ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୁନାଗଡ଼ ଡାକ୍ତରଖାନାରେ ବ୍ଲଡ଼ ବ୍ୟାଙ୍କ ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଯୁବ କଂଗ୍ରେସ ର ଦାବୀ ପତ୍ର ପ୍ରଦାନ

ଜୁନାଗଡ଼,୧୭/୬(ମ ନି ସ) ଜୁନାଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ବ୍ଲଡ଼ବ୍ୟାଙ୍କ ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଜିଲ୍ଲା ଯୁବ କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ସାଉଲ ମଙ୍ଗରାଜ ଙ୍କ ନେତୃତ୍ବରେ ଯୁବ କଂଗ୍ରେସ କର୍ମୀମାନେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କୁ ଭେଟି ଜିଲ୍ଳାପାଳଙ୍କ ଉଦ୍ଧେଶ୍ୱରେ ଏହିଦାବିପତ୍ର ଦେଇଥିଲେ ।ଏଥିରେ ସେମାନେ ଦର୍ଶାଇଛନ୍ତିଯେ,ଜୁନାଗଡ଼ କଲାହାଣ୍ଡି ଜିଲ୍ଲାର ପୁରାତନ ସହର ଏବଂ ଏହା ଜିଲ୍ଲାର କେନ୍ଦ୍ରସ୍ଥଳରେ ଅବସ୍ଥିତ।ଏଠାରେ ୨୫ ହଜାରରୁ ଉର୍ଦ୍ଧ ଜନସାଧାରଣ ବାସକରନ୍ତି।ଏଥିସହ ବ୍ଲକ ଓ ଉପଖଣ୍ଡରେ ପ୍ରାୟ ୨ ଲକ୍ଷ୍ୟ ଲୋକ ଏହା ଉପରେ ନିର୍ଭର କରନ୍ତି। ହେଲେ ଦୀର୍ଘଦିନରୁ ଏହି ଡାକ୍ତରଖାନା ଅବହେଳିତ ଅବସ୍ଥାରେ ରହିଅଛି।ଏଠାରେ ଦୀର୍ଘଦିନରୁ ବ୍ଲଡ଼ ବ୍ୟାଙ୍କ ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ଦାବି ହୋଇ ଆସୁଛି ହେଲେ ସରକାର ଏଥିନେଇ କର୍ଣ୍ଣପାତ କରୁ ନାହାନ୍ତି।ଏଣୁ ତୁରନ୍ତ ଏଠାରେ ବ୍ଲଡ଼ ବ୍ୟାଙ୍କ ଓ ବିଶେଷଜ୍ଞ ଡାକ୍ତର ନିଯୁକ୍ତି ପାଇଁ ଯୁବ କଂଗ୍ରେସ ପକ୍ଷରୁ ଦାବୀ କରା ଯାଇଛି।ଅନ୍ୟପକ୍ଷରେ ଆସନ୍ତା ୨୭ ତାରିଖ ସୁଦ୍ଧା ଏହା ପୂରଣ ନହେଲେ ଦଳ ପକ୍ଷରୁ ଆମରଣ ଅନଶନ କରାଯିବ ବୋଲି ଚରମ ଚେତାବନୀ ଦେଇଛନ୍ତି।ଏହାର ଏକାକିତ ନକଲ ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ, ସଚିବ,୫ଟି ଏବଂ ବିଭିନ୍ନ ଉଚ୍ଚ ପଦାଧିକାରିଙ୍କୁ ପ୍ରଦାନ କରାଯାଇଛି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ।

Related posts

ଦରଦାମ ବୃଦ୍ଧି , ବେକାରୀ ସମସ୍ୟା ପ୍ରସଙ୍ଗ କୁ ନେଇ କଂଗ୍ରେସ ଦଳ ପକ୍ଷରୁ ଆସନ୍ତା ୫ ତାରିଖରେ ଦେଶବ୍ଯାପି ବିରୋଧ କାର୍ଯ୍ଯକ୍ରମ

Sunil Chandra Nayak

ମାଟ୍ରିକ ପରୀକ୍ଷାରେ ଜିଲ୍ଲାରେ ସର୍ବୋଚ୍ଚ ନମ୍ବର ରଖିଥିବା ୩ ଛାତ୍ରଛାତ୍ରୀ ଙ୍କୁ ସ୍ୱାଧୀନତା ଦିବସ ଉତ୍ସବରେ କରାଯିବ ସମ୍ବର୍ଦ୍ଧିତ

Sunil Chandra Nayak

ଗୋଲାମୁଣ୍ଡା ଠାରେ ଦିନଦୟାଲ ଉପାଧ୍ୟାୟ ନିଯୁକ୍ତି ମେଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!