ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଗରିବ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କ ସୁବିଧା  ପାଇଁ ସୁଯୋଗ

ନୂଆପଡା ଜିଲ୍ଲା ଖଡିଆଳ ସ୍ବଂୟଶାସିତ ମହାବିଦ୍ୟାଳୟର ଯେଉ ଆର୍ଥିକ ଦୁର୍ବଳ ଓ ମେଧାବୀ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ମେଡିକାଲ ନିଟ ଓ ଜେଇଇ ପାଠ ପଢିବାରୁ ବଞ୍ଚିତ ହେଉଛନ୍ତି । ସେହି ଛାତ୍ରଛାତ୍ରୀ ମାନଙ୍କୁ ଯୁଯୋଗ ପ୍ରଦାନ ପାଇଁ ବାଇଜୁ -ଆକାଶ ଓ ନୀତି ଆୟୋଗ , ଭାରତ ସରକାରଙ୍କ ଶିକ୍ଷାନୁଷ୍ଠାନ ମାଗଣାରେ ଶିକ୍ଷା ପ୍ରଦାନ କରିବେ । ଏଥିପାଇଁ ନୂଆପଡା ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ଅନୁମୋଦନ କ୍ରମେ ନିଟ ପାଇଁ ୩୩ ଜଣ ଓ ଜେଇଇ ପାଇଁ ୧୨ ଜଣ ଛାତ୍ର ଛାତ୍ରୀ ଚୟନ କରିସାରିଛନ୍ତି । ଚଳିତ ମାସରେ ଏହି ଅନୁଷ୍ଚାନ ମାନଙ୍କ ଦ୍ବାରା ଶ୍ରେଣୀ ଆରମ୍ଭ ହେବ ଏହା ସକାଳ ୭ ଘଣ୍ଟାରୁ ୯ ମଧ୍ୟରେ । ଏହାର ସୁଯୋଗ ନେବାପାଇଁ ଜିଲ୍ଲା ପ୍ରଶାସନ ତଥା ମହାବିଦ୍ୟାଳୟ କର୍ତୁପକ୍ଷରୁ ସୁଚନା ଦେଇଛନ୍ତି । ସୁଚନା ଯୋଗ୍ୟ ଯେ ବାଇଜୁ ବାଇଜ ଆକାଶ ଏବଂ ନୀତି ଆୟୋଗର ମିଲିତ ଉଦ୍ୟମରେ କୋଚିଂ ଆରମ୍ଭ ହେବ । ଦୁଇ ବର୍ଷ ପାଇଁ ଓଡିଶାର ୧୩ ଗୋଟି ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ କାର୍ଯ୍ୟକାରୀ ହେବ । ପ୍ରକାଶ ଥାଉକି ଜଣେ ଜଣେ ଛାତ୍ରଛାତ୍ରୀଙ୍କ ପାଇଁ ଭାରତ ସରକାର ସାଡେ ପଞ୍ଚା ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ବାଇଜୁ ଆକାଶ ପ୍ରତିନିଧି ସାଗର କୁମାର ଝା ଓ ପ୍ରିଅଂସା ଦ୍ବିବେଦୀ ପ୍ରକାଶ କରିଛନ୍ତି । ଇତି ମଧ୍ୟରେ ପ୍ରତିନିଧି ମାନେ କଲେଜର ସୈଖିକ ଭିତ୍ତିଭୁମି ପରିଦର୍ଶନ କରିଯାଇଛନ୍ତି । ଏହାର ସଂପୁର୍ଣ୍ନ ସୁଯୋଗ ଓ ଲାଭ ଉଠାଇବା ପାଇଁ ଆର୍ଥିକ ଦୁର୍ବଳ ମେଧାବୀ ଛାତ୍ର ଛାତ୍ରୀ ମାନଙ୍କୁ ଖଡିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଇନଚାର୍ଜ ପ୍ରିନ୍ସିପାଲ ଡକ୍ଟର ପଦ୍ମଲୋଚନ ବର୍ମା ସୁଚନା ଦେଇଛନ୍ତି। ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଓଡିଶା କୃଷି ଓ ବୈଷୟିକ ବିଶ୍ୱ ବିଦ୍ୟାଳୟ ଚିପିଲିମା ର ସାହିତ୍ୟ ସମାଜରେ ବିଭିନ୍ନ ପ୍ରତିଯୋଗିତା

ଆମ ପୁଲିସ ତରଫରୁ ସେକ୍ଟର ୧୯ ଥାନା ପ୍ରଭାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

Sunil Chandra Nayak

ଜୟ କୁମାର ମିଶ୍ର  ଙ୍କ କବିତା ଏକା ତୁମ ପାଇଁ

Sunil Chandra Nayak

Leave a Comment

error: Content is protected !!