ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶ୍ରୀମତୀ ରଜନୀ ରାଣୀ ମିଶ୍ର ଙ୍କ କବିତା ଜଗତ ଜନନୀ

 

  ଜଗତ ଜନନୀ

   ଶ୍ରୀମତୀ ରଜନୀ ରାଣୀ ମିଶ୍ର

               (ଶିକ୍ଷୟିତ୍ରୀ)
ଜଗତ ଜନନୀ ମା ସିଂହ ବାହିନୀ 
       ଧରାକୁ ଓହ୍ଲାଇ ଆସ ,
ଧରାଧାମ ପରେ ଦେଖାଇ ଦିଅ ମା 
       ରୂପ ଲାବଣ୍ୟର ହସ |
ଦୁର୍ଗତି ନାଶିନୀ ଦୁଃଖ ବିନାଶିନୀ 
       ଶକ୍ତି ପ୍ରଦାୟିନୀ ମାଆ ,
ତୁମେ କାତ୍ୟାୟନୀ ଅଭୟ ଦାୟିନୀ 
       ଜଗତର ତୁମେ ସାହା |
ତୁମେ ମା ଶିବାନୀ ତୁମେ ମା ଭବାନୀ 
        ଭକ୍ତିମୁକ୍ତି ପ୍ରଦାୟିନୀ ,
ତୁମେ ଜଗଦମ୍ବେ ତୁମେ ମା ଅମ୍ବିକେ 
     ତୁମେ ତ୍ରୈଲୋକ୍ୟ ମୋହିନୀ |
ତୁମେ ଆଦ୍ୟାଶକ୍ତି ମୄଣ୍ମଇ ମୂରତି 
        ଦଶଭୁଜା ତୁମେ ମାତ,
ପାପ ନାଶ କରି ଅସୁର ସଂହାରି 
        ଜଗତେ ହୋଇଛ ଖ୍ୟାତ |
ଜଗତ ବନ୍ଦିନୀ କଳୁଷ ହାରିଣୀ 
         ଚଣ୍ଡିମୁଣ୍ଡ ବିନାଶିନୀ ,
ସୃଷ୍ଟି ସଂହାରିଣୀ ମହିଷାମର୍ଦ୍ଦିନୀ 
        ପାପୀ, ପାପ ବିନାଶିନୀ |
ଦଇତ୍ୟ ଦାନଵ ମୁଖରୁ ଉଦ୍ଧାର 
        ଏ ସାରା ବିଶ୍ୱ ଭୁବନ 
ନାରୀ ଶକ୍ତି ତୁମ ପଣତରୁ ଝରୁ 
         ହସିଉଠୁ ଧରାଧାମ 
ଶାରଦୀୟ ପର୍ବେ ଦୁର୍ଗତିନାଶମାଆ 
       ଶାନ୍ତି ରୂପେ ଆଦି ମାତା 
ମୁକୁଳିତ କେଶେ ସ୍ମିତ ହାସ୍ୟ ଭରି 
          ଦିଅ ଶାନ୍ତିର ବାରତା
 
ଚରଣେ ତୁମର କରୁଛି ବନ୍ଦନା 
      ଧୂପଦୀପ ନୈବେଦ୍ୟ ଦେଇ ,
ଜଗତ ଜନଙ୍କୁ କରୁଣା ଦିଅମା 
          ଅମୃତ ନୟନେ ଚାହିଁ |
                        ବଳରାମ ନଗର, 
                             ଗୁଣୁପୁର 
                        ଜିଲ୍ଲା- ରାୟଗଡା
       

Related posts

ମଧୁ ମିତା ମିଶ୍ର ଙ୍କ କବିତା/ ପ୍ରହରୀ

Sunil Chandra Nayak

ରଶ୍ମି ରଂଜନ ଙ୍କ କବିତା ସ୍ବପ୍ନ ସୁନ୍ଦରୀ

Sunil Chandra Nayak

କୋକସରା ବ୍ଲକ ବରାଡଙ୍ଗା ରେ ଶ୍ରମିକ ଦିବସ ପାଳନ

Leave a Comment

error: Content is protected !!