ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଆରା ଛେଳି ବ୍ୟାଙ୍କ

ଭବାନୀପାଟଣା ୧୭/୬:- କଳାହାଣ୍ଡି ଜିଲ୍ଲାରେ ନିଆରା ଛେଳି ବ୍ଯାଙ୍କ ମାଣିକେସ୍ତ ଏଗ୍ରୋ ପ୍ରାଇଭେଟ୍ ଲିମିଟେଡ଼୍ ସାଲେଭଟା ଦୀର୍ଘ ୫ବର୍ଷ ଧରୀ ଛେଳି ଚାଷ କରୁଥିବା ଜଣାପଡିଛି। ଏହି କମ୍ପାନୀ ବିଭିନ୍ନ  ସ୍ବେଚ୍ଛାସେବୀ ଅନୁଷ୍ଠାନ  , ସରକାରୀ ସଂସ୍ଥା ଓ ଅନ୍ୟ ଜିଲ୍ଲାରୁ ଆସୁଥିବା ଛେଳି ଚାଷୀମାନଙ୍କୁ ଛେଳି ଯୋଗାଇଦେବା ସଙ୍ଗେ ସଙ୍ଗେ ଅଞ୍ଚଳରେ ରହୁଥିବା ଅନ୍ୟାନ୍ଯ ଛେଳିଚାଷୀ ଭାଈ ମାନଙ୍କୁ ଉନ୍ନତ ମାନର ଛେଳି ପାଳନ, ରକ୍ଷଣା ବେକ୍ଷଣ,ଚିକିତ୍ସା ଓ ବଜାର ସଙ୍ଗେ ଯୋଡ଼ିବା ପରି ବିଭିନ୍ନ ସାହାଯ୍ୟ ସହଯୋଗ ଯୋଗାଇ ଆସୁଛି । ମାଣିକେସ୍ତ କମ୍ପାନୀ ନିଜର ଛେଳି ବ୍ୟାଙ୍କ ( Goat Bank ) ଯୋଜନା ଆରମ୍ଭ କରିଛି । ଏହା ଦ୍ବାରା ଅନେକ ଛେଳିଚାଷୀ ମାନଙ୍କ ମନରେ ଏକ ପ୍ରକାର ଉତ୍ସାହ ସୃଷ୍ଟି ହୋଇଛି ଏବଂ ଏହି ଯୋଜନା ମାଧ୍ୟମରେ ଗରିବ, ଦିନ ମଜୁରୀଆ , ଭାଗଚାଷୀ ତଥା ଯେଉଁମାନେ ଅନ୍ୟର ଛେଳି ଚରାଇ ପରିବାର ପ୍ରତିପୋଷଣ କରୁଛନ୍ତି, ସେହିପରି ଇଛୁକ ଚାଷୀ ଭାଈ ଓ ଭଉଣୀ ମାନଙ୍କୁ ଗୋଟିଏ ପରିବାରକୁ ଦୁଇଟି ( ୨ ) ଲେଖାଏଁ ମାଇଁ ଛେଳି ଋଣଦେଇ ସେମାନଙ୍କୁ ନିଜେ ଗୋଟିଏ ଛେଳି ଚାଷୀ ହେବାର ସୁଯୋଗ ଦେଉଛନ୍ତି ଏବଂ ଆଗାମୀ ଦିନରେ ସେହି ଗରିବ ଚାଷୀ ଭାଈ ଓ ଭଉଣୀ ମାନେ କିପରି ଅଧିକ ଅର୍ଥ ଉପାର୍ଜନ କରିବେ ଓ ତାଙ୍କର ଆର୍ଥିକ ଉନ୍ନତି ହେବ ସେ ଦିଗରେ ମାଣିକେସ୍ତ କମ୍ପାନୀ ସହଯୋଗ କରିବା ପାଇଁ ପ୍ରୟାସ କରୁଛନ୍ତି | କମ୍ପାନୀ ନିଜର FPO ମାଧ୍ୟମରେ ବର୍ତ୍ତମାନ ପର୍ଯ୍ୟନ୍ତ ୬୦୦ରୁ ଅଧିକ ଚାଷୀ ମାନଙ୍କୁ କମ୍ପାନୀ ସହ ଯୋଡିସାରିଛନ୍ତି । ଏବଂ ଆଗାମୀ ୨୦୨୫ ମସିହା ପର୍ଯ୍ୟନ୍ତ ୫୦୦୦ ଚାଷୀଙ୍କୁ ଛେଳି ବ୍ୟାଙ୍କ ଯୋଜନାରେ ସାମିଲ କରିବାପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖୁଛନ୍ତି ବୋଲି କମ୍ପାନୀ ଛେଳି ବ୍ୟାଙ୍କ ମୂଖ୍ୟ ନବୀନ କୁମାର ମେହେର କହିଛନ୍ତି । ଯେଉଁ ଚାଷୀ ଭାଇଭଉଣୀମାନେ ଛେଳିଋଣ ନେବାପାଇଁ ଇଚ୍ଛକୁ ଅଛନ୍ତି ଓ ଅଧିକ ଜାଣିବା ପାଇଁ ଚାହୁଁଛନ୍ତି ସେମାନେ ସଲେଭଟା , ମାଟିଆ ସ୍ଥିତ କମ୍ପାନୀ ଅଫିସରେ ସିଧାସଳଖ ଯୋଗାଯୋଗ କରିପାରିବେ ବୋଲି ସେ ଜଣାଇଛନ୍ତି।

ଭବାନୀପାଟଣା ରୁ କିଷନ କୁମାର ଶର୍ମାଙ୍କ ରିପୋର୍ଟ

Related posts

ଗୌତମ କଚିମ ଙ୍କ କବିତା ଜୀବନଖରାଛାଇଖେଳ

Sunil Chandra Nayak

ଏନ ପି ଏସ ଶିକ୍ଷକଙ୍କ ନୂତନ କର୍ମକର୍ତ୍ତା ଚୟନ

Sunil Chandra Nayak

ଶ୍ରୀଜଗନ୍ନାଥ ଗ୍ରୁପ ଅଫ ଇନଷ୍ଟିଚ୍ୟୁସନର ସ୍ଵାଗତ ଓ ସମ୍ବର୍ଦ୍ଧନା ଦିବସ

Sunil Chandra Nayak

Leave a Comment

error: Content is protected !!