ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡିରୁ କେମିତି ଆସି ଅର୍ଚ୍ଚନା ବନିଲେ କଳାସାମ୍ରାଜ୍ୟର ମାଲିକାଣୀ

ରାଜଧାନୀରେ ହନିଟ୍ରାପ ଚଳାଇଥିବା ଅର୍ଚ୍ଚନା ନାଗଙ୍କ ଗୁମର ଧିରେ ଧିରେ ଖୋଲିବାରେ ଲାଗିଛି । କଳାହାଣ୍ଡିରୁ କେମିତି ଆସି କଳାସାମ୍ରାଜ୍ୟର ମାଲିକାଣୀ ବନିଥିଲେ ଅର୍ଚ୍ଚନା । ତାଙ୍କ ପଛରେ କାହାର ହାତ ରହିଛି । ପୁଲିସ ଜବତ କରିଥିବା ପେନଡ୍ରାଇଭ ଓ ମୋବାଇଲରେ କେଉଁ ବିଶିଷ୍ଟ ବ୍ୟକ୍ତିଙ୍କର ରହିଛି ଭିଡିଓ । ସାମ୍ନାକୁ ଆସିବ କି ସତ । ଏମିତି ଅନେକ ପ୍ରଶ୍ନ ଉଠିଛି । ଓଡ଼ିଶାରେ ହନିଟ୍ରାପ କରୁଥିବା ଅର୍ଚ୍ଚନା ନାଗଙ୍କୁ କମିଶନରେଟ ପୁଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି । ଏଥିପାଇଁ କମିଶନରେଟ ପୁଲିସ କୋର୍ଟରେ ଆବେଦନ କରିବ ବୋଲି ଜଣାପଡିଛି ।

ଅର୍ଚ୍ଚନା ନାଗକୁ ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ। ଖାଲି ସେତିକି ନୁହେଁ ତାଙ୍କ ପାଖରୁ ଜବତ ହୋଇଥିବା ପେନଡ୍ରାଇଭରୁ ଅଧିକ ତଥ୍ୟ ହାସଲ କରୁଛି ପୁଲିସ । ଏହାସହ ତାଙ୍କ ଲ୍ୟାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ କରିବ ପୁଲିସ । ବିଶେଷକରି କେଉଁମାନଙ୍କୁ ବ୍ଲାକମେଲ କରି ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ସେମାନଙ୍କ ଠାରୁ ତେତେ ଟଙ୍କା ଲୁଟିଛନ୍ତି, ସେ ନେଇ ଅଧିକ ଖୋଳତାଡ କରିବ ପୁଲିସ ।

ମିଳିଥିବା ତଥ୍ୟ ଅନୁଯାୟୀ ସଂପୂର୍ଣ୍ଣ ଖବର….

ଅକ୍ଷୟ ପରିଜା ଅଶ୍ଳୀଳ ଭିଡିଓ ମାମଲାର ବଦଳିଲା ମୋଡ, ପୀଡ଼ିତାଙ୍କ ପାଲଟା ଅଭିଯୋଗ ପରେ ମାଷ୍ଟରମାଇଣ୍ଡ୍‌ ଅର୍ଚ୍ଚନା ଗିରଫ…..

ବହୁଚର୍ଚ୍ଚିତ ଓଲିଉଡ୍ ପ୍ରଯୋଜକ ଅକ୍ଷୟ କୁମାର ପରିଜାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌ ମାମଲାର ମୋଡ ବଦଳିଛି। ପ୍ରଥମେ ଯେଉଁ ପୀଡ଼ିତା ଅକ୍ଷୟଙ୍କ ନାଁରେ ଅଭିଯୋଗ କରିଛନ୍ତି ବୋଲି ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଥିଲା, ଏବେ ସେ ନିଜେ ମାମଲାର ମାଷ୍ଟରମାଇଣ୍ଡ୍‌ ତଥା ଆଇନଜୀବୀ କୁହାଯାଉଥିବା ମହିଳାଙ୍କ ନାଁରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ମହିଳା ଆଇନଜୀବୀ ଅର୍ଚ୍ଚନା ନାଗ, ସ୍ବାମୀ ଜଗବନ୍ଧୁ ଚାନ୍ଦ ଓ ସଂପର୍କୀୟ ଭାଇ ଖଗେଶ୍ବର ତାଙ୍କୁ ଦେହ ବ୍ୟବସାୟରେ ଲଗାଉଥିଲେ ବୋଲି ପୀଡିତ ଜଣକ ଅଭିଯୋଗ କରିଛନ୍ତି। ଦୀର୍ଘ ୪ବର୍ଷ ଧରି ବଡ଼ବଡ଼ିଆଙ୍କ ପାଖରେ ତାଙ୍କୁ ଅର୍ଚ୍ଚନା ଭଡ଼ାରେ ଲଗାଉଥିଲେ। ଖଣ୍ଡଗିରି ଥାନାରେ ଏଭଳି ଏକ ସାଂଘାତିକ ଅଭିଯୋଗ ହେବା ପରେ ରାଣୀ ମହୁମାଛି ଅର୍ଚ୍ଚନା ନାଗକୁ ଖଣ୍ଡଗିରି ଥାନା ପୁଲିସ ପଳାସୁଣୀ ସତ୍ୟବିହାରସ୍ଥିତ ବାସଭବନରୁ ଗତକାଲି ଉଠାଇଥିଲା।

ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଅର୍ଚ୍ଚନାଙ୍କ ବିରୋଧରେ ପୁଲିସ କେସ୍ ନମ୍ବର-୪୯୬/୨୨ ମାମଲା ରୁଜୁ କରିଛି। ମାତ୍ର ଗିରଫ କରିଥିବା ଖଣ୍ଡଗିରି ଥାନା ଆଇଆଇସି ଦୟାନିଧି ନାୟକଙ୍କଠାରୁ ଆରମ୍ଭ କରି ଜୋନ୍ ଏସିପି ରଜତ ରାୟ ଏବଂ ଭୁବନେଶ୍ବର ଡିସିପି ପ୍ରତୀକ ସିଂହ ଏ ପର୍ଯ୍ୟନ୍ତ କେହି ହେଲେ ଏହି ଘଟଣାରେ ମୁହଁ ଖୋଲି ନାହାନ୍ତି। ଅର୍ଚ୍ଚନାଙ୍କ ଗିରଫଦାରୀକୁ ନେଇ ଶୁକ୍ରବାର ଦିନ ତମାମ ବିଭିନ୍ନ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେଉଥିବାବେଳେ କମିସନରେଟ୍‌ ପୁଲିସ ଏବେ ପର୍ଯ୍ୟନ୍ତ ନିରବ ରହିଛି। ପୁଲିସର ଏହି ନିରବତା ପଛରେ କି ରହସ୍ୟ ରହିଛି, ପୁଲିସ କାହାକୁ ଘଣ୍ଟ ଘୋଡ଼ାଇବାକୁ ଉଦ୍ୟମ କରୁଛି, ତାହା ବଡ଼ ପ୍ରଶ୍ନବାଚୀ ହୋଇଛି। ଅର୍ଚ୍ଚନାଙ୍କ ପାଖରୁ ଜବତ ହୋଇଥିବା ମୋବାଇଲ୍‌ରେ ଅନେକ ପ୍ରତିଷ୍ଠିତ ଲୋକଙ୍କ ଅଶ୍ଳୀଳ ଭିଡିଓ ଥିବାରୁ ପୁଲିସ ଜାଣିଶୁଣି ନିରବ ରହୁଛି ବୋଲି ଚର୍ଚ୍ଚା ହେଉଛି।

ଅର୍ଚ୍ଚନାଙ୍କ ଘର ପ୍ରତିଷ୍ଠା ପାଇଁ ଆସିଥିଲେ ବଡ଼ନେତା…

ଅନ୍ୟପଟେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଣୀ ମହୁମାଛି କୁହାଯାଉଥିବା ଅର୍ଚ୍ଚନାଙ୍କର ଭୁବନେଶ୍ୱର ସତ୍ୟବିହାରରେ ଏକ ଘର ରହିଛି। ଯାହାର ମୂଲ୍ୟ ପ୍ରାୟ ୧୦କୋଟି ଟଙ୍କା ହେବ। ଆଉ ଉକ୍ତ ଘରକୁ ପ୍ରତିଷ୍ଠା କରିବା ପାଇଁ ଜଣେ ବରିଷ୍ଠ ନେତା ଆସିଥିଲେ। କେବଳ ସେତିକି ନୁହେଁ, ବିଭିନ୍ନ ସମୟରେ ତାଙ୍କ ଘର ସାମ୍ନାରେ ଅଡି ଓ ବିଏମଡବ୍ଲୁ ଭଳି ନାମୀ ଦାମୀ କାର୍ ସବୁ ଲାଗୁଥିଲା। ଆଉ ଉକ୍ତ କାର୍‌ରେ ବହୁ ପ୍ରତିଷ୍ଠିତ ଫିଲ୍ମ କଳାକାରଙ୍କ ସମେତ ନେତା, ମନ୍ତ୍ରୀ ପର୍ଯ୍ୟନ୍ତ ତାଙ୍କ ଘରକୁ ଆସୁଥିଲେ। ସେଠାରେ କିଛି ସମୟ ପାଇଁ ଟଙ୍କା ଡିଲ୍ କରାଯିବା ପରେ ସମସ୍ତେ ଫେରିଯାଉଥିଲେ ବୋଲି ପୀଡ଼ିତା ଜଣକ ନିଜ ଅଭିଯୋଗରେ ଲେଖିଛନ୍ତି। ଏହା ସହିତ ବାଲେଶ୍ବର ଟାଉନ୍‌ରେ ସେ ତାଙ୍କର ଆଉ ଏକ ବିଳାସପୂର୍ଣ୍ଣ ଘର ତିଆରି କରିବାକୁ ଲକ୍ଷ୍ୟ ରଖିଥିଲେ। ଏଥିପାଇଁ ଡିଜାଇନ୍ ମଧ୍ୟ ପ୍ରସ୍ତୁତ କରିସାରିଥିଲେ ବୋଲି ଜଣା ପଡିଛି।

ଚାକିରି କରିବାକୁ ଆସି ଫସିଥିଲେ ପୀଡ଼ିତା….

ପୀଡ଼ିତାଙ୍କ ଅଭିଯୋଗ ମୁତାବକ, ଗତ ୨୦୧୮ରେ ସେ କଟକସ୍ଥିତ ଗାଁରୁ ଚାକିରି ପାଇଁ ଭୁବନେଶ୍ବର ଆସିଥିଲେ। ସେ ଜାଗମରାସ୍ଥିତ ନୂଆ ରୋଡ୍‌ରେ ଭଡ଼ାରେ ରହୁଥିଲେ ଏବଂ ଏକ ଇନ୍ସୁରାନ୍ସ କମ୍ପାନିରେ ଚାକିରି କରିଥିଲେ। ଉକ୍ତ ବିଲ୍‌ଡିଂରେ ଅର୍ଚ୍ଚନା ଓ ତାଙ୍କ ସ୍ବାମୀଙ୍କ ସହ ଦେଖା ହୋଇଥିଲା। ସେମାନେ ପୀଡ଼ିତାଙ୍କୁ ଚାକିରି କରିବା ପରିବର୍ତ୍ତେ ଦେହ ବ୍ୟବସାୟ କରିବାକୁ ପ୍ରବର୍ତ୍ତାଇଥିଲେ। ମାତ୍ର ପୀଡ଼ିତା ରାଜି ନ ହେବାରୁ ତାଙ୍କୁ ଘରକୁ ପାର୍ଟି କରିବାକୁ ଡାକିଥିଲେ। ଉକ୍ତ ପାର୍ଟିରେ ପୀଡ଼ିତାଙ୍କ ଖାଇବାରେ ଏବଂ କୋଲଡ୍ରିଙ୍କ୍ସରେ ନିଶା ମିଶାଇ ଚେତାଶୂନ୍ୟ କରାଇଥିଲେ। ସେ ବେହୋସ୍ ହେବା ପରେ ତାଙ୍କୁ ନିବସ୍ତ୍ର କରି ନଗ୍ନ ଭିଡିଓ ସୁଟିଂ କରିଥିଲେ। ପରେ ଉକ୍ତ ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବାକୁ ଧମକ ଦେଇଥିଲେ। ପରେ ତାଙ୍କୁ ବଡ଼ବଡ଼ିଆଙ୍କ ପାଖକୁ ପଠାଇ ଅଶ୍ଳୀଳ ଭିଡିଓ ରେକର୍ଡିଂ କରି ଦୁଷ୍କର୍ମ ଅଭିଯୋଗରେ ଛନ୍ଦିବାକୁ ଧମକ ଦେଉଥିଲେ। ବଡ଼ବଡ଼ିଆମାନେ ଲୋକଲଜ୍ଜା ଓ ଗିରଫଦାରୀ ଭୟରେ କୋଟି କୋଟି ଟଙ୍କା ଅର୍ଚ୍ଚନାଙ୍କୁ ଦେଉଥିଲେ ବୋଲି ପୀଡ଼ିତା ଅଭିଯୋଗ କରିଛନ୍ତି।

ଗିରଫଦାରୀ ଭୟରେ ସତ ବଖାଣିଲେ ପୀଡ଼ିତା….

ଗତ ସେପ୍ଟେମ୍ବର ୨୯ତାରିଖରେ ସାମାଜିକ ଗଣମାଧ୍ୟମରେ ଅକ୍ଷୟ ପରିଜାଙ୍କର ଜଣେ ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଫଟୋ ଭାଇରାଲ୍ ହୋଇଥିଲା। ପ୍ରାୟ ୨୦ରୁ ଅଧିକ ଅଶ୍ଳୀଳ ଫଟୋ ସହିତ ସେଥିରେ ଏକ ଦୁଇ ଫର୍ଦ୍ଦର ଅଭିଯୋଗ ପତ୍ର ଏବଂ ୪୨ ସେକେଣ୍ଡ୍‌ର ଭିଡିଓ ରହିଥିଲା। ଏତଲାଟି ଲକ୍ଷ୍ମୀସାଗର ଥାନାରେ ଦିଆଯାଇଥିବା କୁହାଯାଇଥିଲା। ଭିଡିଓର ପୀଡ଼ିତା କହୁଥିଲେ ଯେ, ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଦ୍ବାରା ସେ କାଷ୍ଟିଂ କାଉଚ୍‌ର ଶିକାର ହୋଇଛନ୍ତି। ଚଳଚ୍ଚିତ୍ର କରିବାକୁ କହି ଅକ୍ଷୟ ତାଙ୍କୁ ଦୁଷ୍କର୍ମ କରିଛନ୍ତି। ଏହାର ଭିଡିଓ ଓ ଫଟୋ ଉଠାଇ ତାଙ୍କୁ ବ୍ଲାକମେଲ୍ କରାଯାଉଛି। ତାଙ୍କ ବାହାଘର ଠିକ୍ ହୋଇଥିଲେ ବି ଅକ୍ଷୟ ଭାଙ୍ଗି ଦେଉଛନ୍ତି। ଏଭଳି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବା ପରେ ନିଜେ ଅକ୍ଷୟ ଅଭିଯୋଗକାରିଣୀ ପୀଡ଼ିତା ଓ ମହିଳା ଆଇନଜୀବୀ ଅର୍ଚ୍ଚନା ନାଗଙ୍କ ବିରୋଧରେ ୩କୋଟି ଟଙ୍କାର ବ୍ଲାକମେଲ୍ ଏବଂ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଓ ଭିଡିଓ ଭାଇରାଲ୍ କରିଥିବା ଅଭିଯୋଗ ଆଣିଥିଲେ।

ଅଭିଯୋଗକୁ କେନ୍ଦ୍ର କରି ନୂଆପଲ୍ଲୀ ଥାନା ପୁଲିସ ତନାଘନା କରିବାରୁ ଏହାର ୨ଦିନ ପରେ ଅର୍ଥାତ୍ ଅକ୍ଟୋବର ୨ ତାରିଖରେ ପୀଡ଼ିତା ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଥିଲେ। ସେ ଏତଲା ଦେଇଥିଲେ, ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ତାଙ୍କ ସମେତ ଏକାଧିକ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ମୋବାଇଲ୍‌ରେ ରଖିଛନ୍ତି। ଉକ୍ତ ଭିଡିଓକୁ ତାଙ୍କ ଘର ଲୋକଙ୍କୁ ପଠାଇବେ ବୋଲି ଧମକାଉଥିଲେ। ଏହାକୁ ନେଇ ସେ ବ୍ଲାକମେଲ୍ ମଧ୍ୟ କରୁଥିଲେ। କହୁଥିଲେ, ତୁମେ ବଡ଼ ବଡ଼ିଆଙ୍କ ସହିତ ଶାରୀରିକ ସମ୍ପର୍କ ରଖ। ଏହାର ଭିଡିଓ ଆଣି ଟଙ୍କା ଡିଲ୍ କର। ପ୍ରେମ ଜାଲରେ ଫସାଇବା ପରେ ତାଙ୍କ ସହ ହ୍ବାଟ୍ସଆପ୍ ଓ ଫେସବୁକ୍‌ରେ ଅଶ୍ଲୀଳ ଚାଟିଂ ଓ ନ୍ୟୁଡ୍ ଭିଡିଓ ପଠାଇବାକୁ କହିଥିଲେ। ସେହିପରି ଅନେକଙ୍କୁ ଡିନର୍ କରିବାକୁ ଡାକି ଶାରୀରିକ ସଂପର୍କ ରଖିବାକୁ ବାଧ୍ୟ କରାଉଥିଲେ। ଆଉ ଏହି ସମୟରେ ଭିଡିଓକୁ ରେକର୍ଡିଂ କରି ବଡ଼ବଡ଼ିଆଙ୍କୁ ବ୍ଲାକମେଲ କରୁଥିଲେ। ଏହି କ୍ରମରେ ସେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟଙ୍କୁ ଫସାଇ ୩କୋଟି ଟଙ୍କା ଦେବାକୁ କହିଥିଲେ। ମାତ୍ର ଶ୍ରୀ ପରିଜା ରାଜି ନ ହେବାରୁ ସାମାଜିକ ଗଣମାଧ୍ୟମରେ ଏହାକୁ ଭାଇରାଲ୍ କରାଯାଇଥିଲା। ଆଉ ପରେ ସବୁ ଯୋଜନାର ଫସର ଫାଟିଥିଲା।

 ଅକ୍ଷୟ ପରିଜା ଟଙ୍କା ନ ଦେବାରୁ ଥାନାରେ ଅଭିଯୋଗ କରିବାକୁ ଅର୍ଚ୍ଚନା କହିଥିଲେ: ପୀଡ଼ିତା….

ପୀଡ଼ିତାଙ୍କ ଏତଲା ମୁତାବକ, ଅର୍ଚ୍ଚନାଙ୍କୁ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ଟଙ୍କା ନ ଦେବାରୁ ତାଙ୍କୁ ଥାନାରେ ଅଭିଯୋଗ କରିବାକୁ ବାଧ୍ୟ କରିଥିଲେ। ପୀଡ଼ିତାଙ୍କ ନାଁରେ ନିଜେ ଏକ ଅଭିଯୋଗ ପତ୍ର ଉଲ୍ଲେଖ କରି ସେପ୍ଟେମ୍ବର ୨୨ ତାରିଖରେ ତାଙ୍କୁ ଲକ୍ଷ୍ମୀସାଗର ଥାନାକୁ ଯିବାକୁ କହିଥିଲେ। ପୀଡ଼ିତା ଲକ୍ଷ୍ମୀସାଗର ଥାନାକୁ ଯାଇଥିଲେ ଏବଂ କିଛି ସମୟ ଥାନା ପରିସରରେ ଥିବା ରୁମ୍‌ରେ ବସି ଫେରିଆସିଥିଲେ। ମିଛ ଅଭିଯୋଗ କରିଥିଲେ ଧରାପଡ଼ିଯିବା ଭୟରେ ସେ ଥାନାରୁ ଚାଲିଆସିଥିଲେ। ପରେ ସେଠାରୁ ଆସି ମୋବାଇଲ୍ ସୁଇଚ୍ ଅଫ୍ କରି ଅନ୍ୟତ୍ର ଲୁଚି ଯାଇଥିଲେ। ଅର୍ଚ୍ଚନା ବାରମ୍ବାର ପୀଡ଼ିତାଙ୍କୁ ଫୋନ୍ କରିଥିଲେ ମଧ୍ୟ ଆଉ ନମ୍ବର ଲାଗିନଥିଲେ। ତେଣୁ ଏହି ରାଗରେ ଅର୍ଚ୍ଚନା ସେପ୍ଟେମ୍ବର ୨୯ ତାରିଖରେ ତାଙ୍କର ଓ ଅକ୍ଷୟ ପରିଜାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରିଥିବା ସେ ଅଭିଯୋଗ କରିଛନ୍ତି।

ପ୍ରଥମ ରୋଜଗାର ୧୦ ଲକ୍ଷ, ପୀଡ଼ିତାଙ୍କୁ ମିଳିଥିଲା ମାତ୍ର ୫୦ହଜାର

ପୀଡ଼ିତାଙ୍କ ଏତଲା ଅନୁଯାୟୀ, କୋଭିଡ୍ ପାଇଁ ଲକଡାଉନ୍ ଚାଲିଥିବାରୁ ସେ ଘରକୁ ପଳାଇଥିଲେ। ଏହି ସମୟରେ ଅର୍ଚ୍ଚନା ତାଙ୍କୁ ଫୋନ୍ କରି ଲକ୍ଷେ ଟଙ୍କା ଆଣିବାକୁ କହିଥିଲେ। ପାଖରେ ଟଙ୍କା ନଥିବାରୁ ସେ ବାଧ୍ୟ ହୋଇ ଅର୍ଚ୍ଚନାଙ୍କ କଥାରେ ରାଜି ହୋଇ ଭୁବନେଶ୍ବର ଆସିଥିଲେ। ପରେ ଅର୍ଚ୍ଚନା ତାଙ୍କୁ ନୂଆ ମୋବାଇଲ୍ କିଣିଦେଇଥିଲେ। ମୋବାଇଲ୍ ଦେବା ପରେ ଅର୍ଚ୍ଚନା ନୟାଗଡ଼ର ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ନମ୍ବର ଦେଇଥିଲେ। ଆଉ ପୂର୍ବ ଯୋଜନା ମୁତାବକ ଅର୍ଚ୍ଚନା ତାଙ୍କୁ ପ୍ରଥମେ ହ୍ବାଟ୍ସଆପ୍‌ରେ ଭିଡିଓ କଲ୍ କରିଥିଲେ। ଉଭୟ ନ୍ୟୁଡ୍ ଭିଡିଓ କଲ୍‌ରେ କଥା ହେଉଥିବା ବେଳେ ପୀଡ଼ିତା ସେ ସବୁକୁ ରେକର୍ଡିଂ କରିଥିଲେ। ଆଉ ଉକ୍ତ ଭିଡିଓ କଲ୍‌କୁ ନୟାଗଡ଼ର ପ୍ରତିଷ୍ଠିତ ବ୍ୟକ୍ତିଙ୍କ ପାଖକୁ ପଠାଇ ୧୦ଲକ୍ଷରୁ ଅଧିକ ଟଙ୍କା ଆଣିଥିଲେ। କିନ୍ତୁ ଅର୍ଚ୍ଚନା ସେଥିରୁ ମାତ୍ର ୫୦ହଜାର ଟଙ୍କା ପୀଡ଼ିତାଙ୍କୁ ଦେଇଥିଲେ ।

ସ୍ବାମୀ ଓ ସଂପର୍କୀୟ ଭାଇଙ୍କ ସହ ମିଶି ଅପରେସନ୍‌ ଚଳାଉଥିଲେ ଅର୍ଚ୍ଚନା

ପୁଲିସ ତଦନ୍ତରୁ ଜଣାପଡ଼ିଛି ଯେ, ଅର୍ଚ୍ଚନାଙ୍କ ସ୍ବାମୀ ଜଗବନ୍ଧୁ ଓ ତାଙ୍କ ସଂପର୍କୀୟ ଭାଇ ଖଗେଶ୍ବର ବିଭିନ୍ନ ବଡ଼ବଡ଼ିଆଙ୍କ ମୋବାଇଲ୍ ନମ୍ବର ସଂଗ୍ରହ କରୁଥିଲେ। ସେ ସବୁ ନମ୍ବର ଆଣି ଅର୍ଚ୍ଚନାଙ୍କୁ ଦେଉଥିଲେ। ଅର୍ଚ୍ଚନା ନମ୍ବର ଆଣି ପୀଡ଼ିତାଙ୍କୁ ଦେଉଥିଲେ। ପୀଡ଼ିତା କଥା ହେବା ପୂର୍ବରୁ ବିଧିବଦ୍ଧ ଯୋଜନା ହେଉଥିଲା। ପ୍ରଥମେ ପ୍ରେମ ନିବେଦନ ପରେ ଅଶ୍ଳୀଳ ଚାଟିଂ ଓ ନ୍ୟୁଡ୍ ଭିଡିଓ କଲ୍ ଓ ଶେଷରେ ଘରକୁ ଖାଇବାକୁ ଡାକି ଶାରୀରିକ ସଂପର୍କ ରଖିବା। ଶାରୀରିକ ସଂପର୍କ ରଖିବା ସମୟରେ ଅର୍ଚ୍ଚନା ଝରକା ଫାଙ୍କରେ ଲୁଚି ରହି ସେ ସବୁକୁ ରେକର୍ଡିଂ କରୁଥିଲେ। କିଛିଦିନ ପରେ ଅଜଣା ନମ୍ବରରୁ ଅର୍ଚ୍ଚନା କଲ୍ କରି ନିଜକୁ ହାଇକୋର୍ଟର ଆଇନଜୀବୀ ପରିଚୟ ଦେଇ କଥା ହେଉଥିଲେ। ସେ ସ୍ପଷ୍ଟ ଭାବେ ପୀଡ଼ିତାଙ୍କ ନାଁ ନେଇ ଟଙ୍କା ମାଗୁଥିଲେ। ଟଙ୍କା ନ ଦେଲେ ଦୁଷ୍କର୍ମ ଅଭିଯୋଗରେ ଫସାଇବାକୁ ଧମକ ଦେଉଥିଲେ। ଏହିଭଳି ହନିଟ୍ରାପ୍‌ରେ ଦମ୍ପତି ବଡ଼ବଡ଼ିଆଙ୍କୁ ଫସାଇ କୋଟି କୋଟି ଟଙ୍କା ଲୁଟୁଥିଲେ।

ବିଦେଶ ଭ୍ରମଣ, କୁକୁର ଓ ଧଳାଘୋଡ଼ା ଥିଲା ଅର୍ଚ୍ଚନାଙ୍କ ସଉକ…

ରାଣୀ ମହୁମାଛି ଅର୍ଚ୍ଚନା ଓ ତାଙ୍କ ସ୍ବାମୀ ଜଗବନ୍ଧୁ ମାତ୍ର କେଇ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ଉପାର୍ଜନ କରିଥିଲେ। ବିଦେଶ ଭ୍ରମଣଠୁ ଆରମ୍ଭ କରି ଧଳା ଘୋଡ଼ା ଏବଂ ବିଦେଶୀ ବ୍ରିଡ୍‌ର ଆମେରିକାନ୍ ଅକିତା ଭଳି କୁକୁର ତାଙ୍କ ଘରେ ପୋଷା ହେଉଥିଲା। ଯାହାର ମୂଲ୍ୟ ଥିଲା ୫୦ହଜାର ଟଙ୍କାରୁ ଅଧିକ। ଏହା ବ୍ୟତୀତ ତାଙ୍କ ପାଖରେ ଦାମୀ କାର ରେଞ୍ଜ୍ ରୋଭର୍ , ଥର୍, ବିଏମଡ଼ବ୍ଲ୍ୟୁ, ଟଏଟା ଫରଚୁନର, କ୍ରେଟା , ହାର୍ଲେ ଡେଭିଡସନ୍ ବାଇକ୍ ଆଦି ରହିଛି। ଏ ସବୁ ବ୍ୟତୀତ ସତ୍ୟବିହାରରେ ରାଜ ଉଆସ ଭଳି ଘର ତିଆରି କରିଥିଲେ ସେ। ଯାହାର ଇଣ୍ଟେରିୟର୍ ଡିଜାଇନ୍ ପାଇଁ ପ୍ରାୟ ୨କୋଟି ଟଙ୍କା ଖର୍ଚ୍ଚ ହୋଇ ଥିବା ଜଣାପଡ଼ିଛି। ସେହିପରି ସେ ତାଙ୍କ ବିଳାସପୂର୍ଣ୍ଣ ଜୀବନଯାପନ ପାଇଁ ପ୍ରାୟ ୨୦କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିଲେ।

ବିଦ୍ୟାଧର ସାହୁଙ୍କ ସଂଗୃହୀତ ରିପୋର୍ଟ….…..

Related posts

ନିଖିଳ ଭାରତ ସମବାୟ ସପ୍ତାହ ପାଳିତ

Sunil Chandra Nayak

ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ ପ୍ରତିନିଧି ଓ ସରପଞ୍ଚ

ରାଉରକେଲା – ସାହିତ୍ୟଘର ସହରର ଚରିତ୍ର ସହ ସଂପର୍କର ସେତୁ …..

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort