ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜିଲ୍ଲା ଯୁବ ଯାଦବ ମହାସଭା କଳାହାଣ୍ଡିର ପ୍ରସ୍ତୁତି ବୈଠକ

ଅପ୍ରେଲ ୨୪ରେ ହେବ ସମ୍ବର୍ଦ୍ଧନା ସମାରୋହ, ସମ୍ବର୍ଦ୍ଧିତ ହେବେ ୬ ଜିଲ୍ଲାର ନିର୍ବାଚିତ ଯାଦବ ଲୋକ ପ୍ରତିନିଧି

ଉତ୍କେଲା: କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭାର ଏକ ପ୍ରସ୍ତୁତି ବୈଠକ କେସିଙ୍ଗା ସ୍ଥିତ ଯଦୁ ନିଉଜ ନେସନ କାର୍ଯ୍ୟାଳୟ ଠାରେ ଆଜି ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉକ୍ତ ବୈଠକରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ସାଧାରଣ ସମ୍ପାଦକ ସଞ୍ଜୟ କୁମାର ଧଙ୍ଗଡାମାଝୀ, ଜିଲ୍ଲା ଉପ ସଭାପତି ତଥା କେସିଙ୍ଗା ଏନ୍ଏସି ଅଧ୍ୟକ୍ଷ ନୃପରାଜ ଯାଦବ, କେସିଙ୍ଗା ଜିଲ୍ଲା ପରିଷଦ ସଦସ୍ୟ ନରୋତ୍ତମ ଭାଟି, ସିରୋଲ ସମିତି ସଭ୍ୟ ପ୍ରତାପ ବାଗ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । କିଛି ଦିନ ତଳେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତିରାଜ ନିର୍ବାଚନ ଓ ପୈ।ର ନିର୍ବାଚନରେ ବିଜୟୀ ଯାଦବ ମାନଙ୍କୁ ଆସନ୍ତା ଅପ୍ରେଲ ୨୪ରେ କେସିଙ୍ଗା ଠାରେ ସମ୍ବର୍ଦ୍ଧିତ କରିବାକୁ ସଭାରେ ସ୍ଥିରିକୃତ ହୋଇଛି । ଏହି ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ସମାରୋହରେ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ନବରଙ୍ଗପୁର, ନୂଆପଡା ଓ ବରଗଡ ଜିଲ୍ଲାର ଲୋକପ୍ରତିନିଧି ମାନଙ୍କୁ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧିତ କରାଯିବ । ବୈଠକରେ କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ଉପ ସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଡାକେଶ୍ବର ଲହଜଲ, କୃତିବାସ ବେମାଲ, ଜିଲ୍ଲା ଯୁବ ଯାଦବ ମହାସଭା ସାଧାରଣ ସମ୍ପାଦକ ଲିଙ୍ଗରାଜ ବେହେରା, ସହ ସମ୍ପାଦକ ତ୍ରିଲକ୍ଷ ନାଏକ, କୋଷାଧ୍ୟକ୍ଷ ସନ୍ତୋଷ ବାଗ, ମିଡିଆ ସେଲ ସଂଯୋଜକ ସୁରଥ ହେର୍ଣ୍ଣା, ଲାଞ୍ଜିଗଡ଼ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଡିଲେଶ କୁମାର ନାଗ, ଧର୍ମଗଡ ବ୍ଲକ ଯୁବ ଯାଦବ ମହାସଭା ସଭାପତି ଲବଣୀ ରାଉତ, ଯୁବ ଯାଦବ ପ୍ରକାଶ ବନଛୋର ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

                      ଉତ୍କେଲା ରୁ ଅର୍ଜୁନ ପୋଢ ଙ୍କ ରିପୋର୍ଟ

Related posts

ଅଳ୍ପ ପବନରେ ଉଡିଲା ନିର୍ମାଣାଧିନ ସ୍କୁଲର ଛାତ, ବିଦ୍ୟାଳୟ ସାମ୍ନାରେ ଗ୍ରାମବାସୀଙ୍କ ଉତ୍ତେଜନା

Sunil Chandra Nayak

ମହାସ୍ମୀତା ଓଝା ଙ୍କ କବିତା ଜୟ ଜଗନ୍ନାଥ ଜୟ

Sunil Chandra Nayak

ଜାତୀୟ ପେନସନ ଭୁକ୍ତ ଶିକ୍ଷକ ସଂଘ ର ବିଶାଳ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!