍ରା ବାହାର କରି ଆସନ୍ତା ୧୩ ତାରିଖ ରୁ ୧୫ ତାରିଖ ପର୍ଯ୍ୟନ୍ତ ଘରେ ଘରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରିବା ସହ ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇବାକୁ ସଚେତନ କରିଛନ୍ତି। ଏହି ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ଜିଲ୍ଲା ଭାଜପାର ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପାଟ୍ଟଯୋଷୀ, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଜନାର୍ଦ୍ଦନ ପଣ୍ଡା, ସାଂସଦ ପ୍ରତିନିଧି ସୁଧୀର କୁମାର ପାତ୍ର, ଧର୍ମଗଡ ମଣ୍ଡଳ ନଗର ସଭାପତି ହରେକୃଷ୍ଣ ପଣ୍ଡା, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ, କୋକସରା ମଣ୍ଡଳ ସଭାପତି ଦୁର୍ଗା ପ୍ରଧାନୀ, ସମ୍ପାଦକ ତ୍ରିନାଥ ଶବର, ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, ମୋଟେର ମଣ୍ଡଳ ସଭାପତି ସ୍ଵୟମ୍ବର ବାଗ, ମଣ୍ଡଳ ପ୍ରଭାରି କୋକସରା ଗରୁଡ଼ ଧ୍ଵଜ ମାଝୀ, ଜିଲ୍ଲା ସଦସ୍ୟ ନରେନ୍ଦ୍ର ପ୍ରଧାନୀ, ଆଦିବାସୀ ମୋର୍ଚ୍ଚା ସଭାପତି ମଦନ ମୋହନ ପାତ୍ର, ଓବିସି ମୋର୍ଚ୍ଚା ସଭାପତି କ୍ଷେତ୍ର ମୋହନ ବାଗ , ରଜନୀକାନ୍ତ ପଣ୍ଡା, ମୁକୁନ୍ଦ ପଟ୍ଟନାୟକ, ମନୋଜ ନାଏକ, ସୋମନାଥ ବାଗ, ଭଜମନ ନାଏକ, ପ୍ରମୋଦ ପଣ୍ଡା, ଭାବଗ୍ରାହୀ ପ୍ରଧାନୀ, ବିପିନ ମହାରଣା ସମେତ ଅନ୍ୟ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ।

Related posts

ବୋରଗୁଡ଼ାରେ ବ୍ଲକ ସ୍ତରୀୟ ଜନଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

ନାୟକ ଅକ୍ଷୟ ରାଜହସ୍ତୀ ଙ୍କ କବିତା ଶାରଦୀୟ ବାର୍ତ୍ତା

Sunil Chandra Nayak

Leave a Comment

error: Content is protected !!