ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମେଦିନିପୁର କ୍ଲଷ୍ଟର ସ୍ତରୀୟ ସୁରଭି ଆୟୋଜିତ

ଭବାନୀପାଟଣା,୨୬।୧୦: ସ୍ଥାନୀୟ ମନୋହରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ମେଦିନିପୁର କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଏଡିଇଓ ଟେମଲାଲ ଦୁବେ, ମୁଖ୍ୟବକ୍ତା ବରିଷ୍ଠ ସାମ୍ବାଦିକ ତଥା ସାହିତ୍ୟିକ ସ୍ୱାଧୀନ ପାତ୍ର, ସମ୍ମାନିତ ଅତିଥି ଭବାନୀପାଟଣା ବିଇଓ ଠାକୁର ସାହୁ, ଏବିଇଓ ହୃଷିକେଶ ନାଏକ, ଲକ୍ଷ୍ମୀପୁର ସରପଞ୍ଚ ରମେଶଚନ୍ଦ୍ର ନାଏକ, ମନୋହରପୁର ପ୍ରଧାନଶିକ୍ଷକ ମନୋଜ ସାହୁ, ଗଣନାଥପୁର ସିଆରସିସି ବିଶ୍ୱଜିତ ରାଏ, ପ୍ରଧାନ ଶିକ୍ଷକ ସୂର୍ଯ୍ୟନାରାୟଣ ଦାସ ମଞ୍ଚାସିନ ଥିଲେ। ସଭାପତିତ୍ୱ କରିଥିଲେ ରାଜ୍ୟ ଶିକ୍ଷକ ନେତା ପ୍ରଦୀପ ସାହୁ। ସିଆରସିସି ତୁଳସିରାମ ସାହୁ ସ୍ୱାଗତ ଭାଷଣ ଦେଇଥିଲେ। ଏଥିରେ ପ୍ରବନ୍ଧ, ବକ୍ତୃତା, ତର୍କ, ସଙ୍ଗୀତ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ଏମଡିଏମ ପ୍ରକଳ୍ପ, କୁଇଜ ଆଦି ୧୦ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଭିନ୍ନ ପ୍ରତିଯୋଗିତାକୁ ଶିକ୍ଷୟିତ୍ରୀ ଲକ୍ଷ୍ମୀ ବଗର୍ତ୍ତୀ, ରଜତବାଳା, ଜ୍ୟୋତିରାଣୀ ଦାସ, ଜ୍ୟୋତ୍ସ୍ନାମୟୀ ଦୋରା, ପୁଷ୍ପାଞ୍ଜଳି ସାହୁ, ବିଜୟଲକ୍ଷ୍ମୀ ସାହୁ, ସରିତା ରଥ, ଗୀତାଞ୍ଜଳି ପଟ୍ଟନାୟକ, ସିକ୍ତା ପଟ୍ଟନାୟକ, ସଳିତା ପାଣିଗ୍ରାହୀ, ପଦ୍ମାଳୟା ଦେବୀ, ନିବେଦିତା ନାଏକ, ସୁନିତା ସିଂଓ ପ୍ରବାସିନୀ ପଣ୍ଡା ପ୍ରମୁଖ ପରିଚାଳନା କରିଥିବା ବେଳେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଗୀତାଞ୍ଜଳି ସିଂଦେଓ ଏବଂ ସକଳେଶ୍ୱର ଆଚାର୍ଯ୍ୟ ସଂଯୋଜନା କରିଥିଲେ। ପୁରସ୍କାର ବିତରଣୀ କାର୍ଯ୍ୟକ୍ରମକୁ ଶିକ୍ଷକ ଚକ୍ରଧର ସା, ପ୍ରମୋଦ ସ୍ୱାଇଁ, ମନୋଜ ପାତ୍ର, ହେମନ୍ତ ବୁଦ୍ଧିଆ ଏବଂ ରବୀନ୍ଦ୍ର ମହାନ୍ତି ପୂର୍ଣ୍ଣ ସହଯୋଗ କରିଥିଲେ। ମନୋହରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।କ୍ଲଷ୍ଟରର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ। ଅତିଥିମାନେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ସାର୍ଟିଫିକେଟ ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ। ଏଥିରେ କ୍ଲଷ୍ଟରର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

କିଶନ ଶର୍ମା, ଭବାନୀ ପାଟଣା 

Related posts

କୋକସରା ବ୍ଲକରେ ନୂତନ ବିଡିଓ ଙ୍କ ଯୋଗଦାନ

Sunil Chandra Nayak

ମିସ ୟୁନିଭର୍ସ ଅଞ୍ଜୁ କୁମାରୀଙ୍କୁ ଗ୍ରାମବାସୀ ପକ୍ଷରୁ ସ୍ଵାଗତ ସମ୍ବର୍ଦ୍ଧନା

Sunil Chandra Nayak

ନୃସିଂହ ପ୍ରସାଦ ଷଡ଼ଙ୍ଗୀ(ବୁଲୁ) ଙ୍କ କବିତା ଅପୂର୍ଣ୍ଣତା

Leave a Comment

error: Content is protected !!