ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦୁଲତା ବେହେରା ଙ୍କ କବିତା ଭିଜା ମାଟିର ବାସ୍ନା

ଭିଜା ମାଟିର ବାସ୍ନା

ନିଦାଘ ଶେଷରେ ପହିଲି ବର୍ଷା ରେ
ମେଣ୍ଟଇ ଧରଣୀ ତୃଷ୍ଣା
ଉତପ୍ତ ଧରିତ୍ରୀ ଓଦା ହୋଇ ଗଲେ
ହୁଅଇ ମଧୁର ବାସ୍ନା
ଭିଜାମାଟିର ସେ ଭୁରୁଭୁରୁ ବାସ୍ନା
ମନେ ଆଣେମାଦକତା
ମନେପଡିଯାଏ ପିଲାଦିନ ସ୍ମୃତି
ଅତୀତର ସେହି କଥା।
ମଉସୁମୀ ଯେବେ ଆସଇ ଧରାକୁ
ଝରଇ ବରଷା ପାଣି
ଭିଜା ମାଟି ବାସ୍ନା ଉନ୍ମାଦନାଆଣେ
 ନିଏ ତାପାଶକୁ ଟାଣି।
ନାଚିକୁଦି କେତେ ବରଷା ପାଣିରେ
ନିଜକୁ ଭିଜାଇ ଦିଏ
ପାଣି ଫୋଟକା କୁ ଧରିବା ପାଇଁକି
ବରଷା ସୁଅରେ ଧାଏଁ।
ମୋ ଗାଁ ଦାଣ୍ଡରେ ବତୁରା ମାଟିରେ
ପାଦଚିପି ଚିପି ଚାଲେ
କଙ୍କି ପ୍ରଜାପତି ଧରଇ ମୁଁ ନିତି
ସାଙ୍ଗ ସାଥୀ ଙ୍କର ମେଳେ।
ଭିଜା ମାଟି ବାସ୍ନା ପ୍ରାଣ ସଞ୍ଚରଇ
ସକଳ ଜୀବ ଜଗତ
କେକୀ ପୁଚ୍ଛଟେକି ନାଚଇ ବନରେ
ଡାହୁକ ଗାଏ ସଙ୍ଗୀତ।
ବେଙ୍ଗ ଓବେଙ୍ଗୁଲି ବାଇଦ ବଜାନ୍ତି
ଝିଙ୍କାରି ସ୍ୱର ରାଗିଣୀ
ଶୁକ୍ଳ ତରୁ ସବୁ ପଲ୍ଲବୀ ଉଠନ୍ତି 
ପାଇଣ ବରଷା ପାଣି।
ଆଦ୍ର ମାଟି ମାଆ ପରଷି ଦିଅଇ
ଅମୃତ ଜୀବ ଜଗତେ
ନବୀନ ପୁଲକଖେଳିଯାଏ ତନୁ
ମନ ମୋହି ନିଏ ସତେ।

ବିଦୁଲତା ବେହେରା

ଭୁବନେଶ୍ୱର , ଖୋର୍ଦ୍ଧା

Related posts

ମହିଳା ମହାବିଦ୍ୟାଳୟ ରେ ଇଂରାଜୀ ବିଭାଗ ର ସେମିନାର

Sunil Chandra Nayak

କାଙ୍ଗାଳୀଚରଣ ସେଠୀ ଙ୍କ କବିତା ଶାମୁକା ସ୍ମତିରେ

Sunil Chandra Nayak

ଆଦରମଣି ପ୍ରଧାନ ଙ୍କ ଗଳ୍ପ ସ୍ୱର୍ଗରୁ ସ୍ୱାମୀର ଚିଠି

Leave a Comment

error: Content is protected !!