ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନର୍ଲା ପେକ୍ସ୍ ମୁଖ୍ୟ କାର୍ଯ୍ୟ ନିର୍ବାହୀ ବୃନ୍ଦାବନ ବାରିକଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା

ରୁପ୍ରା, (ମ.ନି.ସ) : କଳାହାଣ୍ଡି ଜିଲ୍ଲା ନର୍ଲାବ୍ଲକ ଅଧିନ ପ୍ରାଥମିକ କୃଷି ସମବାୟ ସମିତି, ନର୍ଲାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀଯୁକ୍ତ ବୃନ୍ଦାବନ ବାରିକ ନିଜ କର୍ମମୟ ଜୀବନରୁ ଆଜି ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ନର୍ଲା ପେକ୍ସ୍ ପରିସରରେ ଅବସର କାଳୀନ ଏକ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ନର୍ଲା ବିସିସିବି ର ଶାଖା ପରିଚାଳକ ଶ୍ରୀଯୁକ୍ତ ମହେନ୍ଦ୍ର ଚାନ୍ଦ୍ ଏହି ଅବସର କାଳୀନ ସମ୍ୱର୍ଦ୍ଧନା ସଭାରେ ଯୋଗଦାନ କରି କହିଲେ ଶ୍ରୀ ବାରିକ ନର୍ଲା ପେକ୍ସ୍ ଅଧିନ ସମସ୍ତ କାର୍ଯ୍ୟରତ କର୍ମଚାରୀ ମାନଙ୍କୁ ନିଜ ପରିବାରର ସଦସ୍ୟ ଭାବରେ ଦେଖିବା ସହିତ ମିଳିମିଶି ସୂଚାରୁ ରୁପେ କାର୍ଯ୍ୟ ସମ୍ପାଦନ କରି ସମସ୍ତଙ୍କ ପ୍ରୀୟପାତ୍ର ହୋଇପାରିଥିଲେ, ଫଳରେ ଏହି ସମ୍ୱର୍ଦ୍ଧନା ସଭାରେ ଶ୍ରୀ ବାରିକଙ୍କୁ ଉପସ୍ଥିତ ଥିବା ସମସ୍ତ କର୍ମଚାରୀ ଅଶ୍ରୁଳ ବିଦାୟ ଜଣାଇଥିଲେ । ଅବସର ନେଇଥିବା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀ ବାରିକ ନିଜ ପ୍ରତିକ୍ରିୟାରେ କହିଥିଲେ ଉକ୍ତ କାର୍ଯ୍ୟାଳୟରୁ ମୁଁ ଅବସର ନେଇଥିଲେ ମଧ୍ୟ ଅସୁବିଧା ସମୟରେ ପେକ୍ସ୍ କୁ ଆସି ସମସ୍ତଙ୍କୁ ସହଯୋଗ କରିବି । ସୂଚନା ଥାଉ କି ନର୍ଲା ପେକ୍ସରେ ଶ୍ରୀ ବାରିକ ତା ୧୬/୦୭/୧୯୮୧ ରିଖରୁ ନିଜ କର୍ମମୟ ଜୀବନରେ ଯୋଗଦାନ କରି ଅବସର ପର୍ଯ୍ୟନ୍ତ ସୂଚାରୁରୁପେ କାର୍ଯ୍ୟ ସମ୍ପାଦନ କରିଆସୁଥିଲେ ।

ଉକ୍ତ ସମ୍ୱର୍ଦ୍ଧନା ସଭାରେ ଶାନ୍ତପୁର ପେକ୍ସର ପୂର୍ବ ସମ୍ପାଦକ ଶ୍ରୀଯୁକ୍ତ ସୁବାଶ ଚନ୍ଦ୍ର ବିଶ୍ୱାଲ, ଭାନପୁର ପେକ୍ସର ପୂର୍ବ ସମ୍ପାଦକ ଦାମ ମାଝୀ ଉପସ୍ଥିତ ଥିଲେ । ରୁପ୍ରା ପେକ୍ସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀଯୁକ୍ତ କୁମୁଦ ଚନ୍ଦ୍ର ମହାନନ୍ଦ, ପଲମ ପେକ୍ସର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ଭୋଇ, ଭାନପୁର ପେକ୍ସର କାର୍ଯ୍ୟ ନିର୍ବାହୀ ଶ୍ରୀଯୁକ୍ତ ସୁଧିର ନାଏକ, ତୁଲାପଡା ପେକ୍ସ କାର୍ଯ୍ୟ ନିର୍ବାହୀ ଶ୍ରୀଯୁକ୍ତ ଥବିର ରଣା, ଶାନ୍ତପୁର ର ସୁଶାନ୍ତ ବିଶି, ରୁପ୍ରାରୋଡର ପ୍ରେମାନନ୍ଦ ସାହୁ ଓ ନର୍ଲାର ଲବକାନ୍ତ ସା ପ୍ରମୁଖଙ୍କ ସମେତ ବିଭାଗୀୟ ଅନେକ କର୍ମଚାରୀ ଅବସର କାଳୀନ ସମ୍ୱର୍ଦ୍ଧନା ସଭାରେ ଯୋଗଦାନ କରି ଶ୍ରୀ ବାରିକଙ୍କୁ ସମ୍ୱର୍ଦ୍ଧିତ କରିଥିଲେ । ନର୍ଲା ପେକ୍ସର କର୍ମଚାରୀ କେତନ ବଗର୍ତ୍ତି, ପ୍ରମୋଦ ହଂସ, ଧନୁର୍ଦ୍ଧର ସେନାପତି ଓ ରୁପ୍ରା ପେକ୍ସ୍ କର୍ମଚାରୀ ଯୋଶେଫ ମାଝୀ ପ୍ରମୁଖ ସହଯୋଗ କରିଥିଲେ ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ ।

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା କାହିଁକି ଏମିତି କରେ

Sunil Chandra Nayak

ପତ୍ନୀ ହତ୍ୟାକରି ସ୍ୱାମୀ ଗିରଫ

Sunil Chandra Nayak

କନ୍ଧମାଳ ବିକାଶ ନେଇ ସାଂସଦ ଓ ବିଧାୟକଙ୍କ ଆଲୋଚନା

Sunil Chandra Nayak

Leave a Comment

error: Content is protected !!