ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ଷଷ୍ଠ ସ୍ବରୂପ ମାତା କାତ୍ୟାୟନୀ

ଜଗନ୍ମାତାଙ୍କ ଷଷ୍ଠସ୍ବରୂପ

      ମାତା କାତ୍ୟାୟନୀ

ଚନ୍ଦ୍ରହାସୋଜ୍ଜ୍ବଳକରା
         ଶାର୍ଦୁଳବରବାହନ।
କାତ୍ୟାୟନୀ ଶୁଭଂ ଦଦ୍ୟା-
      ଦ୍ୟେବୀ ଦାନବଘାତିନୀ।

ଚେତନାର ଷଷ୍ଠ ଆୟାମରେ ସାଧକର ମନ ଆଜ୍ଞାଚକ୍ରରେ ସ୍ଥିତ ହୋଇଥାଏ।ଏହି ଆୟାମର ଦେବୀ କାତ୍ୟାୟନୀ। କତ ନାମକ ଋଷିଙ୍କର ପୁତ୍ର କାତ୍ୟ ଥିଲେ।ସେଇ କାତ୍ୟ ଗୋତ୍ରରେ ଜନ୍ମିତ ପ୍ରସିଦ୍ଧ ଋଷି କାତ୍ୟାୟନ ପରମ ଅମ୍ବାଙ୍କର ଅନନ୍ୟଭକ୍ତଥିଲେ।ବହୁକାଳ ପର୍ଯ୍ୟନ୍ତ କରିଥିବା ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଋଷିଙ୍କ ପୁତ୍ରୀ ରୂପରେ ଜନ୍ମ ହେବାପାଇଁ ବରପ୍ରଦାନ କଲେ।କାତ୍ୟାୟନ ଋଷିଙ୍କ ପ୍ରାର୍ଥନା ରକ୍ଷାକରି ତାଙ୍କଗୃହରେ ମହାଦେବୀ ତାଙ୍କ କନ୍ୟାରୂପେ ଜନ୍ମ ନେଇ ଋଷିଙ୍କ ଦ୍ବାରା ପାଳିତ ହୋଇଥିବାରୂ ସେ କାତ୍ୟାୟନୀ ନାମରେ ଜଣାଗଲେ।ଏହି ସ୍ବରୂପରେ ମହିଷାସୁର ଦାନବକୁ ସଂହାର କଲେ।

ଏହି ସ୍ବରୂପରେ ଦେବୀ ଅତ୍ୟନ୍ତ ଦିବ୍ୟ,ସ୍ବର୍ଣ୍ଣପ୍ରାୟ ଭାସ୍ବର ଓ ତେଜମୟ ,ଅତି କମନୀୟ ଦେଖାଯାନ୍ତି।ଚାରିଭୁଜା ସିଂହାରୂଢା ହୋଇ ଦକ୍ଷିଣ ଉପର ହସ୍ତରେ ଅଭୟମୁଦ୍ରା,ନିମ୍ନହସ୍ତ ବରମୁଦ୍ରାରେ,ବାମପାର୍ଶ୍ବର ଉପରହସ୍ତରେ କମଳପୁଷ୍ପ ଓ ନିମ୍ନହସ୍ତରେ ଖଣ୍ଡା ଧାରଣ କରନ୍ତି।ଯେଉଁମାନେ ଏ ସଂସାରରେ ନିରନ୍ତର ତାଙ୍କର ଚିନ୍ତନ କରନ୍ତି ସେମାନଙ୍କ ହିତପାଇଁ କମଳପୁଷ୍ପ ଧାରଣ କରନ୍ତି କାରଣ ଏହା ସୌମ୍ୟତା, ସୌନ୍ଦର୍ଯ୍ୟ,ଧନ,ଐଶ୍ବର୍ଯ୍ୟ,ମନୋହର ଗନ୍ଧ ଅର୍ଥାତ ଯଶର ପ୍ରତୀକ ଯାହା ଭକ୍ତପାଇଁ ଅତି କଲ୍ୟାଣକାରୀ।ସେ ବରଦା ମଧ୍ୟ,କୋମଳ ମଧ୍ୟ,ଅଭୟଦାମଧ୍ୟ,ସେ ଅତି ଭୟାବହ ମଧ୍ୟ।ତେଣୁ ଖଣ୍ଡା ଧାରଣକରି ଭକ୍ତଙ୍କ ଶତ୍ରୁ ତଥା ଦାନବଙ୍କ ସଂହାରକାରିଣୀ ମଧ୍ୟ।

 ଦେବୀ କାତ୍ୟାୟନୀଙ୍କ ଉପାସନା ଦ୍ବାରା ଅତି ସହଜରେ ବ୍ୟକ୍ତି ଅର୍ଥ, ଧର୍ମ, କାମ,ମୋକ୍ଷ ପ୍ରାପ୍ତ ହୋଇଥାଏ।ଏହି ଲୋକରେ ସ୍ଥିତ ହୋଇ ମଧ୍ୟ ଅଲୌକିକ ତେଜ ଏବଂ ପ୍ରଭାବରେ ଯୁକ୍ତ ହୋଇଯାଏ,ଶୋକ ସନ୍ତାପ ,ଭୟରୁ ମୁକ୍ତ ହୋଇଯାଏ ।ଆଦିଶକ୍ତିଙ୍କ ଏହି ସ୍ବରୂପ ସୂକ୍ଷ୍ମଜଗତରେ ବ୍ୟାପ୍ତ ସମସ୍ତ ନକାରାତ୍ମକତାକୁ ସମାପ୍ତ କରି ସକାରାତ୍ମକତାର ସଞ୍ଚାର କରାଏ।ମାତା ବ୍ରଜମଣ୍ଡଳର ଅଧିଷ୍ଠାତ୍ରୀ ଦେବୀ, ଗୋପୀଗଣ ଶ୍ରୀକୃଷ୍ଣଙ୍କୁ କାନ୍ତଭାବେ ପ୍ରାପ୍ତ କରିବାପାଇଁ ତାଙ୍କ ଉପାସନା କରିଥିଲେ।

         ରାଧେକୃଷ୍ଣ…..

                              ସତ୍ୟ ନାରାୟଣ ମହାପାତ୍ର

                                              ଭବାନୀପାଟଣା

Related posts

କେନ୍ଦ୍ର ସରକାରଙ୍କ ଏକ ଐତିହାସିକ ନିଷ୍ପତ୍ତି.. ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ଦେଶର ସମସ୍ତ କିନ୍ନରଙ୍କୁ ମିଳିବ ପୂର୍ଣ୍ଣାଙ୍ଗ ସ୍ୱାସ୍ଥ୍ୟ ସେବା

Sunil Chandra Nayak

ସତ୍ୟ ସାଇ ଜୟନ୍ତୀ ମହା ସମାରୋହ ରେ ପାଳିତ

Sunil Chandra Nayak

କବି ସୌରଭ ବୈଜୟନ୍ତୀ ମାଳା ମହାପାତ୍ର ଙ୍କ କବିତା। ଖରା

Sunil Chandra Nayak

Leave a Comment

error: Content is protected !!