ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚତୁର୍ଥ ଶ୍ରେଣୀ କର୍ମଚାରୀ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଧର୍ମଗଡ:୧/୧୦/୨୨:  ଧର୍ମଗଡ ବ୍ଲକ ଅନ୍ତର୍ଗତ ପର୍ଲାସ୍ଥିତ ଅନନ୍ତ ପ୍ରସାଦ ଦାସ ସରକାରୀ ଉଚ୍ଚ ବିଦ୍ୟାଳୟ ରେ କାର୍ଯ୍ୟ ରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ବିରଞ୍ଚି ନାରାୟଣ ପଟ୍ଟଯୋଷୀ ଅବସର ଗ୍ରହଣ କରିଛନ୍ତି । ଏହି ଉପଲକ୍ଷେ ବିଦ୍ୟାଳୟ ପରିସର ରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇ ଯାଇଛି । ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ମନୋରମା ତ୍ରିପାଠୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତଥିଭାବେ ପୂର୍ବତନ ପ୍ରଧାନ ଶିକ୍ଷକ ସଶିସେନ୍ ଯୋଷି ସସ୍ତ୍ରୀକ ଯୋଗଦେଇଥିଲେ l ସମ୍ମାନିତ ଅତିଥି ଭାବେ ସ୍କୁଲ ପରିଚାଳନା କମିଟି ସଭାପତି ଧନୁର୍ଦ୍ଧର ଅଦା, ଷ୍ଟେକ୍ ହୋଲ୍ଡର ହୃଷୀକେଶ ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଅବସର ପ୍ରାପ୍ତ କର୍ମଚାରୀ ଶ୍ରୀ ପଟଯୋଷୀ ଜଣେ ମିଷ୍ଠ ଭାଷୀ ମେଳାପି ବ୍ୟକ୍ତି ଭାବେ ଉଭୟ ଶିକ୍ଷକ, ସହକର୍ମୀ ତଥା ସମସ୍ତ ଛାତ୍ର ଛାତ୍ରୀ ଙ୍କ ପ୍ରିୟ ପାତ୍ର ଥିଲେ । ବିଦ୍ୟାଳୟ ପକ୍ଷ ରୁ ମାନପତ୍ର, ଉପଢୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।କାର୍ଯକ୍ରମ କୁ ବିଜ୍ଞାନ ଶିକ୍ଷକ ସୁନିଲ କୁମାର ସାହୁ ପରିଚାଳନା କରିଥିବା ବେଳେ ଶିକ୍ଷକ ନବ କୁମାର ସୁନାରି ଧନ୍ୟବାଦ ଅର୍ପଣ କରିଥିଲେ l

ଧର୍ମଗଡ଼ ରୁ ବୈଦ୍ୟ ନାଥ ବେହେରା ଙ୍କ ରିପୋର୍ଟ୍ 

Related posts

ପରଲୋକରେ ୮୨ ବର୍ଷ ବୟସର ବୃଦ୍ଧା

Sunil Chandra Nayak

ସଦଜ୍ଞାନ ଜାଗୃତି ସେବାଶ୍ରମ ତଳତାପଣ୍ତାରେ ଯୋଗ ଦିବସ

Sunil Chandra Nayak

ଟାଟା ପାୱାର ପକ୍ଷରୁ ରାଇରଙ୍ଗପୁର ହାଇସ୍କୁଲରେ ବନ ମହୋତ୍ସବ

Sunil Chandra Nayak

Leave a Comment

error: Content is protected !!