ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁମ୍ଭାରୀ ଗ୍ରାମ ମଝିରାସ୍ତାରେ ପାଣି ଜମି ଦୁର୍ଗନ୍ଧ ସୃଷ୍ଟି

ଟେମରି (ମ ନି ସ ):- ଦୀର୍ଘ ଦିନ ଧରି ଗୋଲାମୁଣ୍ଡା ବ୍ଲକର ଟେମରି ଗ୍ରାମପଞ୍ଚାୟତର କୁମ୍ଭାରୀ ଗ୍ରାମ ମଝିରେ ଥିବା ରାସ୍ତା ପାଣି ଜମି ଦୁର୍ଗନ୍ଧ ସୃଷ୍ଟି କରୁ ଥିବା ବେଳେ ଯାତାୟାତ କରୁଥିବା ଅତ୍ୟନ୍ତ ଶୋଚନୀୟ ହୋଇ ପଡିଛି l ପ୍ରଧାନମନ୍ତ୍ରୀ ଆର ଡି ରାସ୍ତା ହୋଇ ଥିବା ହେତୁ ଟେମରି ଗ୍ରାମ ପଂଚାୟତ ମଧ୍ୟ ଅଣ ଦେଖା କରୁଥିବା ଗ୍ରାମ ଲୋକଙ୍କ ଅଭିଯୋଗ ହେଉଛି l ବେଳେବେଳେ ସ୍କୁଲ ଯାଉଥିବା ଛୋଟ ଛୋଟ ପିଲାମାନଙ୍କ ଦୁର୍ଘଟଣା ଘଟୁଥିବାବେଳେ ଓ ଗାଡି ମଟର ଯାତାୟତ ରେ କାଦୁଅ ପାଣି ଛିଞ୍ଛି ହୋଇ ବହି ପତ୍ର ପୋଷାକ ଅପରିଷ୍କାର ହେବା ଜନ ସାଧାରଣରେ ପ୍ରକାଶ ପାଉଛି l ତେଣୁ ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଏହାର ସୁବ୍ୟବସ୍ଥା କରାଯାଉ ବୋଲି ଗ୍ରାମବାସୀଙ୍କ ଦାବୀ ହେଉଛି l ଏବଂ ରାସ୍ତା ର ଉଭୟ ପାର୍ଶ୍ୱରେ ଲୋକେ ଅଳିଆବର୍ଜନା ପକାଇବା ପାଇଁ ଡଷ୍ଟପିନ୍ ର ବ୍ୟବସ୍ଥା କରାଯାଉ ବୋଲି ଜନ ସାଧାରଣରେ ଦାବୀ ହେଉଛି l

ଜଗଜ୍ଜିବନ ସାଙ୍କ ରିପୋର୍ଟ

Related posts

ବିଳାସିନୀ ପୃଷ୍ଟି ଙ୍କ କବିତା ଜୟ ମା ଅମ୍ୱେ 

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା କଳଙ୍କ

Sunil Chandra Nayak

ଜିଲ୍ଲା ଶିକ୍ଷା ସ୍ଥାୟୀ ସମିତି ଅଧ୍ୟକ୍ଷ’ଙ୍କ ବଜ୍ରପାତ ଏବଂ ସର୍ପ ଦଂଶନରେ ନିହତ ପରିବାର’ଙ୍କୁ ସାକ୍ଷାତ

Sunil Chandra Nayak

Leave a Comment

error: Content is protected !!