ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭିଜିଲାନ୍ସ ଜାଲରେ କଲମପୁର ଶିକ୍ଷା ବିଭାଗର ମୁଖ୍ୟ କିରାଣୀ , ଶିକ୍ଷା ବିଭାଗ ରେ ଲାଗିଲା ଦାଗ

କଲମପୁର ବ୍ଲକ ୨୪ /୦୬ (ମସିହା) କଲମପୁର ଶିକ୍ଷାବିଭାଗ ରେ କାର୍ଯ୍ୟରତ ମୁଖ୍ୟ କିରାଣୀ ଯୁଧିଷ୍ଠିର ହରିଜନ ଆଜି ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲେନ୍ସ ହାତରେ ଛନ୍ଦି ହୋଇଛନ୍ତି ।ପ୍ରକାଶ ଯେ କଲମପୁର ବ୍ଲକ ମାଠିଆପଡା ସ୍କୁଲ ର ଅବସରପ୍ରାପ୍ତ ଶିକ୍ଷକ ଗୁଣନିଧି ନାଏକ ଙ୍କ ଜିପିଏପ ଟଙ୍କା ଉଠାନ ଶୀଘ୍ର କରିଦେବା କୁ କହି ଲାଞ୍ଚ ଦାବୀ କରିଥିଲେ ମୁଖ୍ୟ କିରାଣୀ । ପରେ ଅବସର ପ୍ରାପ୍ତ ଶିକ୍ଷକ ବେନିୟମ ଭାବେ ଲାଞ୍ଚ ନେବାକୁ କହୁଥିବା ନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ଦେଲା ପରେ ଆଜି ଦିନ ୧୧ଟା ବେଳେ ଶିକ୍ଷା ବିଭାଗ କାର୍ଯ୍ୟଲୟ ରେ ଲାଞ୍ଚ ଗ୍ରହଣ କରିଥିବା ସମୟରେ ପୂର୍ବରୁ ଛପି ରହିଥିବା କଳାହାଣ୍ଡି ଭିଜିଲାନ୍ସ ଓ ନୂଆପଡା ଭିଜିଲାନ୍ସ କାବୁ କରି ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟ ରେ ନେଇ ତାଙ୍କର ଆୟ ରୁ ବହିର୍ଭୁତ ସମ୍ପତ୍ତି  କୁ ନେଇ ଛାନଭିନ ଜାରୀ ରଖିଥିବା ବେଳେ କଲମପୁର ଅଞ୍ଚଳର ବୁଦ୍ଧିଜୀବୀ ମହଲ ଗୋଟିଏ ଶିକ୍ଷାବିଭାଗ ରେ ଏଭଳି କଳଙ୍କ ର ଦାଗ ଲାଗିବା ଅତ୍ୟନ୍ତ ଦୁଃଖ ର ବିଷୟ ବୋଲି ଚର୍ଚ୍ଚା ଜୋର ଧରିଛି ।ତେବେ ଏ ନେଇ କୋରାପୁଟ  ଭିଜିଲାନ୍ସ ପି ଏସ କେସ ନମ୍ବର ୧୮/୨୦୨୨/ୟୁ ଏସ ୭ପି ସି ଏକ୍ଟ ଅନୁଯାୟୀ ଏକ କେଶ୍ ୠଜୁ କରି ଅନୁସନ୍ଧାନ ଜାରି ରହିଛି।

କଲମପୁର ରୁ ପରମାନନ୍ଦ ଠାକୁର ମସିହା ପ୍ରତିନିଧି 

 

Related posts

ଧାମରା ସଂଘର ବର୍ଷା ସାହିତ୍ୟ ଆସର ଅନୁଷ୍ଠିତ

Sunil Chandra Nayak

ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର ଙ୍କ କବିତା ଦୀପର ଦୀପାବଳୀ

Sunil Chandra Nayak

ମୋଟଙ୍ଗା ଠାରେ ରକ୍ତ ଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!