ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଜାତିର ଜନକ ଗାନ୍ଧୀ (ବାପୁ)

ଦୁଇ ଅକ୍ଟୋବର

ଜାତିର ଜନକ ଗାନ୍ଧୀ (ବାପୁ)

ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୟାଧୀନତାର ସ୍ୱାଦ 
ଚାଖିବା ଅବାନ୍ତର ମନେ ହେଉଥିଲା 
ତମେ ପରା ଶିଖେଇଲ ଧୈର୍ଯ୍ୟ, ସାହସ ଓ 
ଶକ୍ତି ବଳ, ଫଳରେ ସ୍ୟାଧୀନତା ହେଲା |୧|
ଧର୍ମ ଜାତି ସମ୍ପ୍ରଦାୟ ନାମରେ ବିଭେଦ ବିରୁଦ୍ଧରେ
ମଣିଷ ସମାଜର ଏକତା ପାଇଁ 
କେତେ ବୀର ଯେ କଷଣ ଭୋଗ କରିଥିଲେ ବନ୍ଧୁକ 
ଗୁଳିରେ ଜୀବନ ସବୁକୁ ଦେଇ |୨|
ଆଜି ଦୁଇ ଅକ୍ଟୋବର, ଆମେ ସମସ୍ତେ ଗାନ୍ଧୀ 
ଜୟନ୍ତୀ ପାଳନ କରୁଛେ
ବରଷ ବରଷ ଧରି ପାଳନ କରି ଆମେ ସବୁ 
ଭାରତୀୟ କୁହ କଅଣ ଶିଖିଛେ |୩|
ନାରୀର ଇଜ୍ଜତରେ ଲାଗିଛି କଳଙ୍କର ଦାଗ, 
ସେଇ ଘୃଣ୍ୟ ଚିନ୍ତାତ ଲିଭୁନି
ଏବେ ଶାସନ କଳରେ ଅଛନ୍ତି ଯେତେକ 
ପୁଂଜିପତି ପାଇଁ ଚିନ୍ତା ଛାଡିନି |୪|
ସାଧାରଣ ଜନତା ରୋଜଗାର ଶୂନ୍ୟ ଯୁଟାଇ 
ତ ପାରେନା ପଖାଳ ଓ ରୁଟି
ରଖିଲେ ଖବର, ପାଉଛେ ଭୋକର ଦାଉରେ 
ଡହଳ ବିକଳ ଆଜି ତାର ଅନ୍ତପୁଟି |୫|
ପ୍ରସାଦ ପରେ ପ୍ରସାଦ ତିଆରି ଚାଲେ ଦେଖ 
କିଛି ହାତଗଣା ବଡ ଲୋକର
ରହିବାକୁ ନାହିଁ ଉପଯୁକ୍ତ ଘର ଅଧିକାଂଶ 
ଭାରତୀୟ ଗରିବ ଜନତାର |୬|
ଅଦେଖା ଟିକସ ଦେଇ ଦେଇ ହଂସା ଉଡିଲାଣି 
ଏଠି ଦେଖ ମଧ୍ୟବିତ୍ତ ମଣିଷର
ଅଭ୍ୟାସ କଲେଣି ଏ ଦେଶର ଜନତା ମାଗିଖିଆ
ଲୋକର ବ୍ୟବହାର |୭|
ଅଭ୍ୟାସ କଲେଣି ଏ ଦେଶର ଜନତା ନେତାର
ଚାଟୁକାର ହେବା ପାଇଁ
ଅଭ୍ୟାସ କଲେଣି ଏ ଦେଶର ଲୋକେ ଏବେ 
ଚେଇଁ ଶୋଇବା ପାଇଁ |୮|
ଗାନ୍ଧି ନୀତି ଦୁର୍ବଳ ତ ନୂହେଁ, ଭାବୁଛକି ଏବେ
ଭୁଲି ଗଲେଣିକି ସତ୍ୟର ମନ୍ତ୍ର
ହେ, ଅତ୍ୟାଚାରୀ ଅନ୍ୟାୟୀ ମଣିଷ ଦେଇ ଚାଲି
ଥିବ ମିଛ ବିକାଶର ମନ୍ତ୍ର |୯|
ଖାଲି ମିଛ ପ୍ରତିଶ୍ରୁତିରେ ଓ ଧରମର ଦ୍ୱାହି ଦେଇ
ଶୋଷି ନେବ ଆମର ଧନ
ଚାପି ଦେବ ତୁମେ ବିଦ୍ରୋହର ଧ୍ବନି ଅବହେଳିତର
ରୋଷ ଓ କ୍ରନ୍ଦନ |୧୦|
ମନୋବଳ, ଦୃଢ଼ ଇଚ୍ଛାଶକ୍ତି, ଜାଗ୍ରତ ହୋଇଲେ
କ୍ଷଣିକ ନିରାଶା ତ ହେବ ଦୂର
ବଦଳି ଯିବ ସବୁ ସମୟ ସୁଅରେ, ସବୁ ତ ହଜି
ଯିବ କାଳର ଗର୍ଭ ଭିତର |୧୧|

ଚିତ୍ତ ରଞ୍ଜନ ନନ୍ଦ

ଜଗତପୁର, କଟକ

Related posts

ରାଇରଙ୍ଗପୁରରେ ବାଉଁଶ ହସ୍ତଶିଳ୍ପ ପୁଞ୍ଜ ସ୍ତରୀୟ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ବର୍ଷା ହେଲେ ଗାଁ ଦାଣ୍ଡରେ ରାସ୍ତା ରେ ଆଣ୍ଟୁଏ ପାଣି  

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମରୀଚିକା

Sunil Chandra Nayak

Leave a Comment

error: Content is protected !!