ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲା ରେ ଛଟେଇ ହୋଇଥିବା 135 ଜଣ ଏଆଇଇ ସ୍ବେଚ୍ଛାସେବୀ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ କଥା ବିଧାନ ସଭା ରେ ଉଠାଇଲେ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ତାରା ବାହିନୀ ପତି

ଗତ 2005 ମସିହାରେ ଛଟେଇ ହୋଇଥିବା ଅଭିନବ ବିକଳ୍ପ ସ୍ବେଚ୍ଛାସେବୀ ଶିକ୍ଷକ ଶିକ୍ଷୟତ୍ରୀ ମାନେ ଶିକ୍ଷକ ର ମାନ୍ୟତା ଦେବା ପାଇଁ ଲଢେଇ କରି ଆସୁଛନ୍ତି । ହେଲେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ଆଖି ବନ୍ଦ କରି ଦେଇଥିବାରୁ ଶିକ୍ଷକ ଶିକ୍ଷୟତ୍ରୀ ମାନେ ନିରୁତ୍ସାହିତ ନ ହୋଇ ଲଢେଇ ଜାରି କରିଛନ୍ତି । ବିଭିନ୍ନ ସମୟରେ ବିଭିନ୍ନ ନେତା ମନ୍ତ୍ରୀ ଙ୍କୁ ଭେଟି ସେମାନଙ୍କୁ ଶିକ୍ଷକ ର ମାନ୍ୟତା ଦେବା ପାଇଁ ଦାବି ଜଣାଇଛନ୍ତି । ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କ ଅନୁରୋଧ କ୍ରମରେ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା ଓ କଂଗ୍ରେସର ବରିଷ୍ଠ ବିଧାୟକ ତାରା ପ୍ରକାଶ ବାହିନୀ ପତି ଗତ ଜୁଲାଇ 23 ଓ 28 ତାରିଖ ଦୁଇ ଦିନ ବ୍ୟାପୀ ବିଧାନସଭା ରେ ଛଟେଇ ହୋଇଥିବା ଏଆଇଇ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ପୁନଃ ନିଯୁକ୍ତି କରିବାକୁ ଦାବି କରିଥିଲେ । ସୂଚନା ଥାଉକି ଗତ 2003 ମସିହାରେ କେନ୍ଦ୍ର ସରକାର ଡିପିଇପି ଯୋଜନା ପ୍ରଣୟନ କରିଥିଲେ । କେନ୍ଦ୍ର ସରକାର ଏହି ଡିପିଇପି ଯୋଜନା ଓଡ଼ିଶା ରେ ମଧ୍ୟ କାର୍ଯ୍ୟକାରୀ ହୋଇଥିଲା । ଗ୍ରାମାଞ୍ଚଳ ଓ ସହରାଞ୍ଚଳ ମାନଙ୍କ ରେ ଅଧାରୁ ପାଠ ଛାଡିଥିବା 6 ବର୍ଷ ରୁ 14 ବର୍ଷ ର ଛାତ୍ରଛାତ୍ରୀ ମାନଙ୍କୁ ପୁଣି ମୁଖ୍ୟସ୍ରୋତ ରେ ସାମିଲ କରିବା ପାଇଁ ନିଶ୍ଚିତ ଶିକ୍ଷା ଯୋଜନା ଓ ଅଭିନବ ବିକଳ୍ପ ଶିକ୍ଷା ଯୋଜନା ଆରମ୍ବ କରିଥିଲେ । ସେଥିପାଇଁ ପ୍ରତ୍ୟକ ଛୋଟ ଛୋଟ ପଡା ରେ ନିଶ୍ଚିତ ଶିକ୍ଷା ଯୋଜନା ବିଦ୍ୟାଳୟ ଓ ଅଭିନଵ ବିକଳ୍ପ ବିଦ୍ୟାଳୟ ମାନ ଖୋଲା ଯାଇଥିଲା । ନିଶ୍ଚିତ ଶିକ୍ଷା ଯୋଜନା ମାନଙ୍କ ରେ ଇଜିଏସ ସ୍ବେଚ୍ଛାସେବୀ ଶିକ୍ଷକ ଓ ଅଭିନଵ ବିଦ୍ୟାଳୟ ମାନଙ୍କରେ ଏଆଇଇ ସ୍ବେଛାସେବୀ ଶିକ୍ଷକ ନିଯୁକ୍ତି କରାଯାଇଥିଲା ।ନିଶ୍ଚିତ ଶିକ୍ଷା ଯୋଜନାରେ ଇଜିଏସ ସ୍ବେଚ୍ଛାସେବୀ ଶିକ୍ଷକ ଓ ଅଭିନବ ବିଦ୍ୟାଳୟ ମାନଙ୍କ ରେ ଏଆଇଇ ସ୍ବେଚ୍ଛାସେବୀ ଶିକ୍ଷକ ନିଯୁକ୍ତ କରାଯାଇଥିଲା ।ନିଶ୍ଚିତ ଶିକ୍ଷା ଯୋଜନାରେ 10 ରୁ 4 ଟା ପଯ୍ୟନ୍ତ ଶିକ୍ଷାଦାନ ର ପ୍ରାବଧାନ ଥିବା ବେଳେ ଏଆଇଇ ବିଦ୍ୟାଳୟ ମାନଙ୍କ ରେ ଛାତ୍ରଛାତ୍ରୀ ଙ୍କ ସୁବିଧା ଅନୁସାରେ ପାଠ ପଢାଇବାର ପ୍ରାବଧାନ ଥିଲା । ଏପରି ଦୁଇ ପ୍ରକାର ପଦବୀ କୁ ଏଆଇଇ ଶିକ୍ଷକ ମାନେ ବିରୋଧ କରିବାରୁ ରାଜ୍ୟସରକାର 2005 ମସିହାରେ ସମସ୍ତ ସ୍ବେଚ୍ଛାସେବୀ ମାନଙ୍କୁ ଇଜିଏସ ସ୍ବେଚ୍ଛାସେବୀ ଶିକ୍ଷକ ଭାବରେ ରୂପାନ୍ତରିତ କରିବା ପାଇଁ ରାଜ୍ୟସରକାର ତତ୍କାଳୀନ ଡିପିସି ମାନକୁ ନିର୍ଦ୍ଦେଶ କରିଥିଲେ । ରାଜ୍ୟସରକାର ସବୁ ଜିଲ୍ଲା ରେ ଏଆଇଇ କେନ୍ଦ୍ର ବିଦ୍ୟାଳୟ ମାନଙ୍କୁ ଇଜିଏସ ବିଦ୍ୟାଳୟ ମାନଙ୍କରେ କରି ଏଆଇଇ ଶିକ୍ଷକ ମାନଙ୍କୁ ମଧ୍ୟ ଇଜିଏସ ଶିକ୍ଷକ ଭାବେ ରୂପାନ୍ତରିତ କରିଥିଲେ । କିନ୍ତୁ ନୂଆପଡ଼ା ଜିଲ୍ଲା ରେ ତତ୍କାଳୀନ ଡିପିସି ଏଆଇଇ ଶିକ୍ଷକ ମାନଙ୍କୁ ଇଜିଏସ ଶିକ୍ଷକ ଭାବେ ରୂପାନ୍ତରିତ କଲେ ନାହିଁ ।ପରେ ଏହି ଯୋଜନା 2008 ମସିହାରେ ବନ୍ଦ ହୋଇଯାଇଥିଲା ଓ ନିଯୁକ୍ତି ପାଇଥିବା ସ୍ବେଚ୍ଛାସେବୀ ମାନେ ଛଟେଇ ହୋଇଥିଲେ । ଛଟେଇ ହୋଇଯାଇଥିଲେ ମଧ୍ୟ ଏହି ସ୍ବେଚ୍ଛାସେବୀ ଶିକ୍ଷକ ମାନେ ରାଜ୍ୟସରକାର ଙ୍କ ଠାରେ ବାରମ୍ବାର ପୁନଃ ନିଯୁକ୍ତି କରିବା ପାଇଁ ଦାବି କଲେ । ପରେ ରାଜ୍ୟସରକାର 2008 ମସିହାରେ ଗଣ ଶିକ୍ଷକ ଭାବେ ନିଯୁକ୍ତି କରିଥିଲେ । କିନ୍ତୁ ଅଭିନବ ବିକଳ୍ପ ବିଦ୍ୟାଳୟ ମାନଙ୍କ ରେ ନିଯୁକ୍ତି ହୋଇଥିବା ସ୍ବେଚ୍ଛାସେବୀ ମାନଙ୍କୁ ଇଜିଏସ ରେ ରୂପାନ୍ତରିତ କରାଯାଇନଥିବାରୁ ନୂଆପଡ଼ା ଜିଲ୍ଲାର 135 ଜଣ ସ୍ବେଚ୍ଛାସେବୀ ଗଣଶିକ୍ଷକ ନିଯୁକ୍ତି ରୁ ବଂଚିତ ହୋଇଥିଲେ । ଗଣଶିକ୍ଷକ ନିଯୁକ୍ତି ପାଇଥିବା ଇଜିଏସ ଶିକ୍ଷକ ମାନେ ଗତ 2017 ମସିହାରୁ ନିୟମିତ ଶିକ୍ଷକ ଭାବେ ନିଯୁକ୍ତି ପାଇଥିବା ବେଳେ ସମାନ ଭାବେ ନିଯୁକ୍ତି ପାଇଥିବା ଏଆଇଇ ଶିକ୍ଷକ ମାନେ ଏଥିରୁ ବଂଚିତ ହୋଇ ବାରମ୍ବାର ରାଜ୍ୟ ସରକାର ଙ୍କ ଠାରେ ଦାବି ଉପସ୍ଥାପନ କଲେ ମଧ୍ୟ ରାଜ୍ୟ ସରକାର ଶୁଣୁନଥିବା ସ୍ବେଚ୍ଛାସେବୀ ଶିକ୍ଷକ ମାନେ ଅଭିଯୋଗ କରିଛନ୍ତି । ଯାହାଫଳରେ ଏହି ଛଟେଇ ଶିକ୍ଷକ ମାନେ ଶ୍ରମିକ କାମ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । ଛଟେଇ ଏଆଇଇ ଶିକ୍ଷକ ମାନଙ୍କୁ ଅତିଶୀଘ୍ର ଗଣଶିକ୍ଷକ ଭାବେ ନିଯୁକ୍ତି କରିବା ପାଇଁ ସେମାନେ ଦାବି କରିଛନ୍ତି । ଛଟେଇ ଏଆଇଇ ଶିକ୍ଷକ ଶିକ୍ଷୟତ୍ରୀ ମାନେ ବିଧାନସଭା ରେ ସମସ୍ୟା ଉପରେ ଉପସ୍ଥାପନ କରିଥିବା ରୁ ଦୁଇ ଜଣ ବିଧାୟକ ସମେତ ଖଡ଼ିଆଳ ବିଧାୟକ ଅଧିରାଜ ମୋହନ ପାଣିଗ୍ରାହୀ ଙ୍କୁ ରବିବାର ଦିନ ମିଶି ଧନ୍ୟବାଦ ଦେଇଛନ୍ତି । ଏହି ସମୟରେ ସଞ୍ଜିବ ସିଂ ବାରିକ,ପ୍ରେମଲାଲ୍ ବାଗ,ହେରମ୍ବ ବାଗ,ହର ବାଗ,ତପେଶ୍ୱର ଜଗତ,ଗୁଣବନ୍ତ ରଥ, ଜଗଦିଶ ସାହୁ, ସତ୍ୟବାନ୍ ମେହେର, ଜୟଶ୍ରୀ ସେନାପତି, ହୃଦାନନ୍ଦ ଠେଲା,ତୋଶରାମ ରାଉତ,ବଦନ ହଂସ ସମେତ 40 ଜଣ ସ୍ବେଚ୍ଛାସେବୀ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ତୀର୍ଯ୍ୟକ

Sunil Chandra Nayak

ରାଜ୍ୟସ୍ତରୀୟ କଳାକାର ସଂହତି ଦିବସରେ ବାଲେଶ୍ବର କଳାକାର ସମ୍ବର୍ଦ୍ଧିତ 

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ନବନିଯୁକ୍ତ ୮୦୪ କର୍ମଚାରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!