ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରାକ୍ତନ ରାଜ୍ୟପାଳ ଡଃ ସୁରେନ୍ଦ୍ରନାଥ ଦ୍ବିବେଦୀ ଓ ଶ୍ରମିକ ନେତା ବିଦ୍ୟାଧର ବାରିକଙ୍କୁ ଶ୍ରଦ୍ଧାଞ୍ଜଳି

ରାଉରକେଲା/ ଆଜି ତା ୧.୧୦.୨୨ରିଖ ହିନ୍ଦ୍ ମଜଦୂର ସଭା ସହବନ୍ଧିତ ସୁନ୍ଦରଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ଓ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ମିଳିତ ଆୟୋଜନ କ୍ରମେ ହିନ୍ଦ୍ ମଜଦୂର ସଭାର, ବିଶ୍ରା ରୋଡ, ରାଉରକେଲା କାର୍ଯ୍ୟାଳୟ ପ୍ରାଙ୍ଗଣ ରେ ବିଶିଷ୍ଟ ସ୍ବାଧିନତା ସଂଗ୍ରାମୀ,ଅରୁଣାଚଳ ପ୍ରଦେଶର ପୁର୍ବତନ ରାଜ୍ୟପାଳ, ବିଶିଷ୍ଟ ଶ୍ରମିକ ନେତା, ରାଉରକେଲା ମଜଦୂର ସଭାର ପୂର୍ବତନ ସଭାପତି ଡ. ସୁରେନ୍ଦ୍ରନାଥ ଦ୍ଵିବେଦୀ ଓ ରାଉରକେଲା ମଜଦୂର ସଭାର ବରିଷ୍ଟ କର୍ମକର୍ତ୍ତା ଏବଂ ସୁନ୍ଦରଗଡ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ର ପୂର୍ବତନ ସଭାପତି ବରିଷ୍ଟ ଶ୍ରମିକ ନେତା ବିଦ୍ୟାଧର ବାରିକ୍ ଶ୍ରାଦ୍ଧ ଦିବସ ଓ ପୂଣ୍ୟ ତିଥି ପାଳନ ଅବସରରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ନେତୃମଣ୍ଡଳୀ ଓ ରାଉରକେଲାର ଭିନ୍ନ ଭିନ୍ନ ସଂସ୍ଥା ଅଧୀନରେ କାର୍ଯ୍ୟରତ କର୍ମଚାରୀମାନେ ଉପସ୍ଥିତ ରହି ଦିବଙ୍ଗତ ଉଭୟ ନେତାଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ରାଉରକେଲା ମଜଦୂର ସଭାର ସଭାପତି ତଥା ବରିଷ୍ଠ ନେତା ଶଶଧର ନାୟକ ସୁରେନ୍ଦ୍ରନାଥ ଦ୍ଵିବେଦୀ ଓ ବିଦ୍ୟାଧର ବାରିକଙ୍କ ସ୍ମୃତି ଚାରଣ କରି ଶ୍ରଦ୍ଧା ସୁମନ ଜ୍ଞାପନ କରିଥିଲେ। ତାଙ୍କ ସହିତ କେନ୍ଦ୍ରୀୟ ଶ୍ରମିକ ଶିକ୍ଷା ବୋର୍ଡ ର ଶିକ୍ଷାଧିକାରୀ ଡଃ ଧର୍ମେନ୍ଦ୍ର ମିଶ୍ର, କାର୍ଯ୍ୟକ୍ରମର ଆୟୋଜକ ତଥା ହିନ୍ଦ୍ ମଜଦୂର ସଭାର ରାଜ୍ୟ ସମ୍ପାଦକ ଦିଗମ୍ବର ମହାନ୍ତି, ପ୍ରମୋଦ କୁମାର ଦାସ , ସତ୍ୟାନନ୍ଦ ବେହେରା, ମହେଶ୍ୱର ମହାପାତ୍ର, ସିଦ୍ଧେଶ୍ୱର ବଳ,ରାକେଶ ଚାନ୍ଦ, କୃଷ୍ଣ ଚନ୍ଦ୍ର ପାତ୍ର, କୃଷ୍ଣ ଚନ୍ଦ୍ର ରାଉତ, ଶରତ ଜେନା, ଦେବେନ୍ଦ୍ର ଆଚାର୍ଯ୍ୟ,ବିକାଶ ହାଲଦର୍, ସେକ୍ ହସିମ୍ ମହମ୍ମଦ ଜଗଦୀଶ ପଣ୍ଡା, ପ୍ରଶାନ୍ତ ତରେଇ, ସୂର୍ଯ୍ୟ ନାରାୟଣ ଦାଶ, ଯୁଧିଷ୍ଠିର ସାହୁ, ବିପିନ ବାରିକ, ଉମେଶ ନାୟକ, ଉମେଶ ମଲ୍ଲିକ, ହରି ନାରାୟଣ ସାହା,ମୋତିଲାଲ ପ୍ରସାଦ, କୁଳମଣି ରାୟ, କ୍ରିଷ୍ଣା ନାୟକ,ବିନୋଦ ବିଶ୍ଵକର୍ମା, ସର୍ବେଶ୍ଵର ସାହୁ ଏବଂ ଶତାଧିକ ଲୋକଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପାଦନା କରି ଥିବାରୁ ସୁନ୍ଦର ଗଡ଼ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ତତଫରୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରାଯାଉଛି ବୋଲି କହି ଉପସଭାପତି,ମହେଶ୍ୱର ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ରାଉରକେଲା – ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମିଳିତ ମଂଚର ପଲ୍ଲାଭାରୀ

Sunil Chandra Nayak

ବିଶ୍ୱ ମିତବ୍ୟୟୀତା ଦିବସ ଅବସରରେ ସଚେତନତା ରଥ ପରିକ୍ରମା

Sunil Chandra Nayak

ଏମ୍ ରାମପୁର ଠାରେ ଜିଲ୍ଲାପାଳ ତଥା ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତା ରେ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!