ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି ବିଶ୍ଵବିଦ୍ୟାଳୟ ଭବାନୀପାଟଣା ର ଉଲ୍ଲେଖନୀୟ ସଫଳତା

ଭବାନିପାଟଣା -: ତା-୩୦/୦୭/୨୦୨୨ (ମ ନି ସ) ନୂତନ ଭାବରେ ପ୍ରତିଷ୍ଠିତ ହୋଇଥିବା କଳାହାଣ୍ଡି ବିଶ୍ଵବିଦ୍ୟାଳୟର ପ୍ରଥମ ସ୍ନାତୋକତ୍ତର ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ପ୍ରତିଷ୍ଠା ସମୟରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟରେ ୬ଟି ସ୍ନାତୋକତ୍ତର ବିଭାଗରେ ୨୦୨୦ ମସିହା ରେ ନାମ ଲେଖାଯାଇ ଥିଲା । ଏହି ୬ ଟି ବିଷୟ ହେଲା ଅର୍ଥଶାସ୍ତ୍ର,ଇଂରାଜୀ , ଭୂଗୋଳ , ଇତିହାସ , ଓଡିଆ ଏବଂ ରାଜନୀତି ବିଜ୍ଞାନ । ଏହି ୬ ଟି ବିଭାଗରେ ସର୍ବମୋଟ ୧୧୨ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ସେଥିମଧ୍ୟରୁ ୯୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଅର୍ଥଶାସ୍ତ୍ର ରେ ୩୨ ଜଣ ରୁ ୨୫ ଜଣ ପାସ୍ କରିଥିବା ବେଳେ ୨୩ ଜଣ ପ୍ରଥମ ଶ୍ରେଣୀ ରେ ,୦୨ ଜଣ ଦ୍ଵିତୀୟ ଶ୍ରେଣୀ ରେ କୃତକାର୍ଯ୍ୟ ହୋଇଥିବା ବେଳେ ୦୨ ଜଣଙ୍କର ରେଜଲ୍ଟ ବିଭିନ୍ନ କାରଣରୁ ପ୍ରକାଶିତ ହୋଇ ନାହିଁ । ଇଂରାଜୀ ବିଭାଗରେ ୧୬ ଜଣ ପରୀକ୍ଷା ଦେଇ ଯେଉଁ ୧୫ ଜଣ କୃତକାର୍ଯ୍ୟ ହୋଇଛନ୍ତି ସେମାନେ ସମସ୍ତେ ପ୍ରଥମ ଶ୍ରେଣୀ ରେ ଉତୀର୍ଣ୍ଣ ହୋଇଛନ୍ତି । ଭୂଗୋଳ ବିଭାଗରେ ୧୬ ଜଣ ରୁ ୧୧ ଜଣ ପାସ୍ କରିଥିବା ସ୍ଥଳେ ସମସ୍ତେ ପ୍ରଥମ ଶ୍ରେଣୀ ରେ କୃତକାର୍ଯ୍ୟ ହୋଇଛନ୍ତି । ଇତିହାସ ବିଭାଗରେ ୧୬ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ ୧୪ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥିମଧ୍ୟରୁ ୧୩ ଜଣ ପ୍ରଥମ ଶ୍ରେଣୀ ଏବଂ ଜଣେ ଦ୍ୱିତୀୟ ଶ୍ରେଣୀ ରେ ଉତୀର୍ଣ୍ଣ ହୋଇଛନ୍ତି । ସେହିଭଳି ଓଡିଆ ବିଭାଗରେ ୧୬ ଜଣ ରୁ ୧୫ ଜଣ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଜଣଙ୍କର ଫଳ ପ୍ରକାଶିତ ହୋଇ ନାହିଁ । ରାଜନୀତି ବିଜ୍ଞାନରେ ୧୬ ଜଣରୁ ୧୨ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି ଏବଂ ୨ ଜଣଙ୍କର ଫଳ ପ୍ରକାଶିତ ହୋଇ ନାହିଁ । ଏମ୍ . ଏସ୍ . ଡବ୍ଲୁ . ବିଭାଗରେ ୩୮ ଜଣ ପରୀକ୍ଷା ଦେଇ ଥିଲେ ଏବଂ ସେଥିରୁ ୩୧ ଜଣ ପ୍ରଥମ ଶ୍ରେଣୀ ଓ ଜଣେ ଦ୍ଵିତୀୟ ଶ୍ରେଣୀରେ କୃତକାର୍ଯ୍ୟ ହୋଇଛନ୍ତି । ଅର୍ଥଶାସ୍ତ୍ର ରେ ଦିପ୍ତିମୟୀ ଭୋଇ (୭୭.୩୦%), ଇଂରାଜୀରେ ଶ୍ରାବଣୀ ବାନାର୍ଜୀ(୭୭.୭୦%), ଭୂଗୋଳରେ ରୋମିଆ ଭୋଇ(୭୭.୨୦%) , ଇତିହାସରେ ଦୀପାଲୀ ରଣା(୭୭.୨୦%), , ଓଡିଆରେ ଅଳକା ସେଠ(୮୦.୨୦%), ଏବଂ ରାଜନୀତି ବିଜ୍ଞାନରେ ଅମ୍ବିକା ରଣା (୭୭.୫୦%), ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ଏମ୍ . ଏସ୍ . ଡବ୍ଲୁ . ରେ ଅନୁପମା ରଥ (୮୪.୦୮ %) ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । ପୂର୍ବତନ ସରକାରୀ ମହାବିଦ୍ୟାଳୟ ଭବାନୀପାଟଣାର ଯୁକ୍ତ ୩ ଶେଷ ବର୍ଷ ର ପରୀକ୍ଷା ଫଳ ମଧ୍ୟ ଆଜି ପ୍ରକାଶିତ ହୋଇଛି । କଳା ବିଭାଗରେ ସର୍ବମୋଟ ୨୯୭ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୨୧୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ୭୨.୭୨ ପ୍ରତିଶତ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ସେହିପରି ବାଣିଜ୍ୟ ବିଭାଗରେ ସର୍ବମୋଟ ୧୧୮ ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ ଏବଂ ୬୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ୩୩ ଜଣ ପ୍ରଥମ ଶ୍ରେଣୀ ଓ ୨୮ ଜଣ ଦ୍ଵିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୪ ଜଣଙ୍କର ଫଳାଫଳ ବିଭିନ୍ନ କାରଣରୁ ପ୍ରକାଶିତ ହୋଇ ନାହିଁ । ଏହି ବିଭାଗରେ ୫୧.୬୯ ପ୍ରତିଶତ ଛାତ୍ର ଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି । ବିଜ୍ଞାନରେ ୧୮୧ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୪୧ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏହି ବିଭାଗରେ ୭୭.୯୦ ପ୍ରତିଶତ ଛାତ୍ର ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ମାନବ ଶାସ୍ତ୍ରରେ କୃତିକା ସିଂହ , ଅର୍ଥଶାସ୍ତ୍ରରେ ବବଳୀ ସାହୁ , ଶିକ୍ଷାରେ ପୁଣ୍ୟପ୍ରଭା ଦାସ , ଇଂରାଜୀରେ ପଲ୍ଲବୀ ରାଉତ , ଭୂଗୋଳରେ ରାମାକାନ୍ତ ଶିକା ,ଇତିହାସ ରେ ଦମୟନ୍ତୀ ବାଗ , ଓଡିଆରେ ନିଖିଲେଶ ବେହେରା , ରାଜନୀତି ବିଜ୍ଞାନରେ ପୁରୁଷୋତ୍ତମ ରଥୀ , ସଂସ୍କୃତରେ ମିଳି ମେହେର , ସମାଜ ବିଜ୍ଞାନରେ ସୌମ୍ୟ ସୁଚରିତା ରାଏଗୁରୁ , ବାଣିଜ୍ୟ ରେ ବିଭୂଷା ବ୍ୟାସ , ଉଦ୍ଭିଦ ବିଜ୍ଞାନରେ ସୌମ୍ୟାଶ୍ରୀ ମେରଲି , ରସାୟନ ବିଜ୍ଞାନରେ ଅଲିଭା ଜୋଷୀ , କମ୍ପୁଟର ବିଜ୍ଞାନରେ ରୋହନ୍ ପ୍ରଧାନ , ଗଣିତରେ ଟଙ୍କଧର ମେହେର , ପଦାର୍ଥ ବିଜ୍ଞାନରେ ଇମାନ ପଣ୍ଡା ଜୀବ ବିଜ୍ଞାନରେ ମଧୁସ୍ମିତା ହରପାଳ , ବି .ବି.ଏ . ରେ ଗୋସ୍ଵାମିନୀ ଗହିର , ବି .ସି .ଏ .ରେ ଦୀପେନ୍ଦ୍ର କୁମାର ରାଉତ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି । କଳା ବିଭାଗରେ ସମାଜ ବିଜ୍ଞାନର ସୌମ୍ୟ ସୁଚରିତା ରାଏଗୁରୁ (୮୪.୧୯% ) ପ୍ରଥମ ହୋଇଛନ୍ତି ,ବାଣିଜ୍ୟ ବିଭାଗରେ ବିଭୂଷା ବ୍ୟାସ(୮୦.୯୫%) ଏବଂ ବିଜ୍ଞାନ ବିଭାଗରେ ଇମାନ ପଣ୍ଡା (୯୩.୩୮% ) ସର୍ବୋଚ୍ଚ ନମ୍ବର ରଖିଛନ୍ତି । ବିଜ୍ଞାନର ଇମାନ ପଣ୍ଡା ସର୍ବୋଚ୍ଚ ୯୩.୩୮ ପ୍ରତିଶତ ମର୍କ ରଖି ଶ୍ରେଷ୍ଠ ସ୍ନାତକ ବିବେଚିତ ହୋଇଛନ୍ତି । ପ୍ରକାଶଥାଉକି ଏବର୍ଷ ଓଡ଼ିଶା ସରକାର ଅଗଷ୍ଟ ୧୫ ଭିତରେ ପରୀକ୍ଷା ଫଳ ପ୍ରକାଶ କରିବା ପାଇଁ କଡା ନିର୍ଦେଶ ଦେଇଥିଲେ । ସେଥିପାଇଁ କଳାହାଣ୍ଡି ବିଶ୍ଵବିଦ୍ୟଳୟର କର୍ତ୍ତୁପକ୍ଷ ଅବଧି ପୂର୍ବରୁ ପରୀକ୍ଷା ଫଳ ପ୍ରକାଶନ ପାଇଁ ଯତ୍ନବାନ ହୋଇଥିଲେ। କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ମାନଙ୍କୁ ମାନ୍ୟବର କୁଳପତି , କୁଳସଚୀବ ଏବଂ ପରୀକ୍ଷା ନିୟନ୍ତ୍ରକ ଶୁଭେଚ୍ଛା ଜ୍ଞାପନ କରିଛନ୍ତି ।

 

Related posts

ଶ୍ରୀ ଅରବିନ୍ଦଙ୍କ ୧୫୦ ତମ ଜନ୍ମବାର୍ଷିକୀ ପାଳନ ତଥା କର୍ମୀ ସମ୍ମିଳନୀ ଅନୁଷ୍ଠିତ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା ଶରତ ସକାଳ

Sunil Chandra Nayak

ଆନନ୍ଦପୁର – ଓଡିଶା ଲୋକସେବା ଆୟୋଗ ରେ ପ୍ରଦୀପଙ୍କ କୃତିତ୍ବ

Leave a Comment

error: Content is protected !!