Uncategorizedନର୍ମଦା ନାୟକ ଙ୍କ କବିତା ପ୍ରକୃତିରାଣୀ by Sunil Chandra NayakJuly 17, 2022091 Share0 ପ୍ରକୃତିରାଣୀ ଋତୁ କ୍ରମାନ୍ଵୟେ ବିବିଧ ବେଶରେ ପ୍ରକୃତିରାଣୀର ଶୋଭା କବି ଭାବୁକଙ୍କ ମାନସୀ ନାୟିକା ସୁଷମାରେ ବିମଣ୍ଡିତା l ଆଦ୍ୟ ଆଷାଢ଼ରେ ରିମ ଝିମ ନାଦେ ପାଦରେ ଘୁଙ୍ଗୁର ବାନ୍ଧି କଜ୍ଵଳ ବରଣାମୋହିନୀ ମାୟାରେ ମନ ହରେ କୃଷ୍ଣ ପାଟେ l ବସନ୍ତେ କୋକିଳ କଣ୍ଠେ କୁହୁ ସ୍ୱନ ନିଦାଘେ ଝିଙ୍କାରୀ ନାଦେ ହେମନ୍ତର ହିମ ଶୀତଳତା ମଧ୍ୟେ ରୂପର ପସରା ମେଲେ l ବରଷା ଧଉତ ବାରୁଣୀ ଗଗନେ ଇନ୍ଦ୍ରଧନୁର ରଙ୍ଗରେ କାଉଁରୀ ରାଇଜ ରାଜଜେମା ସାଜି ପୁଲକ ଭରଇ ମନେ l ଜଳ ସ୍ଥଳ ନଭେ ଅଫୁରନ୍ତ ଶୋଭା ଚିରକାଳ ନୂଆ ଲାଗେ ସୃଷ୍ଟିର କରତା ପ୍ରକୃତି ରାଣୀକୁ ଗଢିଛନ୍ତି କଉଶଳେ l ଜାଗତିକ ଶୋଭା କେଡେ ମଧୁମୟ ପ୍ରକୃତି ବାରତା ଦିଏ ନିରୀକ୍ଷଣ ସହ ଉପଭୋଗ କର ଅଳୀକ ଜୀବନ କାଳେ l ନର୍ମଦା ନାୟକ ରାଉରକେଲା