ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଆଜି ଶ୍ରୀ ଶ୍ରୀ ଅନନ୍ତ ସୁନ୍ଦରଙ୍କର ୫୫ତମ ପ୍ରତିଷ୍ଠା ଦିବସ

ଆଜି ଶ୍ରୀ ଶ୍ରୀ ଅନନ୍ତ ସୁନ୍ଦରଙ୍କର ୫୫ତମ ପ୍ରତିଷ୍ଠା ଦିବସ। ବିଶ୍ବ ନିଅନ୍ତା ପ୍ରଭୁ ମହାବିଷ୍ଣୁଙ୍କର ଏହା ଯୁଗ ଯୁଗର କ୍ଷେତ୍ର ହୋଇ ଥିଲେ ବି ପରମପୂଜ୍ଯ ଶ୍ରୀଗୁରୁଦେବଙ୍କୁ ମାଧ୍ୟମ କରି ଅର୍ଦ୍ଧ ଶତାବ୍ଦୀରୁ ଉର୍ଦ୍ଧ୍ବ ସମୟରୁ ଲୋକଲୋଚନରେ ଆବିର୍ଭାବ ହୋଇ ଅଛନ୍ତି।

ପ୍ରତିଟି ଯୁଗର ଆରମ୍ଭ ଓ ପ୍ରଳୟ ସନ୍ଧିକ୍ଷଣ ସମୟରେ ସେହି ମହାଵିଷ୍ଣୁ ବାଳମୁକୁନ୍ଦ ସ୍ବରୂପ ହୋଇ ବଟପୁଟରେ ଭାସମାନ ଅବସ୍ଥାରେ ପ୍ରକଟ ହୋଇ ରହିଥାନ୍ତି। ଅନନ୍ତ ବ୍ରହ୍ମ ପୁରୁଷ ଶିଶୁ ରୂପରେ ପ୍ରକଟ ହେଉଥିବା କାରଣରୁ ଏହି ଧାମରେ ବ୍ରହ୍ମ ଅନନ୍ତଙ୍କୁ “ଶିଶୁଅନନ୍ତ” ନାମରେ ପୂଜନ କରାଯାଏ। ପରମପୂଜ୍ଯ ଶ୍ରୀଗୁରୁଦେବଙ୍କ ଦୀକ୍ଷା ଗୁରୁ ବ୍ରହ୍ମଲୀନ ସନ୍ଥ ୧୦୦୮ଶ୍ରୀ ଶ୍ରୀ ବୁଲାରାମ ଦାସ ମହାରାଜ ଏହି ନାମରେ ଠାକୁରଙ୍କୁ ପୂଜା କରିବାକୁ ସେଦିନର ବାଳକ ବିଚିତ୍ରାନନ୍ଦ (ପରମପୂଜ୍ଯ ଶ୍ରୀମଦ୍ ବାବା ବଳିଆ)ଙ୍କୁ ଆଦେଶ ପ୍ରଦାନ କରିଥିଲେ। ଏଣୁ ମହାପ୍ରଭୁ ଅନନ୍ତ ସୁନ୍ଦର ଏହି ସ୍ଥାନରେ “ଶିଶୁଅନନ୍ତ” ନାମରେ ଆରାଧିତ ହୋଇ ଥାଆନ୍ତି। 

ବାଲିପାଟଣା ସ୍ଥିତ ପଞ୍ଚସଖା ଯୁଗର ମହାପୁରୁଷ ଶିଶୁଅନନ୍ତଙ୍କ ସହ ଏହାର କୌଣସି ପ୍ରତ୍ଯକ୍ଷ ସମ୍ବନ୍ଧ ନାହିଁ । କିନ୍ତୁ ଦନ୍ତକଥା ଓ କିମ୍ବଦନ୍ତୀର ଆଧାରରେ ଏହି ଧାମର ‘ଧର୍ମବଟ’ ତଳ ପଞ୍ଚସଖାଙ୍କ ମିଳନ ସ୍ଥଳ ଅଟେ। ଯେଉଁଠି ମନୁଷ୍ଯମାନଙ୍କର ଅବର୍ତ୍ତମାନରେ ମଧ୍ଯ ବଟ ବୃକ୍ଷ ତଳେ ଆପେ ଆପେ ଏକ ଦୀପ ଜଳୁଥିବାର ଦୃଶ୍ଯ ଏ ଅଞ୍ଚଳର ଅନେକ ଲୋକ ଦର୍ଶନ କରିଅଛନ୍ତି। ବଟ ମୂଳରୁ ମଇଁଷି ବେକରେ ବନ୍ଧା ଟିପା ଶବ୍ଦ ଓ ଖଞ୍ଜଣି ଶବ୍ଦ ଆପେ ଆପେ ଶୁଭିବାର ଅନେକ ମଧ୍ଯ ଶୁଣି ଅଛନ୍ତି।

ସିଦ୍ଧ ଗୋରେଖନାଥ ମଧ୍ଯ ଏହି ଅନନ୍ତଙ୍କର ଧାମ ହୋଇ ଛପଡାରୁ କେନ୍ଦ୍ରାପଡ଼ାର କେୟାରବାଙ୍କ ଅଞ୍ଚଳରେ ନିଜ ଗୁରୁଙ୍କୁ ଦର୍ଶନ କରିବା ଉଦ୍ଦେଶ୍ଯରେ ଯିବା ଐତିହାସିକ କିମ୍ବଦନ୍ତୀ ମଧ୍ଯ ରହିଅଛି । ଯାହାର ସ୍ମାରକ ଭାବେ ଏହି କ୍ଷେତ୍ରର ପଶ୍ଚିମ ପଟେ ଗୋରେଖନାଥ ବଟ ଏବେ ବି ବିଦ୍ଯମାନ ରହିଛି। ନାଥ ସମ୍ପ୍ରଦାୟର ଶ୍ରଦ୍ଧାଳୁ ଭକ୍ତମାନେ ଶିବ ଜାଗର ସମୟରେ ଏଠାରେ ପ୍ରତିବର୍ଷ ସମ୍ମେଳନ କରିଥାଆନ୍ତି। 

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଏବିଭିପିର ଜୁନାଗଡ଼ ଓ ଧର୍ମଗଡ଼ ନଗର ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ଛାତ୍ରୀ ଥିଲେ,ହେଲେ ପ୍ରେମିକା: ଏବେ ପ୍ରତାରଣା ଏବଂ ନିର୍ଯାତନା ଦେଇ ଥାନା ରେ ଅଟକ

Sunil Chandra Nayak

ଜୁନାଗଡ଼ ପୋୖର ନିର୍ବାଚନ ପ୍ରଚାର ମୈଦାନରେ ମନ୍ତ୍ରୀ ଦିବ୍ୟଶଙ୍କର

Sunil Chandra Nayak

Leave a Comment

error: Content is protected !!