ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଷ୍ଟ୍ରୀୟ ବିଦ୍ୟାର୍ଥୀ ଦିବସ ଉପଲକ୍ଷେ ନର୍ଲାରେ ସେବାକାର୍ଯ୍ୟ କଲା ଏବିଭିପି

ନର୍ଲା (ମନିସ) ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୪ ବର୍ଷ ପୂର୍ତ୍ତି ଅବସରରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନର୍ଲାର କାର୍ଯ୍ୟକର୍ତ୍ତା ମାନେ ସ୍ଥାନୀୟ ବାହୁଡା଼ ଯାତ୍ରାରେ ଦହି ପାଣି ବଣ୍ଟନ ,ବୃକ୍ଷ ରୋପଣ ଓ ସ୍ବଚ୍ଛତା ଭଳି ବିଭିନ୍ନ ସେବା କାର୍ଯ୍ୟ କରିଛନ୍ତି ।ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନଗର ସଭାପତି ବାସନ୍ତୀ ସାହୁ,ବିଭାଗ ସଂଯୋଜକ ନୃପମଣି ବାହୁକ,ଶୁଭମ୍ ରୋହିଲା ,ରାହୁଲ , ରତ୍ନାକର ନାଗ , ଥୟ ରାଜ ହୀରା ଭଳି ପ୍ରମୁଖ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ । ଏହି ବର୍ଷ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଅମୃତ ମହୋତ୍ସବ ପାଳନ କରା ଯିବ ତେଣୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସାରା ଦେଶରେ ୧ କୋଟି ଗଛ ଓ କଳାହାଣ୍ଡି ଜିଲ୍ଲାରେ ୩୦୦୦ ଗଛ ଲଗେଇବ ବୋଲି ଜିଲ୍ଲା ସଂଯୋଜକ ତନ୍ମୟ ବିଶି କହିଛନ୍ତି ।ସେହି ଭଳି ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାର୍ଥୀ ମାନକ ବିକାଶ ସହିତ ରାଷ୍ଟ୍ର ପୁନଃ ନିର୍ମାଣ ପାଇଁ କାର୍ଯ୍ୟ କରିବା ପାଇଁ ନର୍ଲା ନଗର ସମ୍ପାଦିକା ସୁଜାତା ନାଗ ସମସ୍ତଙ୍କୁ ଆଗ୍ରହ କରିଛନ୍ତି ।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି।

Related posts

ପେନସନଭୋଗୀଙ୍କ ବାର୍ଷିକ ପ୍ରମାଣ ପତ୍ର ପ୍ରଦାନ

Sunil Chandra Nayak

ବିଷ ପାନ ଖାଇ ମହିଳା ଗୁରୁତର

Sunil Chandra Nayak

ବିଳାସିନୀ ପୃଷ୍ଟି ଙ୍କ କବିତା ଅବିନାଶୀ ଆତ୍ମା

Sunil Chandra Nayak

Leave a Comment

error: Content is protected !!