ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାସ୍ତା ଯୋଗୁଁ ଅଟକିଲା ଆମ୍ବୁଲାନ୍ସ, ଗାଡ଼ିରେ ପ୍ରସବ ହେଲେ ମହିଳା

ପାପଡାହାଣ୍ଡି,1/9, ମନିସ –ଦୀର୍ଘ ଦିନ ହେଲା ରାସ୍ତା ଖରାପ ଯୋଗୁଁ ଲୋକେ ହନ୍ତସନ୍ତ ହେଉଥିଲେ | ପ୍ରଶାସନକୁ ଅବଗତ ପରେ ବି କେହି କିଛି ପଦକ୍ଷେପ ନେଲେ ନାହିଁ | ଯାହାର ପରିଣାମ ସ୍ୱରୂପ ଜଣେ ମହିଳା ଙ୍କୁ ଏହାର ଅବସ୍ଥା ଭୋଗିବାକୁ ପଡିଛି | ରାସ୍ତା ଖରାପ ଯୋଗୁଁ ଆମ୍ବୁଲାନ୍ସ ଖରାପ ହୋଇଯିବାରୁ ମହିଳାଙ୍କୁ ଗାଡି ଭିତରେ ପ୍ରସବ ହେବାକୁ ପଡିଛି | ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ରେ ସୀମାନ୍ତ ସାନବାର୍ଲି ପଂଚାୟତ ଜବାଗୁଡା ରାସ୍ତାରେ ବିଳମ୍ବିତ ରାତ୍ରରେ ଏପରି ଘଟଣା ଦେଖିବାକୁ ମିଳିଛି | ଜବାଗୁଡା ଗ୍ରାମରେ ଅମ୍ବିକା ଯାନୀଙ୍କୁ ପାହାନ୍ତିଆ 3 ଟା ସମୟରେ ଗର୍ଭ ଯନ୍ତ୍ରଣା ହୋଇଥିଲା | ଆଶା କର୍ମୀ ଜନନୀ ସୁରକ୍ଷା ଗାଡି କୁ ଖବର ଦେଇଥିଲେ | 4.10 ସମୟରେ ଗ୍ରାମରେ ଆମ୍ବୁଲାନ୍ସ ବହୁ କଷ୍ଟରେ ପହଁଚି ଥିଲା | ସାଙ୍ଗେ ସାଙ୍ଗେ ଅମ୍ବିକା ଙ୍କୁ ଧରି ଫେରିବା ସମୟରେ ଗାଡି ଟି ଖରାପ ହୋଇ ଗଡି ନ ଥିଲା | ଡ୍ରାଇଭର ଅନ୍ଧାର ରାସ୍ତାରେ ଗାଡି ସଜାଡ଼ିବା ବେଳେ ଅମ୍ବିକା ଙ୍କ ଯନ୍ତ୍ରଣା ବଢ଼ି ଯାଇଥିଲା | ଶେଷରେ ସେ ଗାଡି ଭିତରେ ହିଁ ପ୍ରସବ ହୋଇଥିଲେ | ଗାଡି ସଜାଡ଼ିବା ପରେ ଉଭୟ ମା ଶିଶୁ ଙ୍କୁ ମଇଦଲପୁର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା | ପରେ ସୁସ୍ଥ ହେବା ପରେ ଘରକୁ ଫେରାଇ ଦିଆଯାଇଥିଲା | ରାସ୍ତାକୁ ନେଇ ଗ୍ରାମବାସୀ ଉଦବେଗ ପ୍ରକାଶ କରିଛନ୍ତି | ବାରମ୍ବାର ଏପରି ଗ୍ରାମବାସୀ ହନ୍ତସନ୍ତ ହେଉଥିବା ବେଳେ ପ୍ରଶାସନ ର ରାସ୍ତା ଉପରେ ନଜର ଦେବା ଲାଗି ନିବେଦନ କରିଛନ୍ତି |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ନର୍ଲାବ୍ଲକ୍ ର ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦବୀ ପାଇଁ ପୁଣି ଚର୍ଚ୍ଚାରେ ମହାନ୍ତି ଦମ୍ପତି, ଅଧ୍ୟକ୍ଷ ପଦବୀ ପାଇଁ  ଆସନ୍ତା କାଲି  ହେବ ଭୋଟ୍

Sunil Chandra Nayak

ଦିନିକିଆ ନର୍ଲା ଗସ୍ତରେ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ବେଶା ରେଡ୍ଡୀ, ପରିଦର୍ଶନ କଲେ ବିଭିନ୍ନ ଅନୁଷ୍ଠାନ 

Sunil Chandra Nayak

ନକଲି ମଦ ଜବତ , ୨ ଗିରଫ

Sunil Chandra Nayak

Leave a Comment

error: Content is protected !!