ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭାରତୀୟ ଜନତା ଯୁବମୋର୍ଚା ତରଫରୁ କ୍ରାନ୍ତି ଦିବସ ଉପଲକ୍ଷେ ତ୍ରିରଙ୍ଗା ରାଲି

ଢେଙ୍କାନାଳ ସ୍ଵାଧିନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଓ କ୍ରାନ୍ତି ଦିବସ ଉପଲକ୍ଷେ ସାରା ଭାରତ ବର୍ଷ ଅମୃତ ମହୋତ୍ସବ ପାଳନ କରୁଅଛି । ଘରେ ଘରେ ଜାତୀୟ ଧ୍ଵଜା ତ୍ରିରଙ୍ଗା ଉଡାଇବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଅନୁରୋଧ ଓ ଏହାକୁ ୧୫ ତାରିଖ ଯାଏ ସାରା ଭାରତରେ ପାଳନ କରିବାକୁ ଆହ୍ଵାନ ଦେଇଛନ୍ତି । ତେଣୁ ଆଜି ସ୍ଥାନୀୟ ଅଳସୁଆ ହାଟଠାରୁ ଏକ ବିଶାଳ ତ୍ରିରଙ୍ଗା ଯାତ୍ରା ସକାଳ ୧୦.୩୦ ସମୟରେ ବାହାରିଥିଲା । ପରେ ଏହା ସ୍ଥାନୀୟ ବାଜି ଚୌକ ଦେଇ ଗଣେଶ ବଜାର ଦେଇ ବଳରାମ ମନ୍ଦିର, ଷ୍ଟାଡିୟମ ଓ ବସ୍ ଷ୍ଟାଣ୍ଡ ଦେଇ କଲେଜ ବାଇପାସ ପାଖ ବିଜେପି ଅଫିସ୍‌ରେ ପହଞ୍ଚିଥିଲା ।ଏହି କାର୍ଯ୍ୟ କ୍ରମରେ ରାଷ୍ଟ୍ରୀୟ କାର୍ଯ୍ୟ କାରୀଣୀ ସଦସ୍ୟ ଯୁବ ମୋର୍ଚାର ରାଜୁ କାଲାରା, ଯୁବ ମୋର୍ଚା ରାଜ୍ୟ ସଂଯୋଜକ ରାଣା ପୃଥିରାଜ ସିଂ, ରାଜ୍ୟ ସଂଯୋଜକ ଆଶୁତୋଷ ବେହେରା ,ଢେଙ୍କାନାଳ ଜିଲ୍ଲା ସଭାପତି ନରେଶ ଚନ୍ଦ୍ର ମହାପାତ୍ର, ରାଜ୍ୟ କୃଷକ ମୋର୍ଚା ଉପ- ସଭାପତି ରାମଚନ୍ଦ୍ର ପାତ୍ର, ଜିଲ୍ଲା ଉପ ସଭାନେତ୍ରୀ ଭାରତୀ ସ୍ଵାଇଁ , ଜିଲ୍ଲା ସାଧାରଣ ସମ୍ପାଦକ ସୁନିଲ ଶର୍ମା, ଜିଲ୍ଲା ଯୁବମୋର୍ଚା ସଭାପତି ଏମ୍ ଜେ ମହିମା, ନଗର ମଣ୍ଡଳ ସଭାପତି ଧୃବ ଚରଣ ସ୍ଵାଇଁ , ନଗର ସାଧାରଣ ସଂପାଦକ -ବିକାଶ ସାହୁ ଓ ଲକ୍ଷ୍ମୀଧର ଦଳେଇ, କାଉନସିଲର ସୂର୍ଯ୍ୟ ପ୍ରତାପ ରାଉତ ଓ ବଳରାମ ପୃଷ୍ଟି, ନଗର ଉପ ସଭାପତି ଅଶୋକ କୁମାର ଦାଶ, ପୂର୍ବତନ ଜିଲ୍ଲା ମୋର୍ଚା ସଭାପତି ଅଞ୍ଜନ ପାଣି, କାର୍ଯ୍ୟ କର୍ତ୍ତା ଅକ୍ଷୟ କୁମାର ସାହୁ ଓ ସମସ୍ତ କାର୍ଯ୍ୟ କର୍ତ୍ତା ଙ୍କ ଉପସ୍ଥିତିରେ ଏହି ତ୍ରିରଙ୍ଗା ରାଲି ସଂପୂର୍ଣ୍ଣ ହୋଇଥିଲା ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଖାଇବା ତେଲର କୁତ୍ରିମ ମାହାଙ୍ଗା, ଖାଉଟି ହନ୍ତସନ୍ତ , ଯୋଗାଣ ବିଭାଗ ଚୁପ୍

Sunil Chandra Nayak

ମାରଓ୍ଵାଡି ଯୁବା ମଞ୍ଚ ପକ୍ଷରୁ  ନବଜାତ  ଶିଶୁଙ୍କୁ କିଟ୍ ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

ଧର୍ମଗଡ ସହର ରେ ହେବ ବାଇ ପାସ ରୋଡ ! କ୍ରମବର୍ଦ୍ଧିଶୁ ଟ୍ରାଫିକ ସମସ୍ୟା ର ହେବ ସମାଧାନ

Sunil Chandra Nayak

Leave a Comment

error: Content is protected !!