ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସମସ୍ୟା ଘେରରେ ଏସଟି ବାଳିକା ହଷ୍ଟେଲ , ହଷ୍ଟେଲ ଛାଡିଛନ୍ତି ୭୦’ ଅନ୍ତେବାସୀ

ମୟୂରଭଞ୍ଜ:- ୧୯/୦୮/୨୨;(ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଝରାଡିହି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ମଧ୍ୟ ଇଂରାଜୀ ବିଦ୍ୟାଳୟ ଏସଟି ଛାତ୍ରାବାସରେ ସମସ୍ୟା ଚରମ ସୀମାରେ ଥିବାରୁ ଅଧିକାଂଶ ଛାତ୍ରୀ ହଷ୍ଟେଲ ଛାଡି ଘରକୁ ପଳାଇଥିବା ଜଣାପଡିଛି।  ତେବେ ପାଣି ସମସ୍ୟା ପାଇଁ ଆଦିବାସୀ ବାଳିକା ଛାତ୍ରାବାସରୁ ୧୦୦’ ଜଣ ଛାତ୍ରୀ’ଙ୍କ ମଧ୍ୟରୁ ୭୦’ ଜଣ ଛାତ୍ରୀ ଛାତ୍ରାବାସ ଛାଡି ଘରକୁ ଫେରି ଯାଇଥିବା ଘଟଣା ଜଣା ପଡିଥିଲା ହେଲେ ଘଟଣା ସମ୍ପର୍କରେ ତଥ୍ୟ ସଂଗ୍ରହ ବେଳେ ଛାତ୍ରାବାସରେ ଆହୁରି ଅନେକ ଗୁରୁତର ସମସ୍ୟା ରହିଥିବା ଜଣା ପଡିଥିଲା। ହଷ୍ଟେଲ ର ଶୌଚାଳୟ ଚଟାଣ ଭୁଷୁଡିବା ଅବସ୍ଥାରେ ରହିଥିବାବେଳେ ଗାଧୁଆ ଘର ଛାତ ମଧ୍ୟ ଜରାଜିର୍ଣ୍ଣ ଅବସ୍ଥାରେ ଭୁଷୁଡିବିବା ଅବସ୍ଥାରେ ରହିଛି ଏଠାରେ କୌଣସି ମୁହୁର୍ତ୍ତରେ ମଧ୍ୟ ଦୂର୍ଘଟଣା ଘଟିବାର ସମ୍ଭାବନା ରହିଛି, ଶୌଚାଳୟ ଓ ଗାଧୁଆ ଘର କୁ ପାଣି ପାଇପ୍ ସଂଯୋଗ ହୋଇନାହିଁ। ହଷ୍ଟେଲ ର ଝରକା, କବାଟ ଭଙ୍ଗା ଅବସ୍ଥାରେ ରହିଛି। ମୁଖ୍ୟ ଫାଟକ ନିର୍ମାଣ ପରଠାରୁ ଥରେ ହେଲେ ରଙ୍ଗ ଲାଗି ନାହିଁ ଫଳରେ ଲୁହା ଫାଟକ କଳଙ୍କି ଲାଗି ନଷ୍ଟ ହେବାକୁ ବସିଛି। ଆଶ୍ଚର୍ଯ୍ୟ ର ବିଷୟ ହଷ୍ଟେଲ କୁ ବିଦ୍ୟୁତ ସଂଯୋଗ କରାଯାଇ ନାହିଁ। ତେବେ ହଷ୍ଟେଲରେ ପାଣି ମୁନ୍ଦେ ନଥିବା ଯୋଗୁଁ ୭୦’ ଜଣ ଛାତ୍ରୀ ହଷ୍ଟେଲ ଛାଡିଥିବାବେଳେ ୩୦’ ଜଣ ଛାତ୍ରୀ’ଙ୍କୁ ଉଚ୍ଚ ବିଦ୍ୟାଳୟ ର ନୂତନ ଆଦିବାସୀ ଛାତ୍ରାବାସକୁ ସ୍ଥାନାନ୍ତରିତ କରା ଯାଇଛି। ଛାତ୍ରୀମାନେ ହଷ୍ଟେଲ ଛାଡିବାର ମାସେ ବିତିବାକୁ ବସିଲାଣି ହେଲେ ବର୍ତ୍ତମାନ ସୁଦ୍ଧା ଏହାର କୌଣସି ସମାଧାନ ବ୍ୟବସ୍ଥା କରାଯାଇ ନାହିଁ। ଫଳରେ ଛାତ୍ରୀମାନେ ପାଠପଢାରୁ ବଞ୍ଚିତ ହୋଇ ଘରେ ବସି ରହିବାକୁ ବାଧ୍ୟ ହେଉଛନ୍ତି। ଅଭିଭାବକ ମାନେ ଛାତ୍ରୀ’ଙ୍କୁ ହଷ୍ଟେଲ କୁ ଆଣି ପହଞ୍ଚାଇଲେ ମଧ୍ୟ ଛାତ୍ରାବାସ ବ୍ୟବହାର ଯୋଗ୍ୟ ନଥିବାରୁ ଛାତ୍ରୀ’ଙ୍କୁ ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ପାଣି ସମସ୍ୟା ସମାଧାନ ପାଇଁ ସ୍ବତନ୍ତ୍ର ଆଦିବାସୀ ଉନ୍ନୟନ ପରିଷଦ (ଆଇଟିଡିଏ) ପକ୍ଷରୁ ମରାମତି ପାଇଁ ଟେକ୍ନିସିଆନ ଦଳ ଆସିଥିଲେ ସୁଦ୍ଧା ତାହା ସମାଧାନ ହୋଇ ପାରି ନାହିଁ। ଛାତ୍ରାବାସରେ ସୃଷ୍ଟି ହୋଇଥିବା ସମସ୍ୟା ବିଷୟରେ ଉଚ୍ଚସ୍ତରୀୟ ତଦନ୍ତ କରାଯିବା ସହ ସମସ୍ୟା ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବା କୁ ଅଭିଭାବକ ମହଲ ଏବଂ ସାଧାରଣରେ ଦାବି ହେଉଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ରିପୋର୍ଟ

Related posts

କଳାରୁଦ୍ର ଯୁବକ ସଂଘ ପକ୍ଷରୁ ଆନ୍ତର୍ଜାତୀୟ ସ୍ୱେଚ୍ଛାସେବୀ ଦିବସ ପାଳିତ  

Sunil Chandra Nayak

ଦୈନିକ ଖବର କାଗଜ ‘ସକାଳ’ ଓ ଜୁନିଅରରେଡ଼କ୍ରସ ମିଳିତ ଆନୁକୂଲ୍ୟରେ ରକ୍ତଦାନ ଶିବିର

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ଘଟାନ୍ତର

Sunil Chandra Nayak

Leave a Comment

error: Content is protected !!