ଜଣାଣ
ମାନଗୋବିନ୍ଦ ସ୍ବାଇଁ
ମୋଘର ମନ୍ଦିର ଆସ ଜଗନ୍ନାଥ
ଦେବି କରି ପୂଜା ପାଠ
ନିମନ୍ତ୍ରଣ ମୋର ଅନୁରୋଧ ରକ୍ଷା
ଭକ୍ତ ଚାହିଁ ବସେ ବାଟ।
ମୋଘର ଅଗଣା କେମିତି ରହିଛି
ଥରେ ଦେଖି କରି ଆସ
ତୁମେ ରହିଅଛ ପ୍ରସାଦ ଭିତରେ
ରହେ ମୁଁ ଭଙ୍ଗା ଉଆସ।
ତୁମ ସ୍ନାନ କର ନରେନ୍ଦ୍ର ପୋଖରୀ
ମୋ ସ୍ନାନ ନାହିଁ ସେପରି
ତୁମର ଆସନ ରତ୍ନ ଖଟେ ବସ
ମୁଁ ବସେ ଚଟାଣ ଦରି।
ତୁମେ ଖାଦ୍ୟ ଖାଓ ସୁବର୍ଣ୍ଣ ଥାଳିରେ
ଛପନ କୋଟି ପ୍ରସାଦ
ମୁହିଁ ଖାଏ ଖାଲି ତୁମେ ଦେଉଥିବା
ଅନ୍ନ ପ୍ରସାଦ ସଂପଦ।
ଶୋଇବା ତୁମରି ରତ୍ନ ର ପଲଙ୍କ
ମୁଁ ନିଦ୍ରା ଖୋଲା ଆକାଶ
ତୁମର ଭ୍ରମଣ ସାରା ଜଗତରେ
ମୁଁ ଭ୍ରମେ ତୁମ ଆଦେଶ।