ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରଶି ଲଗାଇ ଯୁବକ ର ଆତ୍ମହତ୍ୟା

ଚନ୍ଦାହାଣ୍ଡି(ମ ନି ସ) ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅଧୀନସ୍ଥ ଝରାବାହାଲ ଗ୍ରାମର ଟୁନା ଗୋପାଳ (୨୬) ନାମକ ଜଣେ ବିବାହିତ ଯୁବକ ନିଜ ଶୋଇବା ଘରେ ବେକରେ ଦୌଡ଼ି ଦେଇ ଆତ୍ମ ହତ୍ୟା କରି ଥିବା ନେଇ ଚନ୍ଦାହାଣ୍ଡି ଥାନା ଅଧିକାରୀ ଉମେଶ ଚନ୍ଦ୍ର ନାୟକ ପ୍ରକାଶ କରିଛନ୍ତି l ଚନ୍ଦାହାଣ୍ଡି ଥାନା ଅପମୃତ୍ୟୁ ମାମଲା କେଶ ୧୩/୨୨ ପ୍ରକାରେ ମାମଲା ରୁଜୁ କରି ଏହାର ତଦନ୍ତ ଭାର ଏ ଏସ ଆଇ ହୃଷିକେଶ ପଟେଲ କୁ ଦିଆ ଯାଇଥିବା ସେ ସୂଚନା ଦେଇଛନ୍ତି l ଆତ୍ମହତ୍ୟା ର କାରଣ ବର୍ତ୍ତମାନ ମଧ୍ୟ ଅସ୍ପଷ୍ଟ l ଏହାର ଉପଯୁକ୍ତ ତଦନ୍ତ କରି ଆତ୍ମହତ୍ୟା ର ପ୍ରକୃତ କାରଣ ବାହାର କରିବା କୁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି lପୋଲିସ ସୂତ୍ର ନୁସାରେ ଝରାବାହାଲ ଗ୍ରାମର ଟୁନା ଗୋପାଳ ଗତ ରବିବାର ଦିନ ଝରିଗାଁ ଥାନା ଅଧୀନ ବାଲିଝରନ ଗ୍ରାମକୁ ନିଜ ପତ୍ନୀ କବିତା ଗୋପାଳ ଙ୍କ ସାମର୍କୀୟ ଙ୍କ ଦଶା କାର୍ଯ୍ୟ ରେ ଯୋଗ ଦେବାକୁ ପତି ପତ୍ନୀ ଯାଇଥିଲେ l ଟୁନା ଦଶା କାର୍ଯ୍ୟ ସାରିବାରୁ ପତ୍ନୀ କବିତା କୁ ଛାଡି ନିଜ ଗାଁ କୁ ଆସିଥିଲେ l ଗତ ଶୁକ୍ରବାର ଦିନ ରାତି ରେ ଖାଇ ସାରି ନିଜ ଶୋଇବା ଘରେ ଶୋଇ ଥିଲେ l ଦିନ ୯ ଟା ସମୟ ରେ ଟୁନା ଙ୍କ ମା ଟୁନା ଙ୍କୁ ଖାଇବା କୁ ଦେବା ପାଇଁ ଟୁନା ଙ୍କ ଶୋଇବା ଘର କୁ ଯାଇ ତାଙ୍କ ଝୁଲନ୍ତା ମୃତ ଦେହ ଦେଖି ଚିତ୍କାର କରିବା ରୁ ସେଠାରେ ଲୋକଙ୍କ ଭିଡ଼ ଜମିଥିଲା l ଏହା ପରେ ଟୁନା ଙ୍କ ବାପା ପାରେଶ୍ୱର ଗୋପାଳ ଚନ୍ଦାହାଣ୍ଡି ଥାନା ରେ ଲିଖିତ ଅଭିଯୋଗ ଦେବା ପରେ ଥାନା ଅଧିକାରୀ ଙ୍କ ନିର୍ଦେଶ କ୍ରମେ ଏ ଏସ ଆଇ ହୃଷିକେଶ ପଟେଲ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ଚନ୍ଦାହାଣ୍ଡି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଦେଇ ଥିଲେ । ବ୍ୟବଚ୍ଛେଦ ପରେ ଶବ ପରିବାର କୁ ହସ୍ତାନ୍ତର କରି ଘଟଣା ର ଅଧିକା ତଦନ୍ତ ଚଳାଇ ଥିବା ଥାନା ଅଧିକାରୀ ଶ୍ରୀ ନାୟକ ପ୍ରକାଶ କରିଛନ୍ତି l

ଚନ୍ଦାହାଣ୍ଡି ରୁ ଦିଲୀପ ଦାସ ଙ୍କ ରିପୋର୍ଟ 

Related posts

ଓଡିଶା ବିଶ୍ୱବିଦ୍ୟାଳୟ ଅଧିନିୟମ ପ୍ରସଙ୍ଗ….ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ରାଜ୍ୟ ଶିକ୍ଷା ବିଭାଗ ଏବଂ ଓପିଏସସି ଉଲ୍ଲଙ୍ଘନ ଅଭିଯୋଗ

ଜୀ ସାର୍ଥକରେ ‘ସାରେଗାମାପା’ର ପ୍ରସାରଣ ୨୦ ଅଗଷ୍ଟରୁ ଆରମ୍ଭ ହୋଇଛି..

Sunil Chandra Nayak

ବିଜୟ କୁମାର ଜେନା ଙ୍କ କବିତା ବୟସ

Sunil Chandra Nayak

Leave a Comment

error: Content is protected !!