ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପୁଅକୁ ଟାଙ୍ଗିଆରେ ହାଣିବା ପରେ ଜୀବନ ହାରିଲା ବାପ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାର ଧରମବନ୍ଧା ଥାନା ଫୋକଟପଡ଼ା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟଛି। ଏଠାରେ ପୁଅକୁ ଟାଙ୍ଗିଆରେ ହାଣିବା ପରେ ବାପା ଆତ୍ମହତ୍ୟା କରିଥିବା ଜଣାଯାଇଛି।ସୂଚନା ଅନୁଯାୟୀ, କୌଣସି କାରଣରୁ ଫୋକଟପଡ଼ା ଗ୍ରାମର ନକୁଳ ରାଉତ(୫୫) ଓ ତାଙ୍କ ପୁଅ ସବିତ ରାଉତ(୩୫)ଙ୍କ ମଧ୍ୟରେ ଗତକାଲି ରାତିରେ ଭିଷଣ ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ନକୁଳ ରାଉତ ଘରେ ଥିବା ଏକ ଟାଙ୍ଗିଆରେ ପୁଅକୁ ହାଣିଥିଲେ। ଘଟଣାସ୍ଥଳରେ ସବିତର ମୃତ୍ୟୁ ହୋଇଥିଲା। ଏହାପରେ ବାପା ନକୁଳ ରାଉତ ଘରେ ପଶିଯାଇ ଭିତରୁ କବାଟ ଦେଇ ଆତ୍ମହତ୍ୟା କରିଥିଲେ। ଘଟଣାସଂପର୍କରେ ଖବର ପାଇ ଧରମବନ୍ଧା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟବହୃତ ଟାଙ୍ଗିଆ ଏବଂ ଉଭୟ ବାପପୁଅଙ୍କ ମୃତଦେହ ଜବତ କରିଛି। ଘଟଣା ସଂପର୍କରେ ଅଧିକ ତଦନ୍ତ କରୁଛି ପୁଲିସ୍। ଏବେ ଘଟଣାସ୍ଥଳରେ ଏସଡିପିଓ ପ୍ରଶାନ୍ତ ପଟ୍ଟନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ରହସ୍ୟର ଦେବତା ଶ୍ରୀଜଗନ୍ନାଥ

Sunil Chandra Nayak

ପାଞ୍ଚ ଗୋଟି ବାଲ୍ୟ ବିବାହ ଅଟକାଇଲା ଚାଇଲ୍ଡଲାଇନ ଓ ସମନିତ ଶିଶୁ ବିକାଶ ପ୍ରକଳ୍ପ

Sunil Chandra Nayak

ସବୁଠାରୁ ବଡ଼ ଅଣ୍ଡା.. ଅଣ୍ଡାଟିର ଓଜନ ରହିଛି ୨୧୦ ଗ୍ରାମ।

Sunil Chandra Nayak

Leave a Comment

error: Content is protected !!