ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପାଇଁ ବିଜେଡି ଦାୟୀ: ଯଜ୍ଞ ପ୍ରସାଦ

ଖଲଣା ଗୁଳିମାଡ଼ ଘଟଣାରେ ବିଧାୟକ ପୁତ୍ରଙ୍କ ଗିରଫ ଦାବି

ଆନନ୍ଦପୁର -: ଘଷିପୁରା ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ଆଡ଼କୁ ଗତି କରୁଛି। ପ୍ରଶାସନର ପ୍ରୋତ୍ସାହନରେ ବିଜୁ ଜନତା ଦଳ ସ୍ଥାନୀୟ ଅଞ୍ଚଳରେ ଅରାଜକତା ସୃଷ୍ଟି କରୁଛି। ଗତକାଲି ଘଷିପୁରା ବ୍ଲକ ଖଲଣା ଅଞ୍ଚଳରେ ହୋଇଥିବା ହଣାକଟା ଓ ଗୁଳିମାଡ଼ ଯୋଗୁଁ ଗୋଟିଏ ନିଷ୍ପlପ ଜୀବନ ଚାଲିଗଲା।ପୁଲିସ ପ୍ରଶାସନ ଉଦ୍ୟମ କରିଥିଲେ ଏ ଘଟଣାକୁ ଏଡାଇ ଦିଆଯାଇ ପାରିଥାଆନ୍ତା। ହେଲେ ସେଭଳି କିଛି ଆଗୁଆ ପଦକ୍ଷେପ ନିଆଗଲା ନାହିଁ ବୋଲି ବିଜେପି ଯୁବମୋର୍ଚ୍ଚା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଯଜ୍ଞ ପ୍ରସାଦ ଅଭିଯୋଗ କରିଛନ୍ତି।

ଏ ନେଇ ଯଜ୍ଞ ପ୍ରସାଦ ଏକ ପ୍ରେସ ଇସ୍ତାହାର ଜାରି କରି କହିଛନ୍ତି, ମୃତ ଯୁବକଙ୍କ ଭାଇ ହତ୍ୟାକାଣ୍ଡ ସମ୍ପର୍କରେ ରାମଚନ୍ଦ୍ରପୁର ଥାନାରେ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି। ଏହି ଘଟଣାରେ ଘଷିପୁରା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଦେବାଶିଷ ପାତ୍ର ସଂପୃକ୍ତ ଥିବା ସେ ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ଗୁଳିକାଣ୍ଡ ଘଟଣା ପରଠାରୁ ଦେବାଶିଷ ଫେରାର ଥିବା ଶ୍ରୀ ପ୍ରସାଦ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି, ଘଷିପୁରା ଅଞ୍ଚଳରେ ଦିନକୁ ଦିନ ହତ୍ୟାକାଣ୍ଡ ବୃଦ୍ଧି ପାଇବାରେ ଲାଗିଛି। ଅନ୍ୟପକ୍ଷରେ ପ୍ରାୟ ସମସ୍ତ ରାଜନୈତିକ ହତ୍ୟାକାଣ୍ଡରେ ବଦ୍ରି ବାବୁଙ୍କ ପୁଅ ମାନଙ୍କର ସଂପୃକ୍ତି ଥିବା ସର୍ବଦା ଅଭିଯୋଗ ଉଠିଛି। ୨୦୦୩ ମସିହା ମାନସ ରାମ ହତ୍ୟା, ୨୦୦୫ରେ ବରିଷ୍ଠ ବିଜେପି ନେତା ଭଗବାନ ସାହୁଙ୍କ ଉପରେ ବଡ଼ପଦନା ଠାରେ ପ୍ରାଣାନ୍ତକ, ଖଲଣା ଅଞ୍ଚଳର ବିଶିଷ୍ଟ ଟ୍ରକ୍ ଓ ପେଟ୍ରୋଲ ପମ୍ପ ବ୍ୟବସାୟୀ ଶ୍ରୀକାନ୍ତ ସାହୁ ହତ୍ୟାକାଂଡ, ୨୦୧୮ ସେପ୍ଟେମ୍ବରରେ ପୂର୍ବତନ ପୌର ଉପାଧକ୍ଷ ସୁରେଶ ସାହୁଙ୍କ ସମେତ ୩ ଦଳିତ ଯୁବକଙ୍କୁ ପ୍ରାଣାନ୍ତକ ଆକ୍ରମଣ ଓ ୨୦୧୯ ନିର୍ବାଚନ ପୂର୍ବରୁ ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରା ହତ୍ୟାକାଣ୍ଡ ପର୍ଯ୍ୟନ୍ତ ପ୍ରତ୍ୟେକ ଘଟଣାରେ ଘଷିପୁରା ବିଧାୟକ ପୁତ୍ର ମାନଙ୍କ ସଂପୃକ୍ତି ଥିବା ପୂର୍ବରୁ ଅଭିଯୋଗ ହୋଇ ଆସୁଥିବା ଯଜ୍ଞ ପ୍ରସାଦ ଅଭିଯୋଗ କରିଛନ୍ତି। ସର୍ବୋପରି ଏବେକାର ଆନନ୍ଦପୁର ବିଧାୟକ ଭାଗିରଥି ସେଠୀଙ୍କୁ ୫ ବର୍ଷ ତଳେ ହୋଇଥିବା ମରଣାନ୍ତକ ଆକ୍ରମଣ ଘଷିପୁରା ବିଧାୟକଙ୍କ ପୁଅ କରିଥିବା ଶ୍ରୀ ସେଠୀ ସେ ସମୟରେ ଅଭିଯୋଗ କରିଥିବା ଯଜ୍ଞ କହିଛନ୍ତି। ଆନନ୍ଦପୁର ଓ ଘଷିପୁରା ଅଞ୍ଚଳରେ ବିଜେଡି ପକ୍ଷରୁ ଅଧିକାଂଶ ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରାଯାଉଛି। ଖଲଣା ହତ୍ୟାକାଣ୍ଡରେ ବିଧାୟକଙ୍କ ପୁତ୍ର ଦେବାଶିଷ ପାତ୍ରଙ୍କ ସଂପୃକ୍ତି ଥିବା ମୃତକଙ୍କ ଭାଇ ଅଭିଯୋଗ କରିଥିବାରୁ ତାଙ୍କୁ ତୁରନ୍ତ ଗିରଫ କରିବା ପାଇଁ ବିଜେପି ଯୁବନେତା ଯଜ୍ଞ ପ୍ରସାଦ ଦାବି କରିଛନ୍ତି।

ଆନନ୍ଦପୁର ରୁ ମଦନ ପାଣି ଙ୍କ ରିପୋର୍ଟ

Related posts

ଅଧାପନ୍ତରିଆ ହେଇପଡିଛି ସ୍ମଶାନ ଗୃହ 

Sunil Chandra Nayak

ମସୀହା ଖବର କାଗଜରେ ବାରମ୍ବାର ଖବର ପ୍ରସାରଣ ହେବା ଫଳରେ ପ୍ରଶାସନ ପଦକ୍ଷେପ ଗ୍ରହଣ ଓ ସୌନ୍ଦର୍ଯ୍ୟ କରଣ

masiha

ବିଧାୟିକା ସୀମାରାଣୀଙ୍କ ହିନ୍ଦୋଳ ଏନ୍ ଏ ସି ଗସ୍ଥ କାର୍ଯ୍ୟକ୍ରମ

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort