ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାଶିବାହଲରେ ମହା ସମାରୋହରେ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ

କୋକସରା,୦୫/୧୨- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଶିବାହଲ ଗ୍ରାମର ନବ ନିର୍ମିତ ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସଵ ରବିବାର ମହା ଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି। ଶୁକ୍ରବାର ଅଧିବାସ ସହ କଳସ ଯାତ୍ରା ଓ ଷୋହଳ ପ୍ରହାର ନାମଯଜ୍ଞ ଆରମ୍ଭ ହୋଇଥିବା ବେଳେ ରବିବାର ପୂର୍ବ ନିର୍ଦ୍ଧାରିତ ସମୟରେ ରୀତିନୀତିରେ ମନ୍ଦିର ପ୍ରତିଷ୍ଠା ଉତ୍ସଵ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଷ୍ଠା ଉତ୍ସଵରେ ପୂଜାକର୍ତା ଭାବେ ଅନିଲ କୁମାର ବେହେରା, ନମିତା ବେହେରା ସପତ୍ନୀକ ପୂଜାକାର୍ଯ୍ୟ ତୁଲାଇଥିଲେ। ପୂଜକ ରବି ନାରାୟଣ ମୁଣ୍ଡ, କିଶୋର ଠାକୁର, ବିଶ୍ୱରଞ୍ଜନ ଯୋଷୀ, ଭାସ୍କର ଠାକୁର, ଅନିରୁଦ୍ଧ ଠାକୁର, ମହେନ୍ଦ୍ର ଯୋଷୀ ମନ୍ଦିର ପ୍ରତିଷ୍ଠା ସହ ପୂଜାକାର୍ଯ୍ୟ ତୁଲାଇଥିଲେ। ପ୍ରତିଷ୍ଠା ଉତ୍ସଵ ଦେଖିବା ପାଇଁ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଲୁ ଉପସ୍ଥିତ ରହିଥିଲେ। ମନ୍ଦିର ପ୍ରତିଷ୍ଠା ଉତ୍ସଵ କାର୍ଯ୍ୟକ୍ରମର ସମସ୍ତ କାର୍ଯ୍ୟ କାଶିବାହଲ ଗ୍ରାମବାସୀ ମାନେ ସମ୍ପାଦନ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ନିର୍ବାଚନ ନେଇ ବିଜୁ ଜନତା ଦଳ ପକ୍ଷରୁ ପ୍ରସ୍ତୁତି ବୈଠକ

Sunil Chandra Nayak

କଣ୍ଡୁରୀ ଚରଣ ନାୟକ ଙ୍କ କବିତା ମୁଁ ଫୁଲ

ତେରେସିଂହାରେ ନାଗ ପୂଜା ସମ୍ପନ୍ନ

Sunil Chandra Nayak

Leave a Comment

error: Content is protected !!