୧ ଘଣ୍ଟା ର ବର୍ଷା ରେ ୨ ଘଣ୍ଟା ଯାତାୟାତ ଠପ
କଲମପୁର, ୦୨/୭(ମସିହା) କଲମପୁର ବ୍ଲକ ଅନ୍ତର୍ଗତ ମଣ୍ଡଳ ଗ୍ରାମ ହରିଜନ ବସ୍ତି ର ଆର୍ଡି ରାସ୍ତା କୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତା ଶନିବାର ସକାଳ ୯ ଟା ର ପ୍ରବଳ ବର୍ଷା ରେ ଜଳlର୍ଣ୍ଣବ ହୋଇ ଯାଇଥିବା ଦେଖିବାକୁ ମିଳିଛି l ୧ ଘଣ୍ଟା ର ବର୍ଷା ରେ ୨ ଘଣ୍ଟା ଧରି ରାସ୍ତା ଉପରେ ୨ ଫୁଟ ରୁ ଅଧିକ ପାଣି ଜମିରହିଥିଲା l ଫଳରେ ଯାତାୟାତ ଠପ ହୋଇ ଯାଇଥିଲା l ହରିଜନ ବସ୍ତିରେ ନୂତନ ପୋଲ ର ତ୍ରୁଟିପୂର୍ଣ୍ଣ ନିର୍ମାଣ ହେତୁ ପାଣି ଠିକ ଭାବେ ଡ୍ରେନ ରେ ନିଷ୍କାସିତ ହୋଇ ପାରିଲା ନାହିଁ l ଏହି ବସ୍ତି ର ପ୍ରାୟ ୨ ଶହ ମିଟର ପର୍ଯ୍ୟନ୍ତ ଆଣ୍ଠୁଏ ପାଣି ଜମିରହିବାରୁ ଗରନ ନାଏକ, ଦିବାକର ନାଏକ, ସମାଜ ଗୃହ ରେ ପାଣି ପଶିଥିଲା l ଆଜି ଦିନକର ବର୍ଷା ରେ ଯଦି ଏଭଳି ଭୟଙ୍କର ରୂପ ଧାରଣ କଲା ତେବେ ଆଗକୁ ଝଡି ବର୍ଷା ଲାଗି ରହିଲେ ଆଉ ପରିସ୍ଥିତି କିଭଳି ହେବ ତାହା ସମସ୍ତ ଙ୍କୁ ଚିନ୍ତାରେ ପକାଇଛି l ଗତ କିଛି ମାସ ପୂର୍ବେ ଆର୍ଡି ରାସ୍ତା କୁ ସଂଯୋଗ କରୁଥିବା ହରିଜନ ବସ୍ତି ରାସ୍ତା ର ଡ୍ରେନ ରେ ଗ୍ରାମ୍ୟ ଉନ୍ନୟନ ବିଭାଗ ର ସିଏଫସି ଅନୁଦାନ ରୁ ୫0 ହଜାର ଟଙ୍କା ରେ ମଣ୍ଡଳ ପଞ୍ଚାୟତ ରୁ ବିଭାଗୀୟ ସଂସ୍ଥା ଦ୍ୱାରା ପୋଲ ନିର୍ମାଣ କାର୍ଯ୍ୟ କରାଯାଇଥିଲା l ତ୍ରୁଟିପୂର୍ଣ୍ଣ ନିର୍ମାଣ କାର୍ଯ୍ୟ ହେତୁ ଏଭଳି ପରିସ୍ଥିତି ହୋଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଏହି ବସ୍ତି ର ମୁଖ୍ୟ ରାସ୍ତା ଜଳର୍ଣ୍ଣବ ହେବାରୁ ସେହି ପଡା ର ଶତାଧିକ ପରିବାର ପ୍ରଭାବିତ ହୋଇଥିଲେ l ତୁରନ୍ତ ଅଭିଯୋଗ ହେବାରୁ କଲମପୁର ବିଡ଼ିଓ ଶ୍ରୀ ପ୍ରସନ୍ନ କୁମାର ପଟେଲ ସ୍ଥିତି ଅନୁଧ୍ୟାନ କରିବାପାଇଁ ଆସିଥିଲେ l ଏହା ଯୋଜନା ମୁତାବକ ନିର୍ମିତ ପୋଲ କୁ ପୁନଃ ନିର୍ମାଣ କରାଯିବାକୁ ଦାବୀ ହେଉଛି l
ପରମାନନ୍ଦ ଠାକୁର , ମସିହା ପ୍ରତିନିଧି , କଲମପୁର