ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବଜ୍ର କାପ୍ତ୍ତା ଉଦ୍ଧାର, ଆଉ ଜଣେ ଗିରଫ , ସୁସ୍ଥ ବଜ୍ର କାପ୍ତ୍ତା କୁ ନନ୍ଦନକାନନ ପଠାଯିବ

ମ, ରାମପୁର, ୨୪/୫( ମସିହା):-କଳାହାଣ୍ଡି ଜିଲ୍ଲା ଉତ୍ତର ବନ ଖଣ୍ଡ ନର୍ଲା ଅଧିନ କେରାଣ୍ଡି ଖୁଣ୍ଟି ଠାରେ ଗତଶନିବାର ରାତିରେ ଗୋଟେ ବଜ୍ର କାପ୍ଟା ଉଦ୍ଧାର କରାଯାଇ ଏହି ଘଟଣା ରେ ଅଭିଯୁକ୍ତ ଜିତେନ୍ଦ୍ର କୁମାର କୁ ପଚରାଉଚରା ପରେ ଘୋଡ଼ା ବନ୍ଦ ଗାଁ ର ଭିକରୀ କଠାର ନା କହିଥିଲା ।ପରେ ନର୍ଲା ବନବିଭାଗ ପକ୍ଷରୁ ଉକ୍ତ ଗାଁ କୁ ଯାଇ ଅଭିଯୁକ୍ତ କଠାର କୁ ତାଙ୍କ ଘରୁ ଗିରଫ କରି କୋଭିଡ ପରୀକ୍ଷା ପରେ କୋର୍ଟ ଚାଲାଣ କାଯାଇଥିବା ନର୍ଲା ବନବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ପାଲ ସୂଚନା ସୂଚନା ଦେଇଛନ୍ତି । ଏହା ସହିତ ଏହି ଘଟଣା ରେ ଆଉ କୋଉ ମାନଙ୍କ ସଂପୃକ୍ତି ରହିଛି ସେ ନେଇ ଅଧିକ ତଦନ୍ତ ଜାରି ରଖି ଥିବା ସୂଚନା ମିଳିଛି । ବଜ୍ରକାପ୍ତା ର ଚିକିତ୍ସା ପରେ ସୁସ୍ଥ ରହିଛି ଏବଂ ବଜ୍ରକାପ୍ତା କୁ ନନ୍ଦନ କାନନ କୁ ପଠାଯିବ ବୋଲି ସୂଚନା ମିଳିଛି ।

ମ, ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ ।

Related posts

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ମସୀ

ଖଡ଼ିଆଳ ପୋଲିସ ଅଧିକାରୀ ଯୁବକଙ୍କୁ ମାଡ଼ ମାରିବା ଅଭିଯୋଗ , ପୋଲିସ କର୍ମଚାରୀ ଙ୍କୁ ନୂଆପଡ଼। ହେବ ସ୍ଥାନାନ୍ତର

କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ପକ୍ଷରୁ ସମ୍ବର୍ଦ୍ଧନା ସମାରୋହ

Leave a Comment

error: Content is protected !!