ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାମି ପାତ୍ର ପୌରାଣିକ ଗଳ୍ପ ଶ୍ରବଣ କୁମାର

 

      ଶ୍ରବଣ କୁମାର

ତ୍ରେତୟା ଯୁଗରେ ଶ୍ରବଣ ନାମକ ଜଣେ ବାଳକଥିଲେ।

ତାଙ୍କ ମାତା ପିତା ଦୁହେଁ ଅନ୍ଧ ଥିଲେ।ସେ ତାଙ୍କ ମାତା ପିତାଙ୍କୁ ବହୁତ ଭଲ ପାଉଥିଲେ।ତାଙ୍କ ମାଆ ତାଙ୍କ ପୁତ୍ରକୁ ଲାଳନପାଳନ କରି ବଡ କରିଥିଲେ।ସେ ବଡ ହେବାକୁ ଲାଗିଲେ। ଆଉ ତାଙ୍କର ମାତା ପିତାଙ୍କର ସେବା କରିବାରେ ଲାଗିଲେ। ଶ୍ରବଣ କୁମାର ସକାଳୁ ଉଠି ମାତା ପିତାଙ୍କ ପାଇଁ ପାଣି ଆଣନ୍ତି ପୋଖରୀରୁ ପିଇବା ପାଇଁ।ଜଙ୍ଗଲ କୁ ଯାଆନ୍ତି କାଠ ଆଣିବା ପାଇଁ।

ସେ ତାଙ୍କ ମାତା ପିତାଙ୍କୁ ରାନ୍ଧିକି ଦିଅନ୍ତି ଖାଇବାକୁ।ଏସବୁ କାମକୁ ଦେଖି ତାଙ୍କ ମାତା ପିତା ମନାକରନ୍ତି କାମ କରିବାପାଇଁ।କିନ୍ତୁ ଶ୍ରବଣ କୁମାର ମାନେ ନାହିଁ । ସେ କହେ ମୋତେ କାହିଁକି ପରିଶ୍ରମ ହେବ। ତମର ସେବା କଲେ ମୋତେ ବହୁତ ଆନନ୍ଦ ମିଳେ। ତମର ସେବା କରିବା ମୋର କର୍ତ୍ତବ୍ୟ ।ତମେ ମୋର ଚଳନ୍ତା ଠାକୁର ,ଠାକୁରାଣୀ ।ତମେ ମୋତେ ମନାକରନି।

ଏସବୁ କଥା ତାଙ୍କ ପିତା ମାତା ଶୁଣି ଆଖି ଛଳ ଛଳକରି କହୁଥାନ୍ତି।ଯେଉଁ ବୟସରେ ତୋର ଖେଳିବା ବୁଲିବା ,ପଢ଼ିବା ସମୟରେ ସେ ସବୁ ନକରି ତୁ ଆମର ସେବା କରୁଛୁ। ଏହା କହି ତା ମୁଣ୍ଡ ଉପରେ ହାତ ରଖି ତାକୁ ଆଶ୍ରିର୍ବାଦ କଲେ। ଆଉ କହିଲେ ସବୁ ମାତା ପିତାଙ୍କୁ ତୋରି ଭଳି ପୁଅଟିଏ ମିଳୁ। ତାଙ୍କ ବାପା ମାଆ ଭଗବାନଙ୍କର ପୂଜା ଅର୍ଚ୍ଚନା କରନ୍ତି। ଶ୍ରବଣ କୁମାର ମଧ୍ୟ ତାଙ୍କ ମାତା ପିତାଙ୍କ ପାଖରେ ବସି ପୂଜା ଅର୍ଚ୍ଚନା କରନ୍ତି।ଦିନେ ଶ୍ରବଣ କୁମାରକୁ ତାଙ୍କ ମାତାପିତା କହିଲେ ତୁ ଆମର ସବୁ ଇଛା ପୂରଣ କରିଦେଲୁ।ଆଉ ଗୋଟିଏ ଇଛା କୁ ତୁ ପୂରଣ କରିଦେଇପାରିବୁ। ଶ୍ରବଣ କୁମାର କହିଲେ କହନ୍ତୁ ଆପଣ ମୁଁ ମୋର ପ୍ରାଣ ପ୍ରଣେ ଚେଷ୍ଟା କରିବି ଆପଣଙ୍କ ଇଚ୍ଛାକୁ ପୂରଣ କରିବା ପାଇଁ।

ତମ ବାପା ମାଆ ଦୁଇ ଜଣ ଅନ୍ଧ ସେମାନେ କୁଆଡେ ଯାଇପାରିବେନି। ଆମର ଇଚ୍ଛା ତିର୍ଥ କରିବା ପାଇଁ ।ଭଗବାନଙ୍କ ଦର୍ଶନ ନିମନ୍ତେ ଯାତ୍ରା କରିବାକୁ ଚାହୁଁଛୁ।

ତୁ କଣ କହୁଛୁ ଆମକୁ ଟିକିଏ ନେଇ ଦର୍ଶନ କରେଇଦେବୁ। ଏକଥା ଶୁଣି ଶ୍ରବଣ କୁମାର ଆଶ୍ଚର୍ଯ୍ୟ ହୋଇଗଲା। କଣ କରିବ?କଣକରିବ ବୋଲି ଭାବିଲେ। ସେ ଗୋଟିଏ ଉପାୟ ବାହାରକଲେ । ତାକୁ କାମ ରେ ଲଗେଇଲେ। ଶ୍ରବଣ କୁମାର ଏକ ବାଉଁଙ୍ଗୀ ଆଣିଲେ । ଆଉ ଦୁଇଟି ଟୋକେଇ ଆଣିଲେ ତାକୁ ଦୁଇଧାରରେ ଦୁଇଟି ଟୋକେଇ ବାନ୍ଧିଲେ। ସେଥିରେ ଅନ୍ଧପିତା ମାତାଙ୍କୁ ବସେଇ ତୀର୍ଥ ଭ୍ରମଣ କରିବାକୁ ଲାଗିଲେ । ପାଦରେ ତାଙ୍କର ଯୋତ ନଥାଏ। ଖାଲି ଗୋଡରେ ସେ ତାଙ୍କ କାନ୍ଧରେ ବସେଇ ବୁଲେଇଲେ।

ଯେଉଁ ସ୍ଥାନରେ ତୀର୍ଥ ଗଲେ ସେହି ବିଷୟରେ ତାଙ୍କ ମାତା ପିତାମାତାଙ୍କୁ ବୁଝେଇଲେ। ଏହି ଭଳି ଭାବରେ ତାଙ୍କୁ ବୁଝେଇ ଲେ। ତାଙ୍କ ପିତା ମାତା କହିଲେ ତୁ ଆମ ଆଖି ପାଲଟିଗଲୁ। ତ ମୁହଁରୁ ସବୁ କଥା ଶୁଣି ଭାବୁଛୁ ଆମେ ଭଗବାନଙ୍କୁ ପାଇଗଲୁ ବୋଲି। ତ ଭଳି ପୁତ୍ର କୁ ଜନମ ଦେଇ ଆମେ ଦୁହେଁ ଧନ୍ୟ ହୋଇଗଲୁ। ଆଉ ଆମେ ଦୁହେଁ ତ ପାଖରେ ବୋଝ ହେଇଗଲୁ। ଶ୍ରବଣକୁମାର କହିଲେ ଏକଣ ମାଆ ତୁମେ ଏମିତି କାହିଁକି କହୁଛ। ବାପ ମାଆ କେହି ପିଲାଙ୍କ ପାଖରେ ବୋଝ ହୁଅନ୍ତି ନାହିଁ। ଆଉ ଏମିତି କେବେ କହିବନି। ତମର ସେବା କରିବା ମୋର କର୍ତ୍ତବ୍ୟ।ବୋଝ କେମିତି ହେଲା। ଏହା କହି ପିତାମାତାଙ୍କୁ ସାଙ୍ଗରେ ଧରି ଫେରୁଥିବା ସମୟରେ ବାଟରେ ଗୋଟେ ଜଙ୍ଗଲଟେ ପଡ଼ିଲା । ସେଠାରେ ବିଶ୍ରାମ ନେବାପାଇଁ ସେଇଠି ରହିଲେ। ତାଙ୍କ ମାତାଙ୍କୁ ଭାରି ଜୋର ସେ ଶୋଷ ଲାଗିଥାଏ। ସେ ପାଣି ପିଇବା ପାଇଁ ତାଙ୍କ ପୁତ୍ର ଶ୍ରବଣକୁ କହିଲେ। ପାଖରେ କଉଠି ପୋଖରୀ ଅଛି କି ସେଇଠୁ ମୁନ୍ଦେ ପାଣି ଆଣି ଦେଲୁ ପିଇବି। ଶ୍ରବଣ କୁମାର କହିଲେ ହଉ ମାଆ ରହ ମୁଁ ଯାଉଛି ଏଠି ଗୋଟେ ପୋଖରୀ ଅଛି ସେଇଠୁ ପାଣି ଆଣେ। ଏହା କହି ହାତ କମଣ୍ଡଳୁ ଧରି ବାହିଲେ ପାଣି ପାଇଁ। ପୋଖରୀ ରେ ପାଣି ଆଣୁ ଆଣୁ ସେପଟୁ ଅଯୋଧ୍ୟା ନଗରର ରାଜା ଦଶରଥ ଘୋଡା ଉପରେ ବସି ଆସୁଥାନ୍ତି। ତାଙ୍କର ପଶୁ ପକ୍ଷୀ ମାନଙ୍କୁ ଶିକାର କରିବାରେ ବହୁତ ସକ୍ ଥାଏ। ନଦୀର ଶଦ୍ଦ ଶୁଣି ସେଇଠି ଛିଡା ହେଲେ ରାଜା। ଏବଂ ଧନୁତୀରରେ କାଢିଲେ ସଙ୍ଗେସଙ୍ଗେ ତୀରଟିକୁ ପ୍ରହାର କଲେ ତୀରଟି ଯାଇ ଶ୍ରବଣ କୁମାରଙ୍କ ବକ୍ଷରେ ବାଜିଲା ସେ ସେଇଠି ପଡିଗଲେ। ରାଜା ଦୌଡ଼ି ଆସି ଦେଖିଲେ ତ କୌଣସି ପଶୁପକ୍ଷୀ ନଥିଲେ ଥିଲେ ମଣିଷ । ସେ ସଙ୍ଗେ ଆସି ତାଙ୍କୁ କହିଲେ ମୁଁ ଜାଣିଶୁଣି ଏହି ତୀର ତମକୁ ମାରିନଥିଲି ମୁଁ ମାରୁଥିଲି ପଶୁ ପକ୍ଷୀ ମାନଙ୍କୁ ।ହେଲେ ସେ ତୀର ବକ୍ଷରେ ବାଜିଯିବ ବୋଲି ମୁଁ ଜାଣିନଥିଲି ମୋତେ କ୍ଷମା କରିଦିଅ ମୋର ଭୂଲ ହୋଇଛି। ଏକଥା ଶୁଣି ଶ୍ରବଣ କୁମାର କହିଲେ ମୋତେ ଗୋଟେ ସାହାଯ୍ୟ କରିବ ।ଦଶରଥ କହିଲେ କି ସାହାଯ୍ୟ କରିବି ଆପଣ ଯାହା କହିବେ ମୁଁ ସବୁ କରିବା ପାଇଁ ପ୍ରସ୍ତୁତ ଅଛି। ଆପଣ ଏହି କମଣ୍ଡଳରେ ଥିବା ପାଣି ନେଇ ମୋ ମାଆ କୁ ଦେବେ ପିଇବା ପାଇଁ ଆଉ କହିବେନି ଯେ ତମ ପୁଅ ଏ ଦୁନିଆରେ ନାହିଁ ବୋଲି ଏହା କହି ଶ୍ରବଣ କୁମାର ପ୍ରାଣ ତ୍ୟାଗ କଲେ।

ଅତି ଦୁଃଖ ହୋଇ ଶ୍ରବଣ କୁମାର ଙ୍କ ପିତାମାତା ନିକଟକୁ ଗଲେ।ଶ୍ରବଣର ପିତା ମାତା ପୁତ୍ର ପାଦ ଚଲାର ଶଦ୍ଦକୁ ସେ ଠିକ୍ ସେ ଜାଣିଛନ୍ତି।ସେ ଦଶରଥ ର ପାଦଶଦ୍ଦ ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। କହିଲେ ଇଏ ଆମ ପୁଅ ଶ୍ରବଣ ନୁହେଁ। ଇଏ ଆଉ କିଏ ଏକଥା ଜାଣି ପଚାରିଲେ ଆପଣ କିଏ ? ବାରବାର ପଚାରିଲେ ଆପଣ କିଏ। ଆପଣ ପୁଅ କୁଆଡେ ଗଲା।ଦଶରଥ କିଛି ସମୟ ପାଇଁ ରହିଗଲେ ।କିଛି ଉତ୍ତର ଦେଲେ ନାହିଁ। କିଛି ସମୟପରେ ଦଶରଥ କହିଲେ ଆପଣଙ୍କ ପୁଅ ମୋ ହାତରେ ପାଣି ଦେଇଛି ଆପଣଙ୍କୁ ଦେବାପାଇଁ।” ମା “ବହୁତ ଶୋଷ ହେଉଥିଲା ସେ କହିଛନ୍ତି ଏପାଣି “ମା”କୁ ଦେବାପାଇଁ ମାଆଙ୍କୁ ଭାରି ଜୋର ରେ ଶୋଷ ଲାଗିଥିଲା। ଏପାଣି ନିଅନ୍ତୁ ଆଉ ମାଆ କୁ ଦିଅନ୍ତୁ। ପିତାମାତା କହିଲେ ନା ଏ ପାଣି କୁ ଆମେ ଛୁଇଁ ବୁ ନାହିଁ। ଯେ ପର୍ଯ୍ୟନ୍ତ ଆମ ଶ୍ରବଣ ଆମ ପାଖକୁ ନାଆସିଛି ସେ ପର୍ଯ୍ୟନ୍ତ ଏପାଣି ପିଇବୁ ନାହିଁ। ଦଶରଥ କାନ୍ଦୁଥାନ୍ତି। ସେ କାନ୍ଦି କାନ୍ଦି କହୁଥାନ୍ତି ମୋ ଅଜଣା ତରେ ମୁଁ ଆପଣଙ୍କ ପୁଅକୁ ମାରିଦେଇଛି । ପଶୁମାନଙ୍କୁ ଶିକାର କରିବାକୁ ଯାଇ ତୀର ମାରୁଥିଲି।ହେଲେ ସେ ତୀରଟି ଯାଇ ଆପଣଙ୍କ ପୁଅ ବକ୍ଷରେ ବାଜିଗଲା ।ମୋ ଅଜଣା ତରେ ସେତୀର ବାଜି ମରିଯାଇଛି। ମୋତେ କ୍ଷମା କରିଦିଅ। ଅନ୍ଧପିତା ମାତା କହିଲେ କଣ କହିଲୁ ତୁ ଆମ ପୁଅକୁ ମାରିଦେଇଛୁ ଏହା କହି ଚିତ୍କାର କରୁଥାନ୍ତି। ଶେଷରେ ସେପାଣିକୁ ସ୍ପର୍ଶ କଲେ ନାହିଁ। ଶେଷରେ ଅନ୍ଧପିତା ମାତା।ଦୁଇଜଣ ଶ୍ରବଣ ଶ୍ରବଣ ହୋଇ ପ୍ରାଣ ଉଡିଗଲା। ସଂସାର ତ୍ୟାଗ କଲେ।

                               

                          ମାମି ପାତ୍ର

                                        ତିହିଡି, ଭଦ୍ରକ

Related posts

ଓଡିଶା ଡ୍ରାଇଭର ମହାସଂଘ ର ଦଣ୍ଡବତ ଯାତ୍ରା କୁ ସଫଳ ନିମନ୍ତେ ଦୀପ ଦାନ କାର୍ଯ୍ୟକ୍ରମ

Sunil Chandra Nayak

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

ଖଡ଼ିଆଳ ପୌର ନିର୍ବାଚନ ନେଇ କଲହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ମାରାଥନ ପ୍ରଚାର

Sunil Chandra Nayak

Leave a Comment

error: Content is protected !!